ମାଣବସା ଗୁରୁବାର, ମା’ ଶାରଳା ମନ୍ଦିରରେ ପ୍ରବଳ ଭିଡ

By

Published : Nov 24, 2022, 4:18 PM IST

Updated : Feb 3, 2023, 8:33 PM IST

thumbnail

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା । ମନ୍ଦିରରେ ଆଜି ସକାଳୁ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ମାର୍ଗଶିର ମାସର ଦ୍ବିତୀୟ ଗୁରୁବାର ହୋଇଥିବାରୁ ଆଜି ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଙ୍ଗଳା ଆଳତୀ ଦର୍ଶନ ପରେ ବେଢା ଶୋଧନ, ମଇଲମ ଓ ମାର୍ଯ୍ୟନ କରାଯାଇ ବେଶ ଅନୁଷ୍ଠିତ ହୋଇଥିଲା। ଯାହାକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । କୁମାର ପୂର୍ଣ୍ଣିମାରେ ମା’ ଗଜଲଷ୍ମୀ ରୂପରେ ଦର୍ଶନ ଦେଉଥିବା ବେଳେ ମାର୍ଗଶୀର ମାସର ସମସ୍ତ ଗୁରୁବାରରେ ମା’ଙ୍କୁ ମହାଲଷ୍ମୀ ମନ୍ତ୍ରରେ ପୂଜା କରାଯାଇଥାଏ । ଇଟିଭି ଭାରତ, ଜଗତସିଂହପୁର

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.