World Glaucoma Day: ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ

author img

By

Published : Mar 12, 2023, 6:46 AM IST

World Glaucoma Day

ଆଖିରେ ଦେଖା ଯାଉଥିବା କେତେକ ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ । ହୋଇପାରେ ଗ୍ଲୁକୋମା ସମସ୍ୟା । ବିଶ୍ବ ଗ୍ଲୁକୋମା ଦିବସରେ ଜାଣନ୍ତୁ କେମିତି ନେବେ ଆଖିର ଯତ୍ନ

ହାଇଦ୍ରାବାଦ: ଆଜି ବିଶ୍ବ ଗ୍ଲୁକୋମା ଦିବସ । ପ୍ରତିବର୍ଷ ମାର୍ଚ୍ଚ 12କୁ ବିଶ୍ବ ଗ୍ଲୁକୋମା ଦିବସ ଭାବେ ଆୟୋଜନ କରାଯାଉ ଥିବାବେଳେ 18 ପର୍ଯ୍ୟନ୍ତ ଗ୍ଲୁକୋମା ସପ୍ତାହ ରୂପେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏହା ମୁଖ୍ୟ ଉଦ୍ଦେଶ୍ୟ, ସମଗ୍ର ବିଶ୍ୱରେ ଗ୍ଲୁକୋମା ପରି ଗୁରୁତର ଚକ୍ଷୁ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା । ଗ୍ଲୁକୋମା ବା କଳା ମୋତିଆବିନ୍ଦୁ ଏକ ଗୁରୁତର ଚକ୍ଷୁ ରୋଗ, ଯାହା ଠିକ୍ ସମୟରେ ଚିକିତ୍ସା କରାନଗଲେ ପୀଡିତଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇପାରେ କିମ୍ବା ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ ।

ବିଶ୍ୱ ଗ୍ଲୁକୋମା ଦିବସ ପ୍ରତିବର୍ଷ ମାର୍ଚ୍ଚ 12 ରେ ୱାର୍ଲ୍ଡ ଗ୍ଲୁକୋମା ଆସୋସିଏସନ୍ ଏବଂ ୱାର୍ଲ୍ଡ ଗ୍ଲୁକୋମା ପେସେଣ୍ଟ ନେଟୱାର୍କ ସଂଗଠନର ମିଳିତ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥାଏ । ଚଳିତ ବର୍ଷ, ମାର୍ଚ୍ଚ 12 ରୁ 18 ପର୍ଯ୍ୟନ୍ତ ଚାଲିଥିବା ୱାର୍ଲ୍ଡ ଗ୍ଲୁକୋମା ସପ୍ତାହ, "ଦ ୱାର୍ଲ୍ଡ ଇଜ୍ ବ୍ରାଇଟ୍, ପ୍ରୋଟେକ୍ଟ ୟୁଇର୍ ଭିଜନ୍" ଥିମ୍ ଉପରେ ପାଳନ କରାଯାଉଛି ।

ଗ୍ଲୁକୋମା କଣ: ଗ୍ଲୁକୋମାକୁ ସାଧାରଣତଃ କଳା ମୋତିଆବିନ୍ଦୁ ବୋଲି କୁହାଯାଏ । ଏହା ସହ ଆଖିର ଅପ୍ଟିକ୍ ସ୍ନାୟୁର କ୍ଷତି ସହ ଜଡିତ କିଛି ସମସ୍ୟା । ଗ୍ଲୁକୋମାକୁ ଏକରୁ ଅଧିକ ରୋଗ ବା ସମସ୍ୟାର ଗୋଷ୍ଠୀ କୁହାଯାଏ, ଯାହା ଅପ୍ଟିକ୍ ସ୍ନାୟୁର କ୍ଷତି ସହିତ ଜଡିତ । ଏହି ସମସ୍ୟା ଗମ୍ଭୀର ହେଲେ ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତ ହରାଇପାରନ୍ତି । ତିନୋଟି ପ୍ରକାରର ଗ୍ଲୁକୋମା ଅଛି - ଓପନ୍ ଆଙ୍ଗଲ୍ ଗ୍ଲୁକୋମା, ଆଙ୍ଗଲ୍ କ୍ଲୋଜର୍ ଗ୍ଲୁକୋମା ଏବଂ ନର୍ମାଲ୍ ଟେନ୍ସନ୍ ଗ୍ଲୁକୋମା ।

