ଆରମ୍ଭ ହେଲା ନବରାତ୍ର ପୂଜା, ଚଳଚଞ୍ଚଳ ମା ସିଦ୍ଧେଶ୍ବରୀ ମନ୍ଦିର

By

Published : Sep 26, 2022, 5:14 PM IST

Updated : Feb 3, 2023, 8:28 PM IST

thumbnail

ଝାରସୁଗୁଡ଼ା: ଦଶହରା ପାଇଁ ଉତ୍ସବମୁଖର ହୋଇ ଉଠିଛି ଝାରସୁଗୁଡ଼ା ସହର । ଗତ ୨ ବର୍ଷର କୋରୋନା ମହାମାରୀ ଯୋଗୁଁ ଭକ୍ତ ଶୂନ୍ୟ ଥିଲା । କିନ୍ତୁ ଚଳିତ ବର୍ଷ ବଡ଼ ଧୁମଧାମରେ ଚାଲିଛି ନବରାତ୍ର ପୂଜା । ଶକ୍ତି ପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଝାରସୁଗୁଡା ସହର ବେହେରାମାଲ ସ୍ଥିତ ମା' ସିଦ୍ଧେଶ୍ବରୀ ମନ୍ଦିରରେ ନବରାତ୍ର ପାଇଁ ଗତକାଲି ଗୋଧୂଳୀ ଲଗ୍ନରେ କଳସ ଶୋଭାଯାତ୍ରା ସମ୍ପନ୍ନ ହୋଇଥିଲା । ଆଜି ମା' ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଠାରେ ମା'ଙ୍କ ବିରଳ ଶକ୍ତି ରହିଛି ଯିଏ ଯାହା ମାଗିଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଗତକାଲି ମହାଳୟା ଅବସରରେ ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ମା' ଭଗବତୀ । ପାର୍ବଣ ଅବସରରେ ମନ୍ଦିରକୁ ରଙ୍ଗୀନ ଆଲୋକ ମାଳାରେ ସଜାଯାଇଛି । ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.