ଝାରସୁଗୁଡ଼ା ଜିଲ୍ଲାରେ ପାଳନ ହେଲା ବଡ଼ଦିନ

By

Published : Dec 25, 2022, 5:27 PM IST

Updated : Feb 3, 2023, 8:37 PM IST

thumbnail

ଝାରସୁଗୁଡା : ସହରସ୍ଥିତ କକ୍ସ୍ କଲୋନୀର ସେଣ୍ଟ୍‌ ଆରନଲ୍ଡ ଚର୍ଚ୍ଚରେ ବଡ଼ଦିନ ପାଳିତ ହୋଇଯାଇଛି । ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ନେଇ ଖ୍ରୀଷ୍ଟମାସ ପର୍ବ ବେଶ ଧୁମାଧାମରେ ପାଳନ ହୋଇଥିଲା । ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସୁନ୍ଦର ଭାବରେ ସଜେଇ ହୋଇଥିଲା ଝାରସୁଗୁଡା ସହରର ସମସ୍ତ ଚର୍ଚ୍ଚ । ଗତକାଲି(ଶନିବାର) ରାତି ୧୨ଟାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିବାପରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ବେଶ୍ ଉତ୍ସାହିତ ହୋଇଥିଲେ । ଏହାପରେ ସହରର ସମସ୍ତ ଚର୍ଚ୍ଚରେ ପ୍ରଭୁଙ୍କ ସ୍ବାଗତ ସମାରୋହ ଦେଖାଯାଇଥିଲା । ଖୁସିରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ବାଇବେଲ ପଢ଼ି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.