ରେକର୍ଡ କଲା ବଜାର, ସେନସେକ୍ସ ଓ ନିଫ୍ଟିର ଲମ୍ବା ଲମ୍ଫ

By

Published : Dec 16, 2020, 7:59 PM IST

thumbnail

ମୁମ୍ବାଇ: ବୃହତ ଆର୍ଥିକ ସଙ୍କେତ ଓ ଲଗାତାର ସୁଧାର ସହ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବରେ ଘରୋଇ ବଜାର ଉପରମୁହାଁ । ସେନସେକ୍ସ ଓ ନିଫ୍ଟି ଲମ୍ବା ଲମ୍ଫ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେନସେକ୍ସ 403.29 ପଏଣ୍ଟ ବୃଦ୍ଧି ପାଇ 46,666.46 ପଏଣ୍ଟରେ ପହଞ୍ଚିଛି । ଯାହାକି ସେନସେକ୍ସର ନୂଆ ରେକର୍ଡ । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 114.85 ପଏଣ୍ଟ ଉଛୁଳି 13,682.70 ପଏଣ୍ଟ ସହ ଏହାର ସର୍ବକାଳୀନ ସ୍ତରରେ କାରବାର ବନ୍ଦ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.