ବାଲୁକାକଳାରେ ବସନ୍ତ ପଞ୍ଚମୀ ଶୁଭେଚ୍ଛା

By

Published : Jan 25, 2023, 10:21 PM IST

Updated : Feb 3, 2023, 8:39 PM IST

thumbnail

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବସନ୍ତ ପଞ୍ଚମୀ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ମା’ ସରସ୍ବତୀ ବାଲୁକା କଳାରେ ଆଗମନ ହୋଇ ସାରା ପୃଥିବୀ ବାସୀଙ୍କୁ ଶାନ୍ତିର ବାର୍ତ୍ତା ଦେବାର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ବିଦ୍ୟାଧାତ୍ରୀ ଦେବୀ ମା ସରସ୍ବତୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରନ୍ତୁ । ବସନ୍ତ ଋତୁର ଆଗମନରେ ଧରିତ୍ରୀ ମାତା ସବୁଜିମାରେ ପରିପୂର୍ଣ୍ଣ ହୋଇଯାଏ ଯାହାକୁ  ସ୍ୱାଗତ କରିଛନ୍ତି ବାଲୁକା କଳା ମାଧ୍ୟମରେ ।

ତେବେ ଏହି ବାଲୁକା କଳାଟି  20 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 10ଟନ ବାଲି ଉପଯୋଗ କରାଯାଇଛି। ଏଥିସହ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ "ହାପି ବସନ୍ତ ପଞ୍ଚମୀ " ର ବାର୍ତ୍ତା ଦେଇଛନ୍ତି । ସରସ୍ଵତୀ ପୂଜା କୁ ଆମ ଦେଶରେ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଏ । ତେଣୁ ମାନସ ସାହୁଙ୍କ ବାଲୁକା ଚିତ୍ରକଳା ଦେଖିବାକୁ ଲୋକ ଙ୍କ ଭିଡ଼ ବେଶ୍ ଦେଖିବାକୁ ମିଳିଥିଲା ।  

ପ୍ରତ୍ୟେକ ପର୍ବ ପର୍ବାଣୀ ଅବସର ରେ ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇଥାନ୍ତି। ପୁରୀ ଲାଇଟ୍ ହାଉସ ବେଳାଭୁମିରେ ବାଲୁକା ଚିତ୍ର ଶିଳ୍ପୀ ଙ୍କ ସ୍ୟାଣ୍ଡ ଆର୍ଟ ପାର୍କ ରହିଛି। ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକମାନେ ମାନସ ସାହୁ ଙ୍କ ଏହି sand art ପାର୍କ ବୁଲି ନୂଆ ଅନୁଭୂତି ନେଇ ଫେରିଥାନ୍ତି। ଉଚ୍ଚ କୋଟି ର ବାଲୁକା ଚିତ୍ର କଳା ପାଇଁ  ବିଶ୍ଵ ର ବଡ ବଡ ବାଲୁକା ଚିତ୍ର କଳା ପ୍ରତିଯୋଗିତା ଓ ଉତ୍ସବରେ ମାନସ ସାହୁ ଅନେକ ସମ୍ମାନ ସହିତ ପୁରସ୍କୃତ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.