World Lymphoma Awareness Day: କାହିଁକି ପାଳନ ହୁଏ ବିଶ୍ବ ଲିମ୍ଫୋମା ସଚେତନତା ଦିବସ, ଜାଣନ୍ତୁ

World Lymphoma Awareness Day: କାହିଁକି ପାଳନ ହୁଏ ବିଶ୍ବ ଲିମ୍ଫୋମା ସଚେତନତା ଦିବସ, ଜାଣନ୍ତୁ
ଲିମ୍ଫୋମାର ଲକ୍ଷଣ, ଏହାର ନିରାକରଣ ସହିତ ଏହାର ପ୍ରକାର ଏବଂ ଉପ-ପ୍ରକାର ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲିମ୍ଫୋମା ସଚେତନତା ଦିବସର ମୂଳ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ
ହାଇଦ୍ରାବାଦ: ସମସ୍ତେ ଜାଣନ୍ତି ଯେ କର୍କଟ ଏକ ଜଟିଳ ରୋଗ । କର୍କଟ ରୋଗ ଅନେକ ପ୍ରକାରର ହୋଇଥିବା ବେଳେ ଏହା ଶରୀରର ବିଭିନ୍ନ ଅଙ୍ଗରେ ହୋଇଥାଏ । କିନ୍ତୁ ଆଜି ମଧ୍ୟ ଅଧିକାଂଶ ଲୋକ କର୍କଟ ରୋଗର ପ୍ରକାର ଏବଂ ଲକ୍ଷଣ ବିଷୟରେ ଅବଗତ ହୋଇ ନାହାନ୍ତି । ଯାହା ଦ୍ବାରା ରୋଗ ଚିହ୍ନଟ ହେବାରେ ବିଳମ୍ବ ଏବଂ ଏହାର ଚିକିତ୍ସାରେ ମଧ୍ୟ ସମୟ ଲାଗିଥାଏ । ତେବେ ଏଭଳି ଏକ କର୍କଟ ହେଉଛି ଲିମ୍ଫାମା କ୍ୟାନ୍ସର । ଲିମ୍ଫୋମା କର୍କଟ ମଧ୍ୟ ଏହିପରି ଏକ ପ୍ରକାର କ୍ୟାନ୍ସର ଯାହା ବିଷୟରେ ଅନେକ ଲୋକ ଏହାର ସାଧାରଣ ଲକ୍ଷଣ କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ସୂଚନା ବିଷୟରେ ଅଧିକ ସଚେତନ ନୁହଁନ୍ତି ।
ଲିମ୍ଫୋମା କଣ: ଲିମ୍ଫୋମା କିମ୍ବା ଲସିକା ପ୍ରଣାଳୀର ଏହି କର୍କଟ ବେଳେବେଳେ ଏକ ପ୍ରକାର ରକ୍ତ କର୍କଟ ଭାବରେ ବିବେଚନା କରାଯାଏ କାରଣ ଏହା ଲିମ୍ଫୋସାଇଟ୍ ଯଥା ଶ୍ୱେତ ରକ୍ତ କଣିକା ସହିତ ଜଡିତ ଅଟେ । କିନ୍ତୁ ଏହା ଲ୍ୟୁକେମିଆ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କାରଣ ଏହି ଦୁଇ ପ୍ରକାରର କର୍କଟ ବିଭିନ୍ନ ପ୍ରକାରର କୋଷରେ ଆରମ୍ଭ ହୋଇଥାଏ । ଏହାକୁ ଲସିକା ଗ୍ରନ୍ଥିର କର୍କଟ ମଧ୍ୟ କୁହାଯାଏ । ସଂକ୍ରମଣ ପ୍ରତିରୋଧ କରୁଥିବା ପ୍ରତିରକ୍ଷା ପ୍ରଣାଳୀର ଲିମ୍ଫୋସାଇଟ୍ (ଶ୍ବେତ ରକ୍ତ କଣିକା) କୋଷରେ ଲିମ୍ଫୋମା ହୁଏ । ଲିମ୍ଫୋସାଇଟ୍ କୋଷ ଗୁଡ଼ିକ ଶରୀରର ଅନେକ ସ୍ଥାନରେ ଲିମ୍ଫ ନୋଡ, ସ୍ଲିନ, ଥାଇମସ୍ ଏବଂ ଅସ୍ଥି ମଜ୍ଜାରେ ରହିଥାଏ । ଲିମ୍ଫୋମାରେ ଏହି ଲିମ୍ଫୋସାଇଟ୍ ଦ୍ରୁତ ଏବଂ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇବାକୁ ଲାଗେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଲିମ୍ଫୋମା ଏକ ସଂପୂର୍ଣ୍ଣ ଆରୋଗ୍ୟକାରୀ କ୍ୟାନ୍ସର ଅଟେ । ଠିକ୍ ସମୟରେ ଏହାର ପରୀକ୍ଷଣ ଏବଂ ଚିକିତ୍ସା କରାଗଲେ ଏହି ରୋଗରୁ ମୁକ୍ତି ମିଳିପାରିବ । ସାଧାରଣତଃ ଲିମ୍ଫୋମା ଦୁଇ ପ୍ରକାରର ବୋଲି କୁହାଯାଏ । ହଞ୍ଜିକିନ ଲିମ୍ଫୋମା ଏବଂ ଅଣ-ହଞ୍ଜିକିନ ଲିମ୍ଫୋମା ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ 10 ଲକ୍ଷ ଲୋକ ଲିମ୍ଫୋମା ରୋଗରେ ପୀଡିତ ରହିଛନ୍ତି ଏବଂ ପ୍ରତିଦିନ ପ୍ରାୟ 1000 ଲୋକ ଲିମ୍ଫୋମା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଉପଲବ୍ଧ ସୂଚନା ଅନୁଯାୟୀ, ଭାରତ ସହ ଜଡିତ ତଥ୍ୟ ବିଷୟରେ ଆଲୋଚନା କରାଯାଏ ତେବେ 2020 ମସିହାରେ ପ୍ରାୟ 11,300 ରୋଗୀଙ୍କୁ ହଞ୍ଜିକିନ ଲିମ୍ଫୋମା ଏବଂ 41,000 ରୋଗୀଙ୍କୁ ଅଣ-ହଞ୍ଜିକିନ ଲିମ୍ଫୋମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତରେ ଅଣ-ହଞ୍ଜିକିନ ଲିମ୍ଫୋମା ଅଧିକ ଦେଖାଯାଏ ।
ଦିବସ ପାଳନର ଉଦ୍ଦେଶ୍ୟ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ସମସ୍ତ ପ୍ରକାର କର୍କଟ ରୋଗ ସହିତ ଲିମ୍ଫୋମା ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଖରେ ଏହି ରୋଗର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ସୂଚନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାର ଲକ୍ଷଣ, ଏହାର ନିରାକରଣ ସହିତ ଏହାର ପ୍ରକାର ଏବଂ ଉପ-ପ୍ରକାର ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲିମ୍ଫୋମା ସଚେତନତା ଦିବସର ମୂଳ ଉଦ୍ଦେଶ୍ୟ ।
ଲିମ୍ଫୋମାର ଲକ୍ଷଣ: ଲିମ୍ଫୋମାର ପ୍ରାରମ୍ଭିକ ଲକ୍ଷଣ ଅନ୍ୟ ରୋଗର ଲକ୍ଷଣ ପରି ମନେ ହୋଇଥାଏ । ସ୍ବାଇନ ଫ୍ଲୁ ବା ଭାଇରାଲ ସଂକ୍ରମଣର ଲକ୍ଷଣ ଲିମ୍ଫାର ଲକ୍ଷଣ ସହ ସମାନ ହୋଇଥାଏ ।
- ବାରମ୍ବାର ଜ୍ୱର ହେବା
- କାଶ, ଶ୍ୱାସକ୍ରିୟାରେ ସମସ୍ୟା
- ରାତିରେ ଅତ୍ୟଧିକ ଝାଳ ବାହାରିବା
- ଟନସିଲର ବୃଦ୍ଧି
- ଥକ୍କା ଏବଂ ଭୋକ ନଲାଗିବା
- ମୁଣ୍ଡବିନ୍ଧା ଏବଂ ହାଡ ଯନ୍ତ୍ରଣା
- ଓଜନ ହ୍ରାସ
- ବେକ, ବାହୁ ଫୁଲିଯିବା
- ପରିସ୍ରାରେ ବାଧା ଦେଖାଯିବା
ପରୀକ୍ଷା ଏବଂ ଚିକିତ୍ସା: ଲିମ୍ଫୋମାର ଲକ୍ଷଣ ଦେଖି ଅନେକ ପ୍ରକାର ପରୀକ୍ଷା କରାଯାଇପାରିବ । ସିବିସି, ବ୍ଲଡ କେମେଷ୍ଟ୍ରି,ରକ୍ତ ରସାୟନ ପରୀକ୍ଷା, ସିଟି ସ୍କାନ୍, ପିଇଟି ସ୍କାନ୍, ଏମଆରଆଇ, ଲିମ୍ଫ ନୋଡର ବାୟୋପସି, ଅସ୍ଥି ମଜ୍ଜା କିମ୍ବା ଅନ୍ୟ ଅଙ୍ଗର ପରୀକ୍ଷା କରାଯାଇ ପାରିବ । ଏହି ପରୀକ୍ଷଣ ଗୁଡିକ ଉପରେ ଆଧାର କରି ଏହି ରୋଗର ମୁକାବିଲା କରିବା ପାଇଁ ବିଭିନ୍ନ ଔଷଧ ଏବଂ ଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ । ଲିମ୍ଫୋମର ଚିକିତ୍ସା ରୋଗର ପ୍ରକାର ଉପରେ ନିର୍ଭର କରି ବ୍ୟକ୍ତିଙ୍କ ଠାରେ ଭିନ୍ନ ହୋଇପାରେ । ଏହାର ଚିକିତ୍ସାରେ କେମୋଥେରାପି, ରେଡିଓଥେରାପି କିମ୍ବା ରେଡିଏସନ୍ ଥେରାପି, ଇମ୍ୟୁନୋଥେରାପି ଏବଂ ଟାର୍ଗେଟ୍ ଥେରାପି ଇତ୍ୟାଦି ସହିତ CAR ଟି-ସେଲ୍ ଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ମଧ୍ୟ ଆବଶ୍ୟକ ଅନୁଯାୟୀ କରାଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
