ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ସହର ପାଇଁ ଐତିହାସିକ ଦିନ କହିଲେ ସ୍ଥାନୀୟ ବିଧାୟକ

By

Published : Jan 3, 2023, 9:40 PM IST

Updated : Feb 3, 2023, 8:38 PM IST

thumbnail

ରାଉରକେଲା: ଆସନ୍ତା ୫ ତାରିଖରେ ରାଉରକେଲା ସହରକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Rourkela Visit) । ହକି ଷ୍ଟାଡିୟମ ଓ ୨୫ଟି 'ମୋ ବସ' ଉଦଘାଟନ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ଆମ ପ୍ରତିନିଧି ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଏନେଇ ବିଧାୟକ କହିଛନ୍ତି, "କ୍ରୀଡାର ହବ ହେବାକୁ ଯାଉଛି ରାଉରକେଲା ସହର। ଏହାକୁ ନେଇ ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ସଜବାଜ। ତେବେ ହକି ବିଶ୍ବକପ ଆୟୋଜନ ନେଇ ରାଜ୍ୟ ସରକାର ପ୍ରସ୍ତୁତ। ରାଉରକେଲା ଗସ୍ତରେ ଆସି ହକି ଷ୍ଟାଡିୟମ, ମୋ ବସ ସହ ନୂତନ ଟ୍ରାଫିକ ବ୍ୟବସ୍ଥା ଏବଂ ରାଉରକେଲା ସହରର ବିଭିନ୍ନ ପାର୍କ ସହ ଖେଳପଡ଼ିଆ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।" ଇଟିଭି ଭାରତ, ରାଉରକେଲା

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.