Panchayat Election Campaign: ପ୍ରଚାର ମଇଦାନରେ ପ୍ରାର୍ଥୀ, ଜମୁଛି ଡୋର ଟୁ ଡୋର କ୍ୟାମ୍ପେନିଂ

By

Published : Feb 5, 2022, 5:03 PM IST

thumbnail

ବ୍ରହ୍ମପୁର : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ୨୫ ନମ୍ବର ଜୋନରେ ଶାସକ ବିଜେଡି ଦଳକୁ କଡ୍ଡା ଟକ୍କର ଦେବ ବିଜେପି । ଚଳିତଥର ବିଜେପି ଦଳରୁ ଏହି ଜୋନରେ ପ୍ରାର୍ଥୀ ହୋଇଛନ୍ତି କେ.ନରସିଂହ ପାତ୍ର। ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେ । ଏହାସହ ସରକାରୀ ଯୋଜନାରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ପ୍ରସଙ୍ଗକୁ ମୁଦ୍ଦା କରିଛନ୍ତି ନରସିଂହ । ନିଜ ଜୋନର ନିମଖଣ୍ଡି ପେଣ୍ଠ ଗାଁରେ ଦଳୀୟ କର୍ମୀଙ୍କ ସହ ସେ ପ୍ରଚାର କରୁଛନ୍ତି । ଏନେଇ ନରସିଂହ ଓ ଦଳୀୟ ସମର୍ଥକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.