World Aids Day 2022: ସୁସ୍ଥ ସମାଜ ଗଠନ ପାଇଁ ଶପଥ ପାଠ

By

Published : Dec 1, 2022, 8:32 PM IST

Updated : Feb 3, 2023, 8:34 PM IST

thumbnail

ନବରଙ୍ଗପୁର:ଡିସେମ୍ବର 1କୁ ବିଶ୍ବ ଏଡସ ଦିବସ ରୂପେ ପାଳନ କରାଯାଉଛି। ସମସ୍ତେ ଆଜିର ଦିନରେ ଏକ ସୁସ୍ଥ ସମାଜ ବା ସୁସ୍ଥ ଜୀବନ ଗଢିବା ପାଇଁ ସଚେତନତା ର ବାର୍ତ୍ତା ବାଣ୍ଟି ଥାଆନ୍ତି l ଏଡସ ଭଳି ରୋଗ ଠାରୁ ଦୂରେଇ ରହିବା ପାଇଁ ଆଜି ନବରଙ୍ଗପୁର ସହର ସ୍ଥିତ ସଦାଶିବ ପାର୍କ ଠାରୁ ଏକ ବିଶାଳ ରାଲି ବାହାରି rcd ପଡିଆ ଠାରେ ପହଞ୍ଚିଥିଲା l ଏହି ରାଲିରେ ଜିଲ୍ଲା ପ୍ରଶାସନ ସହ ସ୍ବାସ୍ଥ୍ୟ ବିଭାଗ ,ସ୍କୁଲ କଲେଜ ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏଡସ ବିପକ୍ଷରେ ସ୍ଲୋଗାନ ଦେଇଥିଲେ l rcd ଠାରେ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଉପସ୍ଥିତ ରହି ଏଡସ ର କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରାଇଥିଲେ l ଜିଲ୍ଲାରେ ବର୍ତ୍ତମାନ ୭୭୧ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିଛି l ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.