Panchayat Takkar: ନିର୍ବାଚନ ରଣାଙ୍ଗନରେ ପୂଜକ, କଳୁଷିତ ରାଜନୀତିକୁ ଦୂର କରିବା ଲକ୍ଷ୍ୟ

By

Published : Feb 5, 2022, 7:12 PM IST

thumbnail

ପୁରୀ: ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଏବେ ବିଭିନ୍ନ ବର୍ଗର ପ୍ରାର୍ଥୀ । ବହୁ ଉଚ୍ଚ ଶିକ୍ଷିତ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ତଥା ବିଭିନ୍ନ ବର୍ଗରୁ ଏବେ ପ୍ରାର୍ଥୀ ମାନେ ନିର୍ବାଚନ ମୈଦାନରେ । ସମସ୍ତଙ୍କ ନିଜ ଅଞ୍ଚଳର ଉନ୍ନତି ଓ ଦୁର୍ନୀତି ବିରୋଧରେ ସଂଗ୍ରାମ ନେଇ ନିର୍ବାଚନ ଲଢ଼ୁଛନ୍ତି । ତେବେ ପୁରୀ ଜିଲ୍ଲା କାକଟପୁର ବ୍ଳକର ସୁହାଗପୁର ପଞ୍ଚାୟତ ଏବେ ଚର୍ଚ୍ଚାରେ । ଏଠାରେ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜଣେ ବ୍ରାହ୍ମଣ ପୂଜକ । ସେ ଏବେ ନିର୍ବାଚନ ରଣାଙ୍ଗନରେ । ନିର୍ବାଚନରେ ଜଣେ ପଣ୍ଡିତ ଓହ୍ଲାଇବା ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜିର କଳୁଷିତ ରାଜନୀତିକୁ ଦୂର କରିବା, ନିଜ ପଞ୍ଚାୟତର ବିକାଶ ପାଇଁ ତାଙ୍କର ସ୍ବପ୍ନ ଥିବା ପଣ୍ଡିତ ଚିତ୍ତ ରଞ୍ଜନ ମିଶ୍ର କହିଛନ୍ତି । ସେପଟେ ସୁହାଗପୁର ପଞ୍ଚାୟତରେ ପ୍ରଚାର ଏବେ ଜୋରସୋରରେ ଚାଲିଥିବା ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ନିଜ ନିଜର ପ୍ରଚାର ଚଳାଇଛନ୍ତି । ତେବେ ପୁରୀ ଜିଲ୍ଲା କାକଟପୁର ବ୍ଳକର ସୁହାଗପୁର ପଞ୍ଚାୟତରେ କେମିତି ଚାଲିଛି ପ୍ରଚାର ଏ ନେଇ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.