ପଞ୍ଚାୟତ ଟକ୍କର: ଜର୍ମାନୀରୁ ଜିଲ୍ଲା ପରିଷଦ ପ୍ରାର୍ଥୀ, କିଏ ସୌମ୍ୟ ରଞ୍ଜନ ବଳିଆରସିଂ

By

Published : Feb 3, 2022, 9:51 PM IST

thumbnail

ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଜୋନ-୪ର ଜିଲ୍ଲା ପରିଷଦ ପ୍ରାର୍ଥୀ ସୌମ୍ୟ ରଞ୍ଜନ ବଳିଆର ସିଂହଙ୍କୁ ନେଇ ଏବେ ଚର୍ଚ୍ଚା। ସୌମ୍ୟ ଜଣେ ସଫ୍ଟୱେର ଇଂଜିନିୟର । ଜର୍ମାନୀରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଉଚ୍ଚ ବେତନରେ କାମ କରୁଥିଲେ। ତେବେ ଜନସେବା କରିବା ଓ ନିଜ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଟାଣି ଆଣିଛି ରାଜନୀତିକୁ। ଏହା ଛଡା ସୌମ୍ୟଙ୍କ ଅନ୍ୟ ଏକ ପରିଚୟ ହେଉଛି ସେ ହେଉଛନ୍ତି ରାଜ୍ୟ ବିଜେପି ପ୍ରବକ୍ତା ଓ ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂହଙ୍କ ସୁପୁତ୍ର। ଦେଖନ୍ତୁ ଆମର ସ୍ବତନ୍ତ୍ର ସେଗମେଣ୍ଟ ପଞ୍ଚାୟତ ଟକ୍କରରେ ସୌମ୍ୟ ରଞ୍ଜନ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.