Panchayat Election: ନିର୍ବାଚନ ରଣାଙ୍ଗନାରେ ଶିକ୍ଷୟିତ୍ରୀ

By

Published : Feb 9, 2022, 10:18 PM IST

thumbnail

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଭଦ୍ରକ ବ୍ଲକ 27 ନମ୍ବର ଜୋନ ଅନ୍ତର୍ଗତ 20 ଟି ୱାର୍ଡକୁ ନେଇ ଜଗଦଲପୁର ପଞ୍ଚାୟତ ଗଠିତ। ଏହି ପଞ୍ଚାୟତରେ ନିର୍ବାଚନୀ ତାତି ବେଶ ସରଗରମ ରହିଛି । ପୁରା ପଞ୍ଚାୟତରେ ମୋଟ 5123 ଜଣ ଭୋଟର ରହିଛନ୍ତି । ନିରବଚ୍ଛିନ୍ନ ଭାବେ 5 ଥର ଜଣେ ବ୍ୟକ୍ତି ଏହି ପଞ୍ଚାୟତରେ ବିପୁଳ ବ୍ୟବଧାନରେ ବିଜୟ ଲାଭ କରୁଛନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ସମିତି ସଭ୍ୟ ଆସନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମିତି ସଭ୍ଯ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ମାନେ ଭୋଟରଙ୍କୁ ମନାଇବାରେ ଲାଗିପଡ଼ିଛନ୍ତି। ତେବେ ସେଠାରେ କିପରି ଥିଲା ନିର୍ବାଚନୀ ମାହୋଲ । ଭୋଟର ଓ ଲଗାତାର ଭାବେ 5 ଥର ବିଜୟ ହୋଇଥିବା ବ୍ୟକ୍ତିଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭଦ୍ରକ ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.