ମାର୍କେଟ ରାଉଣ୍ଡଅପ: 46 ହଜାର ଟପିଲା ସେନସେକ୍ସ

By

Published : Dec 11, 2020, 6:18 PM IST

thumbnail

ମୁମ୍ବାଇ: ଗୋଟିଏ ଦିନର ଦୁର୍ବଳ ପରେ ପୁଣି ମଜବୁତ ହେଲା ବଜାର । ଶୁକ୍ରବାର ଇକ୍ୟୁଟି ବେଞ୍ଚମାର୍କ ସେନସେକ୍ସ 139 ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଛି । ବିଦେଶୀ ପୁଞ୍ଜି ପ୍ରବାହ ଜାରି ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ଆଇଟିସି ଏବଂ ଏଣ୍ଟିପିସି ସେୟାର ଉପରମୁହାଁ ଅଛି । ଏଣୁ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ବିଏସଇ ସେନସେକ୍ସ 139.13 ପଏଣ୍ଟ ବଢି 46,099.01 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 35.55 ପଏଣ୍ଟ ବୃଦ୍ଧି ସହ 13,513 ପଏଣ୍ଟରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.