WOMAN TRAFFIC DANCE: ପ୍ରଥମେ ନାଚିଲେ, ପରେ ଚାପୁଡା ଖାଇଲେ

By

Published : Sep 16, 2021, 8:04 PM IST

thumbnail

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରଠାରେ ରାସ୍ତା ଉପରେ ନାଚି ଯୁବତୀ ହଟାହଟା । ଟ୍ରାଫିକରେ ଯୁବତୀଙ୍କ ଏହି ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି । କିନ୍ତୁ ନିଜ ଦକ୍ଷତା ଦେଖାଇବାକୁ ଯାଇ ଆକ୍ରୋଶର ଶିକାର ହୋଇଛନ୍ତି ଏହି ଯୁବତୀ । ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କର ଏହି ଭିଡ଼ିଓକୁ ଖୁବ ପସନ୍ଦ କରିଥିବା ବେଳେ ଟ୍ରାଫିକ ପୋଲିସଙ୍କଠାରୁ ବର୍ତ୍ତି ପାରିନାହାନ୍ତି ଯୁବତୀ । ଯୁବତୀ ଜଣକ ରାସ୍ତା ଉପରେ ନାଚୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ପରେ ପୋଲିସ ତାଙ୍କୁ ଚାପୁଡ଼ା ମାରିଥିବା ସୂଚନା ମିଳିଛି । ତେବେ ଯୁବତୀଙ୍କ ଉଦ୍ଦେଶ୍ୟ ଯାହା ବି ଥିଲା ତାହା ଭୁଲ ଥିଲା । ମୋଟର ଯାନବାହନ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.