ଜାଣନ୍ତୁ, ମହାପ୍ରଭୁଙ୍କ କାଳୀୟଦଳନ ବେଶ ମାହାତ୍ମ୍ୟ

By

Published : Sep 3, 2021, 4:39 PM IST

thumbnail

ଆଜି(ଶୁକ୍ରବାର) ମହାପ୍ରଭୁଙ୍କ କାଳୀୟଦଳନ ବେଶ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହା ସହିତ କଳୀୟଦଳନ ଘଟଣାକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ନାଟକୀୟ ଢଙ୍ଗରେ ପରିବେଷଣ କରାଯାଏ । ତେବେ ମହାପ୍ରଭୁ ଯମୁନା କୂଳରେ କୃଷ୍ଣ ରୂପରେ କାଳୀୟ ସର୍ପକୁ ମାରିଥିବାରୁ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁ ବିଜେ ପ୍ରତିମା ମଦନମୋହନ ଓ ରାଧାକୃଷ୍ଣ ମାର୍କଣ୍ଡେୟ ପୋଖରୀ ପାଖକୁ ଯାଆନ୍ତି । ସେଠାରେ କାଳୀୟ ଦଳନ କରନ୍ତି । ରତ୍ନ ସିଂହାସନ ବେଶ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଅଷ୍ଟଧାତୁ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଲବଣି ଖିଆ ଛକ ଦେଇ ମାର୍କଣ୍ଡେୟ ପୋଖରୀ କୂଳକୁ ନିଆଯାଏ । ସେଠାରେ ଦୀପଦାଣ୍ଡି ମଣ୍ଡପରେ ରୂପକାରଙ୍କ ଦ୍ବାରା କାଠ ନିର୍ମିତ ଏକ କାଳୀୟ ନାଗକୁ ସଜ୍ଜିତ ରଖାଯାଇଥାଏ । ତାକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣ ବେଶରେ ଏବଂ ଅନ୍ୟଜଣେ ଗରୁଡ ବେଶରେ ପ୍ରସ୍ତୁତ ହୋଇଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.