ବିଶ୍ୱ ସ୍ୱର ଦିବସ: ଗୋଟିଏ ବିଶ୍ୱ, ଅନେକ ସ୍ୱର

author img

By

Published : Apr 16, 2021, 8:58 PM IST

ବିଶ୍ୱ ସ୍ୱର ଦିବସ : ଗୋଟିଏ ବିଶ୍ୱ, ଅନେକ ସ୍ୱର

କଣ୍ଠସ୍ୱରର ମହତ୍ତ୍ୱ ସମସ୍ତେ ଜାଣନ୍ତି । ଏହା ସତ୍ତ୍ୱେ ଲୋକ ସ୍ୱରକୁ ପ୍ରଭାବିତ କରୁଖିବା ବିଭିନ୍ନ କାରଣ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଭିନ୍ନ ଚିକିତ୍ସକଙ୍କଠାରୁ ପ୍ରାପ୍ତ ପରିସଂଖ୍ୟନ ଅନୁସାରେ ଗତ କିଛି ବର୍ଷରେ ସେହି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି. ଯେଉଁମାନଙ୍କ ସ୍ୱର କୌଣସି ସ୍ୱାସ୍ଥ୍ୟ ସମସ୍ୟା, ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ତଥା ବଦ୍ ଅଭ୍ୟାସ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ।

କଣ୍ଠସ୍ୱରର ମହତ୍ତ୍ୱ ସମସ୍ତେ ଜାଣନ୍ତି । ଏହା ସତ୍ତ୍ୱେ ଲୋùକ ସ୍ୱରକୁ ପ୍ରଭାବିତ କରୁଖିବା ବିଭିନ୍ନ କାରଣ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଭିନ୍ନ ଚିକିତ୍ସକଙ୍କଠାରୁ ପ୍ରାପ୍ତ ପରିସଂଖ୍ୟନ ଅନୁସାରେ ଗତ କିଛି ବର୍ଷରେ ସେହି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି. ଯେଉଁମାନଙ୍କ ସ୍ୱର କୌଣସି ସ୍ୱାସ୍ଥ୍ୟ ସମସ୍ୟା, ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ତଥା ବଦ୍ ଅଭ୍ୟାସ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି । ସ୍ୱରର ସ୍ୱାସ୍ଥ୍ୟ ସଂପର୍କରେ ସଚେତନନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୬ ତାରିଖରେ ପାଳନ କରାଯାଏ ବିଶ୍ୱ ସ୍ୱର ଦିବସ । ଏ ବର୍ଷର ଥିମ୍ ରହିଛି ‘ଗୋଟିଏ ବିଶ୍ୱ,ଅନେକ ସ୍ୱର’ ।

୧୯୯୯ ମସିହା ଏପ୍ରିଲ ୧୬ ତାରିଖରେ ବ୍ରାଜିଲରେ ଜାତୀୟ ସ୍ୱର ଦିବସ ପାଳନ କରାଯାଇଥିଲା । ବ୍ରାଜିଲିଆନ୍ ସୋସାଇଟି ଅଫ୍ ଲାରିଙ୍ଗୋଲୋଜି ଆଣ୍ଡ୍ ଭଏସ ଦ୍ୱାରା ଏହି ଦିବସ ପାଳନ କରାଯାଇଥିଲା । ପରେ ୨୦୦୨ ମସିହାରେ ଆମେରିକାନ ଏକାଡେମୀ ଅଫ୍ ଅଟୋଲାରିଙ୍ଗୋଲୋଜି –ହେଡ୍ ଆଣ୍ଡ୍ ନେକ୍ ସର୍ଜରୀ ( ଏଏଓ-ଏଚଏନଏସ ) ପକ୍ଷରୁ ଏହି ଦିବସକୁ ବିଶ୍ୱବ୍ୟାପୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିବର୍ଷଠାରୁ ବିଶ୍ୱ ସ୍ୱର ଦିବସ ପାଳନ ହୋଇଆସୁଛି ।

ସ୍ୱର ସମସ୍ୟାର କାରଣ

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫନେସ୍ ଆଣ୍ଡ୍ ଅଦର୍ କମ୍ୟୁନିକେସନ ଡିଜଅର୍ଡର- ( ଏନଆଇସିଡି ) ଦ୍ୱାରା ସ୍ୱର ସମସ୍ୟାର ବିଭିନ୍ନ କାରଣ ସଂପର୍କରେ ଉଲ୍ଲେଖ କରାଯାଇଛି । କିଛି କାରଣ ହେଲା – . ଅପର୍ ରେସପିରେଟୋରି ସଂକ୍ରମଣ

