Hockey World Cup 2023: ଭାରତ ବିଦା ପରେ ବି କମିନି କ୍ରେଜ୍, ବିଦେଶୀ ହକି ଟିମଙ୍କ ଦେଶୀ ଫ୍ୟାନ୍

ଭୁବନେଶ୍ବର : ହକି ବିଶ୍ବକପର ୧୫ ତମ ସଂସ୍କରଣ ଓଡିଶାରେ ଖେଳାଯାଉଛି । ଏନେଇ ଆୟୋଜକ ଓଡ଼ିଶାରେ ବିଭିନ୍ନ ବିଦେଶୀ ଖେଳାଳି ପହଁଞ୍ଚିଛନ୍ତି । ଏହା ସହିତ ବିଭିନ୍ନ ଦେଶର ଖେଳାଳିଙ୍କ ପରିବାର ଏବଂ ପ୍ରଶଂସକଙ୍କ ଓଡିଶାକୁ ସୁଅ ଛୁଟିଛି । ନିଜ ନିଜର ଦଳକୁ ଉତ୍ସାହିତ କରିବା ସହିତ ଚିୟର ଅପ ପାଇଁ ଷ୍ଟାଡିୟମରେ ଭିଡ଼ ଜମାଇଛନ୍ତି । କିଏ ନିଜ ପସନ୍ଦର ଖେଳାଳିଙ୍କୁ ଚିୟର ଅପ କରୁଥିବା ନଜର ଆସୁଛି ତ ଆଉ କିଏ ପଡ଼ିଆରେ ଖେଳୁଥିବା ନିଜ ସନ୍ତାନକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟରେ ପହଞ୍ଚିଛି ।
ତେବେ ଏହାରି ଭିତରେ ବିଦେଶୀ ଟିମଙ୍କ ଫ୍ୟାନ ବନିଛନ୍ତି ଭାରତୀୟ ହକି ପ୍ରେମୀ । ବିଦେଶୀ ଟିମକୁ ଚିୟର ଅପ କରିବା ପାଇଁ ଷ୍ଟାଡିୟମରେ ଭିଡ ଜମାଇଛନ୍ତି ଭାରତୀୟ ହକି ପ୍ରଶଂସକ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳୁଛି ଫ୍ୟାନଙ୍କ କ୍ରେଜ୍ । ହକି ପ୍ରେମୀଙ୍କ ଭିଡରେ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗି ରହିଛି । ଏନେଇ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା ବିଦେଶୀ ଟିମଙ୍କର ଦେଶୀ ଫ୍ୟାନ୍ସ । ଫ୍ରାନ୍ସ ଓ ଜର୍ମାନ ସମେତ ସ୍ପେନ ଓ କୋରିଆ ଟିମକୁ ସମର୍ଥନ ଜଣାଇ ଖେଳ ଦେଖିବାକୁ ଆସିଥିଲେ ଓଡିଆ ଫ୍ୟାନ୍ସ । ଏନେଇ କଳିଙ୍ଗ ଷ୍ଟାଡିୟମରେ ଜବରଦସ୍ତ ଭିଡ ଲାଗି ରହିଥିଲା ।
ଏନେଇ ଓଡିଆ ହକି ପ୍ରଶଂସକ କହିଛନ୍ତି ଯେ ଭାରତୀୟ ଟିମ ବିଶ୍ବକପରୁ ବିଦା ହେବା ପରେ କିଛି ପ୍ରଭାବ ପଡିବନି ଓଡିଶା ମାଟିରେ । ମ୍ୟାଚର ହାର ଏବଂ ଜିତ ମୁଦ୍ରାର ଦୁଇ ପାର୍ଶ୍ବ ପରି । ତେଣୁ ମ୍ୟାଚରେ ବିଜୟ ପରାଜୟ ଲାଗି ରୁହେ । ଭାରତ ହକି ବିଶ୍ବକପରୁ ବିଦାୟ ନେଇଛି । ଏହା ହକି ପ୍ରେମୀଙ୍କୁ ବ୍ୟାଘାତ କରିଛି । ହେଲେ ବିଦେଶି ଟିମକୁ ପ୍ରଶଂସକଙ୍କର ସମର୍ଥନ ରହିଛି । ଲୋକେ ଏଠି ହକି ଖେଳ ଦେଖନ୍ତି ଦେଶ ଦେଖନ୍ତିନି । ଭାରତୀୟ ହିସାବରେ ଆମେ ଆମ ଦଳକୁ ସମର୍ଥନ କରୁ । ସେପଟେ ବିଭିନ୍ନ ଦେଶର ପରିବାର ବର୍ଗ ଷ୍ଟାଡିୟମରେ ନିଜ ନଜିର ଦଳକୁ ସମର୍ଥନ ଜଣାଇଛନ୍ତି । ନିଜ ଦଳକୁ ଚିୟର ଅପ କରିବା ସହିତ ନିଜ ସନ୍ତାନମାନଙ୍କୁ ଉତ୍ସାହିତ କରିଥିବାର ନଜିର ରହିଛି ।
ସେପଟେ ଟିମ ଇଣ୍ଡିଆର ୪୮ ବର୍ଷର ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । କ୍ରସ ଓଭର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ଏହି ପରାଜୟ ପରେ ଟିମ ଇଣ୍ଡିଆର ହକି ବିଶ୍ବକପ ୨୦୨୩ ଅଭିଯାନ ଶେଷ ହୋଇଛି । ତେବେ ପନେଲ୍ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡଠଆରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ଭାରତୀୟ ହକି ପ୍ରେମୀ । ପନେଲ୍ଟି ସୁଟ୍ ଆଉଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୫-୪ ଗୋଲରେ ପରାସ୍ତ ହେବାପରେ ହକି ପ୍ରେମୀଙ୍କୁ ଏହି ଘଟଣା ଟିମକୁ ନିରାଶ କରିଛି ।
ଇଟିଭି ଭାରତ, ଭୁବନେଶ୍ବର