ତେଲେଙ୍ଗାନାରେ ବାଦଲଫଟା ବର୍ଷା, ବୁଡିଲା ଅନେକ ଜିଲ୍ଲା

By

Published : Sep 7, 2021, 6:54 PM IST

thumbnail

ହାଇଦ୍ରାବାଦ: ଗତ କିଛି ଦିନ ଧରି ତେଲେଙ୍ଗାନାର ରେକର୍ଡ ହୋଇଛି ବାଦଲଫଟା ବର୍ଷା । ୪ ଦିନ ଧରି ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ଅନେକ ଜିଲ୍ଲା ରାଜନ୍ନା ସିରିସିଲ୍ଲା, କରିମନଗର, ଜଗିତ୍ୟାଲ, ନିଜାମବାଦ, କମାରେଡ୍ଡି, ୱାରଙ୍ଗଲ ଆଦି ଜିଲ୍ଲା ହୋଇଛି ଜଳମଗ୍ନ । ସିରିସିଲ୍ଲା ସହରର ପ୍ରଗତି ନଗର, ପୁରୁଣା ବସ ଷ୍ଟେସନ, ସାଇନଗର, ଅମ୍ବିକାନଗର ଓ ଅନ୍ୟ କଲୋନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଗଣେଶ ପୂଜା ଥିବାରୁ ନିର୍ମାଣ ହୋଇ ରହିଥିବା ଗଣେଶଙ୍କ ମୂର୍ତ୍ତି ମଧ୍ୟ ଭାସି ଯାଉଥିବା ଦେଖିବାକୁ ମିଳିଛି । ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ସ୍ଥିତିର ସମୀକ୍ଷା ପାଇଁ ରାଜ୍ୟରେ ସ୍ପେଶାଲ କଣ୍ଟ୍ରୋଲ ରୁମ ମଧ୍ୟ ହୋଇଛି । ସିରିସିଲ୍ଲା ଅଞ୍ଚଳରେ ଲୋକଙ୍କୁ ବୋଟ ଦ୍ବାରା ଉଦ୍ଧାର କରାଯାଉଥିବା ବେଳେ ଖାଦ୍ୟ ପଦାର୍ଥ ମଧ୍ୟ ପହଞ୍ଚାଯାଇଛି । ସେପଟେ ଭେମୁଲାଭଡା ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.