60 ବର୍ଷରୁ ଅଧିକ ବ୍ୟକ୍ତି ସାଧାରଣତଃ ଗ୍ଲୁକୋମା ପାଇଁ ଦାୟୀ ବୋଲି ବିବେଚନା କରାଯାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହା ଯୁବକମାନଙ୍କ ଠାରେ ହୋଇପାରିବ ନାହିଁ । ତଥାପି, ଏହି ସମସ୍ୟା ଯୁବାବସ୍ଥାରେ ଖୁବ୍ କମ୍ ଦେଖାଯାଏ । ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଶିକାର ହୋଇଥିବା ବ୍ୟକ୍ତିଙ୍କର ଗ୍ଲୁକୋମା ହେବାର ଆଶଙ୍କା ବହୁତ ଅଧିକ । ଏହା ବ୍ୟତୀତ ପରିବାରର କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ଥିଲେ ବିପଦ ଆଶଙ୍କା ଅଧିକ ଥାଏ ।

ଗ୍ଲୁକୋମା ପରିସଂଖ୍ୟାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗ୍ଲୁକୋମା ହେଉଛି ଦୃଷ୍ଟିହୀନ କରିବାର ଦ୍ୱିତୀୟ ପ୍ରମୁଖ କାରଣ । ସଂଗଠନର ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରାୟ 12 ନିୟୁତ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏଥି ସହିତ, ବିଶ୍ୱରେ 4.5 ନିୟୁତ ଲୋକ ଏହି ରୋଗ ହେତୁ ଦୃଷ୍ଟିଶକ୍ତି ହରାଇବାର ଶିକାର ହୋଇଛନ୍ତି । ଭାରତରେ ଏହି ସଂଖ୍ୟା 1.2 ନିୟୁତ ଲୋକ । ଏହା ଚିନ୍ତାର ବିଷୟ ଯେ, ଗ୍ଲୁକୋମା ରୋଗରେ ପୀଡିତ ପ୍ରାୟ 50% ଲୋକ ରୋଗ ଗମ୍ଭୀର ନହେବା ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ।

ଚିକିତ୍ସା: ଡାକ୍ତରଙ୍କ ଅନୁଯାୟୀ, ଗତ 10 ବର୍ଷ ମଧ୍ୟରେ ଗ୍ଲୁକୋମା ରୋଗରେ କ୍ରମାଗତ ବୃଦ୍ଧି ଘଟିଛି, ଏହାର ମୁଖ୍ୟ କାରଣ ହେଉଛି ମଧୁମେହ ଏବଂ ଉଚ୍ଚ ରକ୍ତଚାପ । ଦୀର୍ଘ ସମୟ ଧରି କମ୍ପ୍ୟୁଟର, ମୋବାଇଲ୍ କିମ୍ବା ଟିଭି ସାମ୍ନାରେ ବସିବା ଠାରୁ ଦୂରେଇ ରୁହନ୍ତୁ । 40 ବର୍ଷ ବୟସ ପରେ, ପ୍ରତି 2 ବର୍ଷରେ ଥରେ ଆଖି ଯାଞ୍ଚ କରନ୍ତୁ । ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଆଖିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଯେପରିକି ସୂର୍ଯ୍ୟକିରଣରେ ବାହାରକୁ ଯିବାବେଳେ ଆଖିକୁ ସୁରକ୍ଷା ଦେଇପାରୁ ଥିବା ଭଳି ଚଷମା ବ୍ୟବହାର କରନ୍ତୁ । ଆଖିର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ, ପ୍ରତିଦିନ ଆଖିକୁ ବିଶୁଦ୍ଧ ପାଣିରେ ଧୋଇଦିଅନ୍ତୁ । ଆଖିରେ ଜଳ୍ବନ, ଯନ୍ତ୍ରଣା କିମ୍ବା କ୍ରମାଗତ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସେଚତନ ରହିଲେ ରୋଗମୁକ୍ତ ରହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.