. ଗ୍ୟାଷ୍ଟ୍ରୋସୋଫାଜିୟଲ ରିଫ୍ଲକ୍ସ ଦ୍ୱାରା ପ୍ରଦାହର ସୃଷ୍ଟି

. କଣ୍ଠର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର

. ଭୋକାଲ୍ ଫୋଲ୍‌ଡ ଅଭିବୃଦ୍ଧି

. ଲାରିନ୍‌କ୍ସରେ କ୍ୟାନସର

. ବିଭିନ୍ନ ସ୍ନାୟୁଗତ ରୋଗ ( ସ୍ପାସମୋଡିକ ଡିସଫୋନିଆ ଓ ଭୋକାଲ୍ ଫୋଲ୍ଡ ପାରାଲିସିସ )

. ସାଇକୋଲୋଜିକାଲ ଟ୍ରମା

ଅଧିକାଂଶ ସ୍ୱର ସମସ୍ୟାର ସମାଧାନ ବିଭିନ୍ନ ବ୍ୟବହାରଗତ ଓ ସର୍ଜିକାଲ ଚିକିତ୍ସା ଦ୍ୱାରା ଦୂର ହୋଇପାରିବ ।

ସ୍ୱର ସମସ୍ୟା ଏଡାଇବା ପାଇଁ ଉପାୟ

- ଶ୍ୱାସଜନିତ କୌଣସି ଅସୁବିଧା ବା ସାଇନସ ହେଲେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।

- ମଦ୍ୟପାନ ଓ ଧୂମ୍ରପାନ ଅଭ୍ୟାସ ଛାଡନ୍ତୁ ।

- ବାତାବରଣରେ ହଠାତ ତାପମାତ୍ରାରେ ପରିବର୍ତ୍ତନ ହେବା ସ୍ଥିତିରେ ରହନ୍ତୁ ନାହିଁ । ଯଦି ଆପଣ ଉଷ୍ମ ତାପମାତ୍ରା ଥିବା ପରିବେଶରୁ ଥଣ୍ଡା ପରିବେଶକୁ ଯିବାକୁ ପଡେ, ତାହା ହେଲେ କିଛି ସମୟ ପରେ ହିଁ ଯାଆନ୍ତୁ । - ଭଲ ସ୍ୱର ବଜାୟ ରଖିବା ପାଇଁ ପାଟି ଜରିଆରେ ଶ୍ୱାସ ନିଅନ୍ତୁ ନାହିଁ । ଦ୍ରୁତ ଗତିରେ ଚାଳିତ ଫ୍ୟାନ୍ ବା କୁଲର ସାମନାରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ ।

– ସଠିକ ସ୍ୱର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଓ ପାନୀୟ ସେବନ କରିବା ଜରୁରୀ । ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ରିଫ୍ଲକ୍ସ ଭଳି ସମସ୍ୟା ସୃଷ୍ଟି କରିପାରେ । - ଅଧିକ ଥଣ୍ଡା, ଆଲର୍ଜି ଓ ନାକ-ଗଳା ସଂକ୍ରମଣ ବେଳେ ସ୍ୱର ସଂପର୍କିତ କୌଣସି ବ୍ୟାୟାମ କରନ୍ତୁ ନାହିଁ । ଏଭଳି ସ୍ଥିତିରେ ଏକା ଥରକେ ୪୫ ମିନିଟରୁ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ।

- ଅବସାଦରୁ ଦୂରେଇ ରହନ୍ତୁ । କାରଣ ଉଭୟ ଶାରୀରିକ ଓ ମାନସିକ ଅବସାଦ ଆମ ସ୍ୱରକୁ ପ୍ରଭାବିତ କରିଥାଏ । ତେଣୁ ରାତିରେ ଭଲ ନିଦ୍ରା ଯାଆନ୍ତୁ । ରିଲାକ୍ସ କରନ୍ତୁ ।

- ଉଚ୍ଚ ସ୍ୱରରେ ପାଟି କରନ୍ତୁ ନାହିଁ ।

- କଥା କହିବା ବେଳେ ଯଦି ଅସୁବିଧା ହୁଏ ଓ ସ୍ୱରରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ସ୍ୱର ଦ୍ୱାରା ଆପଣ ସଠିକ ଭାବେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ । ଆପଣଙ୍କ ଅନୁଭବ ଓ ଭାବନାର ସଠିକ ପରିପ୍ରକାଶ କରିପାରିବେ । ତେଣୁ ସ୍ୱର ମାନବ ଜୀବନ ପ୍ରତି ଏକ ଅମୂଲ୍ୟ ଦାନ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଦ୍ୱାରା ସ୍ୱର ସମସ୍ୟା ସୃଷ୍ଟି ହୁଏ । ତେଣୁ ଭଲ ସ୍ୱର ବଜାୟ ପାଇଁ ସୁସ୍ଥ ଅଭ୍ୟାସ କରିବା ଗୁରୁତ୍ୱପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.