ଦୀର୍ଘଦିନର ସ୍ବପ୍ନକୁ ପୂରଣ କଲେ ନାତିନାତୁଣୀ, ୧୦୧ ବର୍ଷରେ ବୃଦ୍ଧଙ୍କ ବିମାନଯାତ୍ରା

By

Published : Sep 19, 2021, 4:57 PM IST

Updated : Sep 19, 2021, 5:24 PM IST

thumbnail

ଅମରାବତୀ: ସମାଜରେ ଜେଜେ ବାପା ଓ ଜେଜେ ମାଆଙ୍କ ସହିତ ନାତି ନାତୁଣୀଙ୍କ ସମ୍ପର୍କ ଅତୁଟ । ପରସ୍ପର ପ୍ରତି ଏମାନଙ୍କର ଭଲପାଇବା ଅତୁଳନୀୟ ହୋଇଥାଏ । ପରସ୍ପର ମୁହଁରେ ହସ ଟିକେ ଦେଖିବାକୁ ଉଭୟ ଯଥାସମ୍ଭବ କରିଥାନ୍ତି ଚେଷ୍ଟା । ତେବେ ଏହି ଅତୁଟ ସମ୍ପର୍କର ମୂଲ୍ୟବୋଧକୁ ଆହୁରି ବଢାଇଛନ୍ତି ଆନ୍ଧ୍ରପ୍ରଦେଶର ଅପରୁପା ଓ ଅରବିନ୍ଦ । ସେମାନେ ନିଜ ଜେଜେବାପାଙ୍କ ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ଜେଜେଙ୍କ ୧୦୧ ବର୍ଷ ଜନ୍ମଦିବସରେ ତାଙ୍କ ବିମାନଯାତ୍ରା କରିବାର ଆଶାକୁ ପୂରଣ କରିଛନ୍ତି । ଏଥିଲାଗି ସେମାନେ ବେଙ୍ଗାଲୁରୁରେ ଏକ ୨ ଆସନ ବିଶିଷ୍ଟ ଚାଟାର୍ଡ ବିମାନ ମଗାଇ ସେଥିରେ ଜେଜେବାପା ରାମୁଦୁଙ୍କୁ ବିମାନ ଯାତ୍ରାର ଉପଭୋଗ କରାଇଛନ୍ତି । ରାମୁଦୁ ୧୨ ମିନିଟ ବିମାନରେ ବସି ପରିଣତ ବୟସରେ ନିଜ ଦୀର୍ଘ ଦିନର ସ୍ବପ୍ନକୁ ସାକାର ହେବାର ଦେଖିପାରିଛନ୍ତି । ଏହି ଜନ୍ମଦିନ ସବୁଠୁ ଅବିସ୍ମରଣୀୟ ଦିନ ହୋଇ ରହିବ ବୋଲି ରାମୁଦୁ କହିଥିବା ବେଳେ ନିଜ ନାତିନାତୁଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସୂଚନା ଥାଉ କି ରାମୁଦୁଙ୍କ ନାତୁଣୀ ଅପରୁପା ଆନ୍ଧ୍ରପ୍ରଦେଶ ବିଧାନସଭା ମଣ୍ଡଳୀ ଉପବାଚସ୍ପତି କୋନା ରଘୁପତିଙ୍କ ବୋହୂ ବୋଲି ଜଣାପଡ଼ିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 5:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.