ଚାଲିଥିଲା ସତ୍‌ସଙ୍ଗ, ହରେ କୃଷ୍ଣ ଗାଉ ଗାଉ ଉଡିଗଲା ପ୍ରାଣବାୟୁ

By

Published : Nov 24, 2022, 11:09 AM IST

Updated : Feb 3, 2023, 8:33 PM IST

thumbnail

ସୁବର୍ଣ୍ଣପୁର: ଗାଁରେ ଚାଲିଥିଲା ସତ୍‌ସଙ୍ଗ । ସତ୍‌ସଙ୍ଗ କାର୍ଯ୍ୟକ୍ରମ ଯଜ୍ଞର ପୂର୍ଣ୍ଣାହୂତି ବି ପଡିସାରିଥିଲା । ମୁଖ୍ୟ ପୂଜକ ତଥା ପ୍ରସିଦ୍ଧ ପାରାୟଣ ଓ କୀର୍ତ୍ତନ ଗାୟକ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ବୋଲାଉଥିଲେ । ଘଣ୍ଟ, ଗିନି, ମୃଦଙ୍ଗର ତାଳେ ତାଳେ ଏହି ମହାମନ୍ତ୍ର ଜପୁଥିଲେ ସମସ୍ତେ । ହେଲେ ହରେ କୃଷ୍ଣ ହରେ ରାମ ଗାଉ ଗାଉ ହଠାତ୍ ଟଳି ପଡିଲେ ପୂଜକ । ବରଗଡ଼ ଜିଲ୍ଲାର ଟୁକୁରା ଗାଁରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁରପୁର ଗାଁର ଶ୍ରୀଗୋପାଳଜୀଙ୍କ ମୁଖ୍ୟ ସେବକ କୈଳାସ ଚନ୍ଦ୍ର ପଣ୍ଡା । ପୂଜକ ଜଣକ ତଳେ ପଡିଯିବା ପରେ ତୁରନ୍ତ ସହଯୋଗୀମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମହାମନ୍ତ୍ର ଗାଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯାଇଥିବାରୁ ତାଙ୍କ ଭଳି ଏକ ସୁଖଦ ମୃତ୍ୟୁ ଆମକୁ ପ୍ରାପ୍ତ ହୁଅନ୍ତା ବୋଲି ଅନେକ କହିଛନ୍ତି ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.