ବଢିବ ନିଯୁକ୍ତି, କୃଷକଙ୍କ ହକରେ ନୂଆ କୃଷି ଆଇନ: ସିଇଏ କୃଷ୍ଣମୂର୍ତ୍ତି

By

Published : Feb 1, 2021, 8:06 AM IST

thumbnail

ଆର୍ଥିକ ବର୍ଷ 2021-22ର ସାଧାରଣ ବଜେଟ ଆଜି ଆଗତ ହେବ । ମହାମାରୀ ଯୋଗୁଁ ପ୍ରଭାବିତ ଅର୍ଥବ୍ୟବସ୍ଥା ମଧ୍ୟରେ ସମଗ୍ର ଦେଶର ନଜର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ ହେବାକୁ ଥିବା ବଜେଟ ଉପରେ ରହିଛି । ଏ ନେଇ ଇଟିଭି ଭାରତ ଦେଶର ଆର୍ଥିକ ସ୍ଥିତି ଓ ବଜେଟ ସହ ଜଡିତ ଆର୍ଥିକ ସ୍ଥିତିକୁ ବୁଝାଇବା ପାଇଁ ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଓ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସହ ଆଲୋଚନା କରିଛି । ଇଟିଭି ଭାରତ ଡେପୁଟି ନ୍ୟୁଜ ଏଡିଟର କୃଷ୍ଣାନନ୍ଦ ତ୍ରିପାଠୀଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନା କରିଛନ୍ତି । ଏଥିମଧ୍ୟରେ ସୁବ୍ରମଣ୍ୟମ କହିଛନ୍ତି କି ସଂରଞ୍ଚନାର ବିକାଶ ପାଇଁ କରାଯିବାକୁ ଥିବା ନିବେଶ ଆର୍ଥୁକ ପୁନରୁଦ୍ଧାରକୁ ପ୍ରୋତ୍ସାହନ ଦେବ । ଏହା ଦ୍ବାରା ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଏକ ପ୍ରଶ୍ନର ଉତ୍ତରେ ସୁବ୍ରମଣ୍ୟମ ଜଣାଇଛନ୍ତି କି ଭିତ୍ତିଭୂମିରେ ହେବାକୁ ଥିବା ଖର୍ଚ୍ଚ ଅର୍ଥବ୍ୟବସ୍ଥାକୁ ଉର୍ଜା ଦେବ । ସେହିଭଳି ଶ୍ରମ ଆଇନରେ ସୁଧାର ସହ ବିଦେଶୀ ନିବେଶକଙ୍କ ପାଇଁ ଦେଶରେ ନିବେଶ କରିବା ସହଜ ହେବ । ସେ ମୋଦି ସରକାରଙ୍କ ଦ୍ବାରା ପାରିତ କରାଯାଇଥିବା କୃଷି ଆଇନକୁ ମଧ୍ୟ ଦୃଢତାର ସହ ସମର୍ଥନ କରିଚନ୍ତି । ଏହି ଆଇନ ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଲାଭ ମିଳିବ ବୋଲି କହିଛନ୍ତି ସିଇଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.