ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦେଖନ୍ତୁ ଭିଡିଓ

By

Published : Sep 26, 2021, 2:11 PM IST

thumbnail

କଟକ: ଭାରସାମ୍ୟ ହରାଇ ନାଳରେ ଖସିପଡ଼ିଲା କାର । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ତାଙ୍କ ସହଯୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର ପଞ୍ଚାୟତ ନିକଟ କଇଁଆ ନାଳରେ । ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । କାର ଡ୍ରାଇଭରଙ୍କ ଘର ନିକଟ ସିସୁଆ ଗାଁରେ ବୋଲି ଜଣାପଡିଛି । ସେହି କାରଟି ବିଲିପଡା ଅଞ୍ଚଳରୁ ଶିଶୁଆ ଆସୁଥିବା ବେଳେ ବାଟରେ କଇଁଆ ନାଳ ପୋଲ ରହିଥିବା ପିଲର ଖୁଣ୍ଟିରେ ବାଡେଇ ହୋଇ କାରଟି ନାଳ ମଧ୍ୟକୁ ଖସି ପଡ଼ିଥିଲା । ନାଳରୁ କାରଟିକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇଛି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.