Panchayat poll: ଛତ୍ରପୁର ନିର୍ବାଚନ ମଣ୍ଡଳୀର ପାଞ୍ଚ ଜୋନରେ ଶାସକ ଦଳର ପ୍ରଚାର

By

Published : Feb 9, 2022, 9:53 PM IST

thumbnail

ବ୍ରହ୍ମପୁର: ଆସୁଛି ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ନେଇ ଜୋରଦାର ହେଉଛି ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ପାଞ୍ଚ ଜୋନରେ ଶାସକ ଦଳର ଚାଲିଛି ପ୍ରଚାର । ଏହି ଅବସରରେ ଛତ୍ରପୁର ବ୍ଳକର ୨୧ ନମ୍ବର ଜୋନରେ ଦଳୀୟ ପ୍ରାର୍ଥୀନୀ ଛବିତା ବେହେରାଙ୍କ ପାଇଁ ପ୍ରଚାର କରୁଛନ୍ତି ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ସହିତ ଉନ୍ନତି ମୂଳକ କାର୍ଯ୍ୟକୁ ପାଥେୟ କରି ଘରକୁ ଘର ବୁଲି ଜାରି ରହିଛି ପ୍ରଚାର । ସେପଟେ ନାରୀ ମାନଙ୍କ ପାଇଁ କାର୍ଯ୍ଯ କରିବାକୁ ଆହ୍ବାନ କରି ଭୋଟରଙ୍କ ନିକଟତର ହେଉଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥନୀ ଛବିତା । ଛତ୍ରପୁର ବ୍ଳକର ବଡମାଧ୍ୟପୁର ପଞ୍ଚାୟତର ଆଦର୍ଶ ଗ୍ରାମ ଗୋବାରେ ପ୍ରଚାର କରୁଥିବା ଦଳୀୟ ପ୍ରାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.