Digital dialogue: କଟକ ମେୟର ରେସରେ ବିନୋଦ ଦାସ, କହିଲେ ସୁଯୋଗକୁ ଅପେକ୍ଷା

By

Published : Feb 5, 2022, 7:55 PM IST

thumbnail

ଭୁବନେଶ୍ବର: 'ସୂଚନା କେ ବାଦ ଶୋଚନା ନେହିଁ' । ଯଦି ଦଳ ପକ୍ଷରୁ ସୂଚନା ଦିଆଯିବ କଟକ ମେୟର ପଦ ପାଇଁ ନର୍ବାଚନ ଲଢ଼ିବି। ‘ମୁଁ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ, ଦଳ ନିର୍ଦ୍ଦେଶରେ କାମ କରିଆସିଛି । ମୋର ସବୁ ବର୍ଗର ଲୋକଙ୍କ ସହ ସଂପର୍କ ଭଲ, ସବୁଠୁ ବଡ଼ କଥା ଆମେ ମାଟିର ଲୋକ। କଟକ ସହରରେ ଲୋକେ ପାର୍ଟି ଅପେକ୍ଷା ମାଟିକୁ ଗୁରୁତ୍ବ ଦିଅନ୍ତି । କଟକବାସୀ ସ୍ବାଭିମାନୀ, ହେଲେ ସବୁବେଳେ କଟକ ଅବହେଳାର ଶିକାର ହୋଇଛି । ଚଳିତ ପୌର ନିର୍ବାଚନରେ କଟକ ପ୍ରତି ହୋଇଥିବା ଅନ୍ୟାୟର ଜବାବ ଦେବେ କଟକବାସୀ । ମୁଁ କଳିଯୁଗର ଅଭିମନ୍ୟୁ, ବିରୋଧୀଙ୍କ ସବୁ ଚକ୍ରବ୍ୟୁହକୁ ଭାଙ୍ଗି, ବିଜୟ ସହ ବାହାରକୁ ଆସିବି । ପୌର ନିର୍ବାଚନରେ କଟକରେ ଏଥର ବାଜିମାତ କରିବ ବିଜେପି’ । ଇଟିଭି ଭାରତ ଡିଜିଟାଲ ଡାଏଲଗର ସ୍ବତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବରିଷ୍ଠ ବିଜେପି ନେତା, ପ୍ରତିଷ୍ଠିତ ଶିକ୍ଷାବିତ ତଥା ସଫଳ ଉଦ୍ୟୋଗୀ ବିନୋଦ ଦାସ । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଭୁବନେଶ୍ବର)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.