କଟକରେ ବିଜେପିର ବନ୍ଦ ଡାକରା, ସମର୍ଥନ କଲେ ଇନ୍ଦ୍ରଦେବ

By

Published : Sep 13, 2021, 12:37 PM IST

thumbnail

କଟକ: ମୂର୍ତ୍ତି ଉଚ୍ଚତା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଲଗାଣ ବର୍ଷା ସତ୍ତ୍ବେ କଟକ ବାଦାମବାଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କଟକ ବନ୍ଦ ଡାକରା ଦିଆଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । କଟକର ପ୍ରମୁଖ ଛକ ନିକଟରେ ବନ୍ଦ ରହିଛି ଦୋକାନ ବଜାର । ଗତକାଲି ବିଭିନ୍ନ ଆସୋସିଏସନ ପକ୍ଷରୁ ଯାନବାହନ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆଜି ସକାଳୁ ବାଦାମବାଡ଼ିଠାରେ ବସ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.