ବିଶ୍ବ ପରିବାର ଡାକ୍ତର ଦିବସ 2021

author img

By

Published : May 19, 2021, 10:42 PM IST

ବିଶ୍ବ ପରିବାର ଡାକ୍ତର ଦିବସ 2021

ସାରା ବିଶ୍ବରେ ପ୍ରତି ପରିବାର ପାଇଁ ଫ୍ୟାମିଲି ଡକ୍ଟର କିମ୍ବା ପରିବାର ଚିକିତ୍ସକ ଅତି ଗୁରୁତ୍ବପୂର୍ଣ୍ଣ। ଏପରିକି ଶରୀରର କୌଣସି ଭାଗରେ ବି ଯଦି କିଛି ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ସେ କ୍ଷେତ୍ରରେ ପ୍ରଥମ ବ୍ୟକ୍ତି ଭାବେ ଆମେ ଆମର ପରିବାର ଡାକ୍ତରଙ୍କ ସହ ଯୋଗାଯୋଗ କରିଥାଉ । ସୁତରାଂ ଆଜି ବିଶ୍ବ ପରିବାର ଡାକ୍ତର ଦିବସରେ ଜରୁରୀ ଯୋଗାଯୋଗ ପାଇଁ ଆମ ପାଖରେ ଯାହାଙ୍କର ଫୋନ୍ ନମ୍ବର ରହିଛି ତାଙ୍କର ସେବା ପାଇଁ ଆମେ କୃତଜ୍ଞ ରହିବ।

ସାରା ବିଶ୍ବରେ ପ୍ରତି ପରିବାର ପାଇଁ ଫ୍ୟାମିଲି ଡକ୍ଟର କିମ୍ବା ପରିବାର ଚିକିତ୍ସକ ଅତି ଗୁରୁତ୍ବପୂର୍ଣ୍ଣ। ଏପରିକି ଶରୀରର କୌଣସି ଭାଗରେ ବି ଯଦି କିଛି ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ସେ କ୍ଷେତ୍ରରେ ପ୍ରଥମ ବ୍ୟକ୍ତି ଭାବେ ଆମେ ଆମର ପରିବାର ଡାକ୍ତରଙ୍କ ସହ ଯୋଗାଯୋଗ କରିଥାଉ । ସୁତରାଂ ଆଜି ବିଶ୍ବ ପରିବାର ଡାକ୍ତର ଦିବସରେ ଜରୁରୀ ଯୋଗାଯୋଗ ପାଇଁ ଆମ ପାଖରେ ଯାହାଙ୍କର ଫୋନ୍ ନମ୍ବର ରହିଛି ତାଙ୍କର ସେବା ପାଇଁ ଆମେ କୃତଜ୍ଞ ରହିବ।

ବିଶ୍ବ ପରିବାର ଡାକ୍ତର ଦିବସ 2021

ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ପରିବାର ଡାକ୍ତରଙ୍କ ଯୋଗଦାନକୁ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମେ’ 19ରେ ବିଶ୍ବ ପରିବାର ଡାକ୍ତର ଦିବସ (FDD) ପାଳନ କରାଯାଉଛି । ୱାର୍ଲଡ ଅର୍ଗାନାଇଜେସନ ଅଫ୍ ନ୍ୟାସନାଲ କଲେଜ, ଆକେଡେମିକ୍ସ ଏଣ୍ଡ ଆକେଡେମିକ୍ ଆସୋସିଏସନସ ଅଫ୍ ଜେନେରାଲ ପ୍ରାକ୍ଟିସନର୍ସ/ଫ୍ୟାମିଲି ଫିଜିସିଆନସ (WONCA) ଦ୍ବାରା ପ୍ରଥମେ 2010ରେ ଏହି ଦିବସ ପାଳନ କରାଯାଇଥିଲା । ୱାର୍ଲଡ ଅର୍ଗାନାଇଜେସନ ଅଫ୍ ଫ୍ୟାମିଲି ଡକ୍ଟର୍ସ ସର୍ଟ ଫର୍ମରେ ଓନକା ଭାବେ ପରିଚିତ । “ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣ” ହେଉଛି ଏବର୍ଷ ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ।

