ଖୈରତାବାଦରେ ସବୁଠାରୁ ବଡ ଗଜାନନ ବେଶ, ଆଶିଷ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

By

Published : Sep 10, 2021, 5:08 PM IST

thumbnail

ନିଜାମ ନଗରୀ ହାଇଦ୍ରାବାଦରେ ଧୁମଧାମରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ସହରର ଅନେ ପ୍ରମୁଖ ସ୍ଥାନମାନଙ୍କରେ ଗଣେଶଙ୍କୁ ବିରାଜମାନ କରାଇ ପୂଜାର୍ଚ୍ଚନା କରାଯାଉଛି । ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସବୁରି ଭିତରେ ହାଇଦ୍ରାବାଦର ଖୈରତାବାଦର ଗଣେଶ ପୂଜା ଅନ୍ୟତମ । କୁହାଯାଏ ଏଠାରେ ସହର ସର୍ବୋଚ୍ଚ ଗଣେଶ ପ୍ରତିମା ପୂଜା ପାଆନ୍ତି । ଖୈରୋତାବାଦର ଗଣେଶ ପୂଜା ଦେଖିବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦର ରଞ୍ଜନ ଗଜାନନଙ୍କୁ ପୂଜା କରିଥିବା ବେଳେ ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ମଧ୍ୟ ଖୈରୋତାବାଦରେ ଲମ୍ବୋଦରଙ୍କୁ ଭୋଗଲାଗି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.