ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ, ଗଜରାଜଙ୍କ ଗର୍ଜନରେ ଭୟଭିତ ଗ୍ରାମବାସୀ

By

Published : Dec 5, 2022, 2:06 PM IST

Updated : Feb 3, 2023, 8:34 PM IST

thumbnail

ଭବାନୀପାଟଣା: ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ଗଜରାଜ । ଫସଲ ନଷ୍ଟ କରିବା ସହ ଗଜରାଜଙ୍କ ଗର୍ଜନରେ ଭୟଭିତ ଗ୍ରାମବାସୀ । ଗାଁରେ ଗଜରାଜ ଥିବା କାରଣରୁ ଲୋକେ ଗାଁ ଛାଡି ଅନ୍ୟତ୍ର ପଳାୟନ କରୁଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବ୍ଳକ ମାଲପଡା ଗାଁ ନିକଟରେ ଥିବା ଜଙ୍ଗଲରୁ ୫ ଟିକିଆ ହାତୀପଲ ଆସି ଗାଁରେ ଭୟଙ୍କର ଗର୍ଜନ କରିବା ସହ ଚାଷଙ୍କ ବିଭିନ୍ନ ଫସଲ ନଷ୍ଟ କରିବା ସହ ଗାଁରେ ତାଣ୍ଡବ କରୁଛନ୍ତି । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.