ଘାତକ ସାଜୁଛି କି ଜିମ୍‌ ? କାହିଁକି ସର୍ବାଧିକ ଲୋକଙ୍କୁ ଜିମରେ ଆସୁଛି ହୃଦଘାତ

author img

By

Published : Sep 21, 2022, 1:13 PM IST

Raju Srivastava Death: କାହିଁକି ସର୍ବାଧିକ ଲୋକଙ୍କୁ ଜିମ୍‌ରେ ଆସୁଛି ହୃଦଘାତ ?

ଜିମ୍‌ରେ ଲୋକମାନଙ୍କର ଅଧିକ ହୃଦଘାତ ଆଶଙ୍କା କାହିଁକି ଥାଏ ? ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ଏହି କାରଣରୁ ମୃତ୍ୟୁ ଘଟିଛି(Raju Srivastava passed away) ! ତେବେ ଜାଣନ୍ତୁ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ ହୃଦଘାତ କାରଣ କାହିଁକି ଅଧିକ ଥାଏ ଓ ଏହାର ନିରାକରଣ ବାବଦରେ ।

ହାଇଦ୍ରାବାଦ: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଆଜି(ବୁଧବାର) 58 ବର୍ଷ ବୟସରେ ପରଲୋକ ହୋଇଛି(Raju Srivastava passed away) । ଆପଣ ଜାଣନ୍ତି କି ଅଗଷ୍ଟ 10 ରେ, ରାଜୁ ଶ୍ରୀବାସ୍ତବ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ ? ଆଜ୍ଞା ହଁ, ଖବର ଅନୁସାରେ ରାଜୁ ଶ୍ରୀବାସ୍ତବ ଜିମ୍ କରୁଥିବା ସମୟରେ ହୃଦଘାତର ଶିକାର ହୋଇ ଦୀର୍ଘ 41 ଦିନ ଧରି ଦିଲ୍ଲୀ AIIMS ରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି ।

ଏସବୁ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଜିମ୍‌ରେ ଲୋକମାନଙ୍କର ଅଧିକ ହୃଦଘାତ ଆଶଙ୍କା କାହିଁକି ଥାଏ ? ଏନେଇ ଡାକ୍ତରମାନେ କ’ଣ କୁହନ୍ତି, ସେ ବାବଦରେ ଜାଣନ୍ତୁ(People Are Getting Heart Attacks In The Gym)...

ଡାକ୍ତରଙ୍କ ଅନୁଯାୟୀ, 40 ବର୍ଷରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ହୃଦଘାତର ଶିକାର ହୁଅନ୍ତି । ଜଣେ ବ୍ୟକ୍ତି ମଧୁମେହ ଏବଂ ରକ୍ତଚାପ ରୋଗରେ ପୀଡିତ ହେଲେ ଏହି ସମସ୍ୟା ଆହୁରି ଅଧିକ ଥାଏ । ଯେଉଁମାନଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଦୌଡ଼ିବା ମଧ୍ୟ ସାଂଘାତିକ ହୋଇପାରେ । ଏପରି ଲୋକମାନଙ୍କ ମଧ୍ୟରେ ଚାଲିବା ସମୟରେ ହୃଦ୍‌ଘାତର ଆଶଙ୍କା ଅଧିକ ଥାଏ ।

ଡାକ୍ତରମାନେ ବିଶ୍ବାସ କରନ୍ତି ଯେ, ହୃଦୟର ଧମନୀରେ ଜମା ହୋଇଥିବା ଚର୍ବି ଅଧିକ ବ୍ୟାୟାମ କରିବା ଦ୍ବାରା ଫାଟିଯିବାର ଆଶଙ୍କା ଅଧିକ ଥାଏ, ଏହି କାରଣରୁ ଜିମ୍‌ରେ ହୃଦଘାତ ଆସିପାରେ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ତାଙ୍କ ବୟସକୁ ଧ୍ୟାନରେ ରଖି ବ୍ୟାୟାମ କରିବା ଉଚିତ୍ ।

ଜିମ୍ ଯାଉଥିବା ବ୍ୟକ୍ତି ଏହି ବିଷୟରେ ଧ୍ୟାନ ରଖନ୍ତୁ:-

ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କ ହୃଦୟ ସମସ୍ୟା ଅଛି, ତେବେ ଆପଣ ମଧ୍ୟ ଏହାର ବିପଦରେ ପଡ଼ିପାରନ୍ତି । କାରଣ ଏହା ମଧ୍ୟ ଜେନେଟିକ୍ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶାରୀରିକ ଦକ୍ଷତାକୁ ଧ୍ୟାନରେ ରଖି ବ୍ୟାୟାମ କରିବା ଉଚିତ୍ । ସବୁଠୁ ବଡ କଥା ହେଉଛି କି ହୃଦଘାତର ଲକ୍ଷଣ ଏକ ସପ୍ତାହ ପୂର୍ବରୁ ଆସେ । ଯଦି ଆପଣ ନିଶ୍ୱାସ ପ୍ରଶ୍ୱାସ, ଛାତି ଯନ୍ତ୍ରଣା କିମ୍ବା ଥକ୍କା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ପ୍ରାଥମିକ ସ୍ତରରେ ଚିକିତ୍ସା ହୋଇପାରିଲେ ହୃଦଘାତ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ ।

Disclaimer: ଏହି ଆର୍ଟିକିଲ ସାଧାରଣ ସୂଚନା ଉପରେ ଆଧାରିତ, ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶ ଏକାନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.