ଲଗାଣ ବର୍ଷାରେ ବେହାଲ ଗୁଜୁରାଟ, ପାଣିରେ ଭାସୁଛି କାର୍

By

Published : Sep 13, 2021, 1:55 PM IST

thumbnail

ଗାନ୍ଧୀନଗର: ଗୁଜୁରାଟର ରାଜକୋଟରେ ଗତ ରାତି(ରବିବାର)ଠାରୁ ଲଗାଣ ବର୍ଷା ହେଉଛି । ଫଳରେ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି । ସହରରେ ୧୦ ଇଞ୍ଚର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରିବା ପାଇଁ ବାରଣ କରିଛନ୍ତି ରାଜକୋଟ ନଗର ଆୟୋଗ ଅମିତ ଅରୋରା । ସହରରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଣ୍ଟ୍ରୋଲ ରୁମ କରାଯାଇ ସ୍ଥିତି ଉପରେ ନଜର ରଖାଯାଉଛି । ପ୍ରବଳ ବର୍ଷା ଯୋଗୁଁ ରାଜକୋଟର ଡ୍ୟାମଗୁଡିକ ଓଭରଫ୍ଲୋ ହେଉଥିବା ଦେଖିବାକୁ ମିଳିଛି । ରାଜକୋଟର ଛାପରା ଅଞ୍ଚଳରେ ପାଣିରେ ଏକ କାର ଭାସୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି କାରରେ ୩ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.