ରାଜ ରାଜେଶ୍ବରୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ

By

Published : Sep 22, 2022, 7:38 PM IST

Updated : Feb 3, 2023, 8:28 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋଡଷ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ରାଜରାଜେଶ୍ବରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ମା' ଗଡ଼ଚଣ୍ଡୀ ଗଜଲକ୍ଷ୍ମୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି । ଆସନ୍ତାକାଲି ମା' କଟକ ଚଣ୍ଡୀଙ୍କ ଜୟଦୁର୍ଗା ବେଶ ଓ ମା' ଗଡଚଣ୍ଡୀଙ୍କ ସରସ୍ଵତୀ ବେଶ ଅନୁଷ୍ଠିତ ହେବ । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.