୧୮ରୁ ଅନୁଗୋଳ ଜିଲ୍ଲା ମହୋତ୍ସବ, ବାହାରିଲା ମଶାଲ ଯାତ୍ରା

By

Published : Jan 11, 2023, 12:27 PM IST

Updated : Feb 3, 2023, 8:38 PM IST

thumbnail

ଅନୁଗୋଳ: ଜିଲ୍ଲା ଗଠନକୁ ପୂର୍ତ୍ତି ହେବାକୁ ଯାଉଛି ୩୦ ବର୍ଷ । ଏନେଇ ଜିଲ୍ଲାରେ ଆସନ୍ତା ୧୮ରୁ ଆରମ୍ଭ ହେବ ଜିଲ୍ଲା ମହୋତ୍ସବ । ମହୋତ୍ସବ ପାଇଁ ସଜବାଜ ହୋଇଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଗତକାଲି ବାହାରିଥିଲା ମଶାଲ ଶୋଭାଯାତ୍ରା । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ଅନୁଗୋଳର କଟିରପଡା, ଆଠମଲ୍ଲିକର ଦେଉଳଝେରି, ଛେଣ୍ଡିପଦାର ବାୟାଣୀ ପୀଠ, ପାଲଲହଡ଼ା ଖୁଲୁଡିରୁ ଅଞ୍ଚଳ ତଥା ଗାଁ ଗଣ୍ଡା ଗୁଡିକ ପରିକ୍ରମା କରିବା ପରେ ଅନୁଗୋଳ ସହର ମଧ୍ୟସ୍ଥ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ତେବେ ଏହାର ଆୟୋଜନ ବେସ ଧୁମଧାମରେ ଜିଲ୍ଲା ପ୍ରଶାସନ କରୁଥିବା ଜଣାପଡିଛି। ଜିଲାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରସିଦ୍ଧ ଦୈଵ ପୀଠ ଗୁଡିକରୁ ମଶାଲ ଆସିବାର କାର୍ଯ୍ୟକ୍ରମ ରହିଛି।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.