ରାସ୍ତା ଚଉଡ଼ା ପାଇଁ କାଟିଦେଲେ ଗଛ, ବସା ଭାଙ୍ଗି ନୀରିହ ପକ୍ଷୀଙ୍କ ମୃତ୍ୟୁ

By

Published : Sep 2, 2022, 8:36 PM IST

Updated : Feb 3, 2023, 8:27 PM IST

thumbnail

ଥିରୁଅନନ୍ତପୁରମ: ରାଜରାସ୍ତା ଚଉଡ଼ା କରିବା ପାଇଁ ନୀରିହ ପକ୍ଷୀଙ୍କ ରାଜଉଆସ ଭାଙ୍ଗି ଦେଲେ (many birds died in Kerala )। କେତେ ନିର୍ଦ୍ଦୟ ସତେ ଏହି ମଣିଷ ଜାତି ! ନିଜ ସୁଖ ସୁବିଧା ପାଇଁ ସେ ସମସ୍ତଙ୍କ ବଳି ଚଢ଼ାଇ ଦିଏ । ଏଭଳି ଏକ ଦୃଶ୍ୟ କେରଳର ମଲ୍ଲାପୁରମରେ ଦେଖିବାକୁ ମିଳିଛି । ଏଠାରେ ରାଜରାସ୍ତା ଚଉଡ଼ା ପାଇଁ କାମ ଆରମ୍ଭ ହୋଇଛି । ତେବେ ଏଥିପାଇଁ ରାସ୍ତାକଡ଼ରେ ଥିବା ଏକ ବିରାଟ ଗଛକୁ କାଟି ଦିଆଯାଇଥିଲା । ଫଳରେ ଗଛରେ ଥିବା ପକ୍ଷୀବସା ସହିତ ଏଥିରେ ଥିବା ଚଢ଼େଇ ଛୁଆମାନେ ତଳେ ପଡ଼ି ମୃତ୍ୟୁବରଣ କରିଥିଲେ । ଏହାସହିତ ଗଛରୁ ଦଳଦଳ ହୋଇ ପକ୍ଷୀ ଉଡ଼ି ଯାଉଥିବା ଦେଖିବାକୁ ମଧ୍ୟ ମିଳିଛି । ତେବେ ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.