ବିଶ୍ବ ପାଇଲ୍ସ ଦିବସ, ଉତ୍ତମ ଜୀବନଶୈଳୀ ଦ୍ବାରା ଦୂର ହୋଇପାରିବ ସମସ୍ୟା

ବିଶ୍ବ ପାଇଲ୍ସ ଦିବସ, ଉତ୍ତମ ଜୀବନଶୈଳୀ ଦ୍ବାରା ଦୂର ହୋଇପାରିବ ସମସ୍ୟା
World Piles Day 2023: ପାଇଲ୍ସ କଣ, ଏହାର କାରଣ ଏବଂ ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 20 ତାରିଖରକୁ ବିଶ୍ବ ପାଇଲ୍ସ ଦିବସ ହିସାବରେ ପାଳନ କରାଯାଏ। ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: ଆଜି ବିଶ୍ବ ପାଇଲ୍ସ ଦିବସ। ପାଇଲ୍ସ ବା ଅର୍ଶକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର 20 ତାରିଖରେ ବିଶ୍ବ ପାଇଲ୍ସ ଦିବସ ପାଳନ କରାଯାଏ। ପାଇଲ୍ସ କଣ, ଏହାର କାରଣ ଏବଂ ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ପରିବର୍ତ୍ତିତ ଜୀବନଶୈଳୀ, ଚାପ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଅନେକ ପାଇଲ୍ସର ସମ୍ମୁଖୀନ ହୋଇଥାଆନ୍ତି । ଏହି ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ବେ ମଧ୍ୟ ଲୋକେ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ଦ୍ବିଧା କରିଥାଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ଏହାକୁ ଅଣଦେଖା କରିବା ଦ୍ବାରା ସମସ୍ୟା ଏବଂ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଯନ୍ତ୍ରଣା ଏବଂ ରକ୍ତସ୍ରାବ ହେଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ ବୋଲି କୁହାଯାଇଛି ।
ପାଇଲ୍ସ କଣ: ଅର୍ଶକୁ ସାଧାରଣତଃ ଲୋକେ ପାଇଲ୍ସ ବୋଲି କହି ଥାଆନ୍ତି । ପାଇଲ୍ସ ହେବା ଦ୍ବାରା ମଳଦ୍ବାର ନିକଟରେ ରହିଥିବା ଶୀରା ଫୁଲି ଯାଇଥାଏ। ସେଠାରେ ଏକ ଗଣ୍ଠି ଭଳି ହୋଇଥାଏ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ସାଧାରଣ ହୋଇଯାଇଛି । ବିଶ୍ବର ଅନେକ ପୁରୁଷ ଏବଂ ମହିଳା ପାଇଲ୍ସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାୟତଃ 50 ବର୍ଷ ବୟସରେ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ମଳଦ୍ବାର ନିକଟରେ ଫୁଲା ହେବା ଦ୍ବାରା ଅନେକ ସମୟରେ ସେଥିରୁ ରକ୍ତ ବାହାରିବା ମଧ୍ୟ ଆରମ୍ଭ ହୋଇଥାଏ । ଯଦି ଏହି ସମସ୍ୟାକୁ ଅଣଦେଖା କରାଯାଏ କିମ୍ବା ଏହାକୁ ଠିକ୍ ସମୟରେ ଚିକିତ୍ସା କରାଯାଏ ନାହିଁ, ତେବେ ଏହାର ସମାଧାନ ପାଇଁ ଅନେକ ଥର ଅସ୍ତ୍ରୋପଚାର କରିବାକୁ ମଧ୍ୟ ପଡ଼ିଥାଏ ।
ପାଇଲ୍ସର କାରଣ ଏବଂ ଲକ୍ଷଣ: ଅଧିକାଂଶ କ୍ଷେତ୍ରରେ କ୍ରନିକ୍ ଏବଂ ଅତ୍ୟଧିକ କୋଷ୍ଠକାଠିନ୍ୟ ପାଇଲ୍ସ ପାଇଁ ଦାୟୀ ହୋଇଥାଏ। ଏହା ବ୍ୟତୀତ ପୋଟାପା ଏହାର ମୁଖ୍ୟ କାରଣ ବୋଲି ମଧ୍ୟ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ବିବେଚନା କରିଥାଆନ୍ତି । ମସଲାଯୁକ୍ତ, ଅଧିକ ଭଜା ଯାଇଥିବା କିମ୍ବା ତେଲିଆ ଖାଦ୍ୟ ନିୟମିତ ଖାଇବା ଦ୍ବାରା ଏହା ହେବାର ସମ୍ଭାବନା ଅଧିକ ରହିଥାଏ । ମଳତ୍ୟାଗ ସମୟରେ ଯନ୍ତ୍ରଣା ଅନୁଭବ ହେବା, ମଳତ୍ୟାଗ ସମୟରେ କମ୍ କିମ୍ବା ବହୁତ ରକ୍ତସ୍ରାବ ହେବା, ବସିବା ସମୟରେ କଷ୍ଟ ଅନୁଭବ କରିବା । ମଳତ୍ୟାଗ ବିଳମ୍ବ ଘଟିବା ଇତ୍ୟାଦି ପାଇଲ୍ସର ଲକ୍ଷଣ ଅଟେ ।
ପାଇଲ୍ସର ଚିକିତ୍ସା: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଇଲ୍ସର ଚିକିତ୍ସା ସମ୍ଭବ ଅଟେ । ଜୀବନଶୈଳୀକୁ ପରିବର୍ତ୍ତନ କରି ଏହାକୁ କେତେକାଂଶରେ ରୋକାଯାଇ ପାରିବ।
- ଶରୀରକୁ ହାଇଡ୍ରେଟ ରଖନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ
- ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ
- ଦୈନନ୍ଦିନ ବ୍ୟାୟାମ କରିବା ଦ୍ବାରା ମଧ୍ୟ ପାଇଲ୍ସ ସମସ୍ୟାକୁ କିଛି ମାତ୍ରାରେ ରୋକାଯାଇ ପାରିବ
- ଅଧିକ ସମୟ କୌଣସି ଯାଗାରେ ବସି ରହନ୍ତୁ ନାହିଁ
- ଯନ୍ତ୍ରଣା ଉପଶମକାରୀ ଔଷଧ ଖାଇବା ଅନୁଚିତ । ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବା ଦ୍ବାରା ମଧ୍ୟ ପାଇଲ୍ସ ସମସ୍ୟାରୁ ମୁକ୍ତି ପାଇପାରିବେ ।
- ଅଧିକ ସମସ୍ୟା ହେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ଚିକିତ୍ସା କରିପାରିବେ
ବିଶ୍ବ ପାଇଲ୍ସ ଦିବସରେ ଅନେକ ସଙ୍ଗଠନ ଏବଂ ହେଲଥ କେର ସଂଗଠନ ମିଳିତ ଭାବେ ମାଗଣା ଚିକିତ୍ସା, କ୍ୟାମ୍ପେନ ଏବଂ ସୋସିଆଲ ମଡିଆରେ ପାଇଲ୍ସ ବିଷୟରେ ଅନେକ ସଚେତନାମୂଳକ ବାର୍ତ୍ତା ଦେଇଥାଆନ୍ତି ।
