DAMAN: ଇଟିଭି ଭାରତରେ ଦମନର ସହ ନିର୍ଦ୍ଦେଶକ, କହିଲେ ଫେରିବ ଓଡିଆ ଫିଲ୍ମ ଦୁନିଆର ମର୍ଯ୍ୟାଦା

By

Published : Nov 26, 2022, 3:46 PM IST

Updated : Feb 3, 2023, 8:33 PM IST

thumbnail

ବାଲେଶ୍ବର: ବହୁଦିନର ବ୍ୟବଧାନ ପରେ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ର ଦେଖାଇଛି ତାର ଦମ । ଡାକ୍ତର ଓମକାର ହୋତାଙ୍କ ସେବାକୁ ନେଇ ନିର୍ମିତ ଦମନ ଏବେ କେବଳ ଓଡିଶାରେ ନୁହେଁ ବରଂ ସର୍ବଭାରତୀୟ ସ୍ତରରେ ବେଶ ଆଦୃତ ହୋଇଛି । ଏହାରି ଭିତରେ ଦମନ ହିନ୍ଦୀରେ ମଧ୍ୟ ରିଲିଜ ହେବାକୁ ଯାଉଛି । ଦମନ ଚଳଚ୍ଚିତ୍ରର ସଫଳତା ପରେ ଏବେ ପୁରା ଟିମ ଆଗାମୀ ଦିନରେ ଏମିତି ଚଳଚିତ୍ର ତିଆରି ପାଇଁ ପ୍ରସ୍ତୁତ ହେଲେଣି । ଏହାରି ଭିତରେ ଦମନ ଚଳଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଉତ୍ତମ କୁମାର ଦାସଙ୍କ ସହ ଆଲୋଚନା କରିଛି ଇଟିଭି ଭାରତ ଟିମ । ଉତ୍ତମଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ କଳିକାପୁର ଗ୍ରାମରେ ହୋଇଥିବା ବେଳେ ସେ ଏବେ ଦମନରେ ସହ ନିର୍ଦ୍ଦେଶନା ଦେଇ ନିଜକୁ ବେଶ ଖୁସି ଅନୁଭବ କରିଥିବା କଥା କହିଛନ୍ତି । କୋରାପୁଟରେ ଦମନ ସୁଟିଂ ହୋଇଥିବା ବେଳେ ସୁଟିଂ କରିବା ପାଇଁ ପାହାଡ଼ ଉପରକୁ ପ୍ରତିଦିନ ଯିବା ଆସିବା କରିବାକୁ ପଡୁଥିଲା । ଏହାସହ ପ୍ରବଳ ଶୀତରେ ମଧ୍ୟ ଦମନ ନିର୍ମାଣ କରାଯାଇଛି । ଅନେକ ଗୁଡିଏ ପରିଶ୍ରମର ଫଳ ମିଳିଥିବା ଉତ୍ତମ କହିଛନ୍ତି । ଆଗାମୀ ଦିନରେ ଓଡ଼ିଆ ଫିଲ୍ମ ନିଶ୍ଚୟ ଲୋକମାନଙ୍କ ଆଦୃତ ହେବ ଏବଂ ପୁଣି ଥରେ ଓଡ଼ିଆ ଫିଲ୍ମ ଦୁନିଆ ତାର ପରିଚୟ ହାସଲ କରିବ ବୋଲି ସେ କହିଛନ୍ତି । ଇଟିଭି ଭାରତ, ବାଲେଶ୍ବର

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.