ଜନ୍ମଦାତ୍ରୀକୁ ଚପଲରେ ମାଡ଼ ମାରିଲା ଝିଅ, ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

By

Published : Jan 1, 2023, 10:23 PM IST

Updated : Feb 3, 2023, 8:38 PM IST

thumbnail

ବରଗଡ଼: ୧୦ମାସ ଗର୍ଭରେ ରଖି ମାଆ ନିଜ ସନ୍ତାନକୁ ଜନ୍ମଦିଏ । ନିଜ ସନ୍ତାନକୁ ଆଘାତ ଲାଗିଲେ ମାଆ ହୋଇପଡ଼େ ବ୍ୟସ୍ତବିବ୍ରତ । ସଦାସର୍ବଦା ନିଜ ପଣତକାନିରେ ନିଜ ଛୁଆକୁ ଘୋଡ଼ାଇ ରଖି କୌଣସି ସ୍ପର୍ଶ କରାଇଦିଏନି । ସେହି ମାଆ ପ୍ରତି ଏତେ ନିଷ୍ଠୁର ହେବା ନିଶ୍ଚିତ ନିନ୍ଦନୀୟ । ମାଆ ରୂପୀ ଚଳନ୍ତି ପ୍ରତିମାକୁ ଏଠାରେ ଚପଲରେ ମାଡ଼ ମାରିଛନ୍ତି ମହିଳା । ବୁଢୀ ମାଆକୁ ଗାଁଦାଣ୍ଡରେ ଘୋଷାଡି ନେଉଛି । ଏଭଳି ହୃଦୟବିଦାରକ ତଥା ନିନ୍ଦନୀୟ ଘଟଣା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗାଁରେ ଦେଖିବାକୁ ମିଳିଛି । ମାଡ଼ ମାରୁଥିବା ମହିଳା ଜଣକ ୨ ନମ୍ବର ଅଙ୍ଗନବାଡି ସେଣ୍ଟରର ଅଙ୍ଗନବାଡି କର୍ମୀ କୁମାରୀ ଜୟନ୍ତୀ ବୁଡେକ ବୋଲି ଜଣାପଡ଼ିଛି । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ମହିଳାଙ୍କ ଗିରଫ ଦାବି କରିଛନ୍ତି ବୁଦ୍ଧିଜୀବୀ । ଜଣେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ଯଦି ଏପରି କାରନାମା କରୁଛନ୍ତି ତେବେ ସେ ଶିଶୁମାନଙ୍କୁ କଣ ଶିକ୍ଷା ଦେଉଥିବେ ବୋଲି ପ୍ରଶ୍ନ ଉଠିଛି । ବରିଷ୍ଠ ନାଗରିକ ସଂଘ ମଧ୍ୟ ବରଗଡ଼ ଏସପିଙ୍କ ନିକଟରେ ଗିରଫ ଦାବି କରିଛି । ଇଟିଭି ଭାରତ, ବରଗଡ଼

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.