ଏକ ଫ୍ୟାମିଲି ଡକ୍ଟର ବା ଜଣେ ପରିବାର ଚିକିତ୍ସକ ହେଉଛନ୍ତି ଯେ କି ଏକ ପରିବାରର ଅଂଶବିଶେଷ । କୌଣସି ଅସୁସ୍ଥତା ଅନୁଭବ କଲେ କିମ୍ବା ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ ଆମେ ପ୍ରଥମତଃ ପରିବାରର ଡାକ୍ତରଙ୍କ ପରାମର୍ଶ ନେଇଥାଉ। ରୋଗୀର ବୟସ ଯାହା ହୋଇଥାଉ ନା କାହିଁକି, ରୋଗୀ ପୁରୁଷ କିମ୍ବା ମହିଳା ହୋଇଥାନ୍ତୁ ବା ଯେଉଁ ସ୍ଥିତିରେ ଥାନ୍ତୁ ଡାକ୍ତର ତାଙ୍କୁ ଚିକିତ୍ସା କରିପାରିବେ । ସେମାନେ ସାଧାରଣତଃ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ରୋଗୀଙ୍କୁ ରୋଗ ପ୍ରତିଷେଧକ ସମ୍ପର୍କରେ ପରାମର୍ଶ ଦେଇଥାନ୍ତି ଏବଂ କିଭଳି ଏହାର ନିଦାନ କରିବେ ସେ ନେଇ ବୁଝାଇଥାନ୍ତି । ସେମାନେ କମ୍ୟୁନିଟି ସ୍ତରରେ ମଧ୍ୟ ସେବା ଯୋଗାଇ ଦେଇଥାନ୍ତି ।

ବିଶ୍ବ ପରିବାର ଡାକ୍ତର ଦିବସ 2021ର ଚାରିଟି ସ୍ତମ୍ଭ

ଓନକା ବିଶ୍ବ ପରିବାର ଡାକ୍ତର ଦିବସ 2021ର ଚାରିଟି ସ୍ତମ୍ଭ ଏଠାରେ ଦର୍ଶାଇଛି ଏବଂ ସେଗୁଡ଼ିକ ହେଲା:

ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣ ଏବଂ ପ୍ରାଥମିକ ଚିକିତ୍ସା ପ୍ରଦାନକାରୀ ଦଳ–ଆମେ ଚାହୁଁ ଯେ, ପରିବାର ଡାକ୍ତରମାନେ ଅନେକ ବିଭାଗ ଥାଇ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଚିକିତ୍ସକ ଦଳ ସହ ମିଳିମିଶି କାମ କରିବା ଉପରେ ଗୁରୁତ୍ବ ଦିଆଯାଉ, ଯାହାକି ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବ ଏବଂ ସମସ୍ତଙ୍କ ସୁବିଧା ହେବା ଭଳି ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଶସ୍ତାରେ ପହଞ୍ଚି ପାରିବ ।

ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣ ଏବଂ ରୋଗୀ– ପରିବାର ଡାକ୍ତର ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରିଥାନ୍ତି ରୋଗୀ ଏବଂ ଜନ ସମୁଦାୟକୁ ଜୀବନବ୍ୟାପୀ ରୋଗୀ ସେବା ଯୋଗାଇ ଦେଇଥାନ୍ତି । ରୋଗୀମାନେ ସବୁବେଳେ ସେମାନଙ୍କ ନଜରରେ ରହିଥାନ୍ତି।

ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣ ଏବଂ ନୂତନ ଜ୍ଞାନକୌଶଳ– କୋଭିଡ-19 ମହାମାରୀ ମଧ୍ୟରେ ଯେଉଁ ସବୁ ନୂଆ ନୂଆ ଜ୍ଞାନକୌଶଳ ଆସୁଛି ସେସବୁ ଡାକ୍ତରମାନଙ୍କ ପାଇଁ ସେମାନଙ୍କର ଲକ୍ଷ୍ୟରେ ଆଗେଇ ଯିବା ପାଇଁ ମୂଳ ଉପକରଣ ପାଲଟିଛି ।

ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣ ଏବଂ ଆପଣ! – ଭବିଷ୍ୟତ ଗଢିବା ପାଇଁ ଆପଣଙ୍କ ମତରେ କ’ଣ ସବୁ ତିଆରି କରିବା ଆବଶ୍ୟକ? ଏଥିରେ ନିଜକୁ ସାମିଲ କରନ୍ତୁ, ଆପଣଙ୍କ ସ୍ବର ଉତ୍ତୋଳନ କରନ୍ତୁ, ନିଜର କାର୍ଯ୍ୟକଳାପ ଏବଂ ପ୍ରୟାସକୁ ସେୟାର କରନ୍ତୁ ଏବଂ ପରିବାର ଡାକ୍ତରଙ୍କ ସହିତ ଭବିଷ୍ୟତ ନିର୍ମାଣରେ ଯୋଗଦାନ କରନ୍ତୁ ।

କୋଭିଡ-19 ମହାମାରୀ ସହିତ ଆମେ ସଂଘର୍ଷ କରୁଥିବା ବେଳେ ଏ ବର୍ଷ ମଧ୍ୟ ଅନ୍ୟ ସମସ୍ତ ସ୍ବାସ୍ଥ୍ୟସେବା କର୍ମୀ ଓ ଆଗୁଆ ଯୋଦ୍ଧାଙ୍କ ସମେତ ପରିବାର ଡାକ୍ତରମାନେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନ ରାତି କାମ କରୁଛନ୍ତି । ଭାରତରେ ମହାମାରୀର ଦ୍ବିତୀୟ ଲହରୀ ସ୍ବାସ୍ଥ୍ୟ ସେବା ଉପରେ ଅତ୍ୟନ୍ତ ପ୍ରଭାବ ପକାଇଛି । ଯେତେଦୂର ସମ୍ଭବତଃ ପରିବାର ଡାକ୍ତରମାନେ ରୋଗୀଙ୍କୁ ଘରେ ଚିକିତ୍ସିତ କରି ଆସୁଛନ୍ତି ଏବଂ ସଦା ସତର୍କ ରହିବାକୁ ସଜାଗ କରୁଥିବା ସହିତ ଏହି ଭୟଙ୍କର ରୋଗ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ଅନୁସରଣ କରିବାକୁ ପରାମର୍ଶ ଦେଇ ଆସୁଛନ୍ତି ।


ଆଜି ବିଶ୍ବ ପରିବାର ଡାକ୍ତର ଦିବସରେ ଆସନ୍ତୁ, ଏକାଠି ହେବା ଏବଂ ଆମମାନଙ୍କର ପରିବାର ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା । କାରଣ ସେମାନେ କୋଭିଡ-19 ମହାମାରୀ ସହିତ ସଂଘର୍ଷରେ ବିଜୟୀ ହେବା ଲାଗି ସେମାନଙ୍କ ମନ ଓ ପ୍ରାଣ ଏକ କରି ଦେଇଛନ୍ତି । ସେମାନେ ସଦା ସର୍ବଦା ଆମ ସହିତ ରହି କିପରି ଆମକୁ ଆରୋଗ୍ୟ ରଖିବେ ସେ ଦିଗରେ କାମ କରୁଥିବାରୁ ମଧ୍ୟ ଆମେ କୃତଜ୍ଞ ରହିବା ଉଚିତ୍ । ସୁତରାଂ ଏପରି କଠିନ ସମୟରେ ରୋଗୀ ଏବଂ ଦାୟିତ୍ବସମ୍ପନ୍ନ ନାଗରିକ ଭାବେ ଆମେ ସେମାନଙ୍କ ସହିତ ଛିଡ଼ା ହେବା, ସେମାନଙ୍କୁ ସମ୍ମାନ ଦେବା ଏବଂ ନିଷ୍ଠାର ସହିତ ସେମାନଙ୍କର ପରାମର୍ଶ ପାଳନ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.