Weight Loss Tips: ଦୁଇ ସପ୍ତାହ ପର୍ଯ୍ୟନ୍ତ ଆପଣାନ୍ତୁ ଏହି ଡାଏଟ, 6 କିଲୋ କମିବ ଓଜନ !

Weight Loss Tips: ଦୁଇ ସପ୍ତାହ ପର୍ଯ୍ୟନ୍ତ ଆପଣାନ୍ତୁ ଏହି ଡାଏଟ, 6 କିଲୋ କମିବ ଓଜନ !
ଓଜନ କମାଇବା ପାଇଁ ଆଜିକାଲି ଟ୍ରେଣ୍ଟରେ ରହିଛି ସାଉଥ ବିଚ ଡାଏଟ। ଏହାକୁ ଆପଣାଇ ଦୁଇ ସପ୍ତାହରେ 4ରୁ 6 କିଲୋ ଓଜନ କମାଇପାରିବେ। ଅଧିକ ପଢନ୍ତୁ
ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଛୋଟ ଛୁଆଙ୍କ ଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ ବୃଦ୍ଧି ପାଉଛି ଓଜନ। ଓଜନ ବୃଦ୍ଧି ଅନେକ ସମସ୍ୟା ଆଣିଥାଏ। ଏହା କେବଳ ଫିଟନେସ୍ ନୁହେଁ ସାମଗ୍ରିକ ସ୍ୱାସ୍ଥ୍ୟକୁ ମଧ୍ୟ ନଷ୍ଟ କରିପାରେ। ଏପରି ପରିସ୍ଥିତିରେ, ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ବ୍ୟାୟାମ କରିବା ସହିତ ଡଏଟରେ ମଧ୍ୟ ରହିଥାଆନ୍ତି। ତେବେ କିଛି ଲୋକଙ୍କ ଅଭିଯୋଗ ଥାଏ ଯେ, ଡାଏଟରେ ରହିବା ପରେ ମଧ୍ୟ ଓଜନ ହ୍ରାସ ହେଉ ନାହିଁ। ଓଜନ ହ୍ରାସ ପାଇଁ ସର୍ବୋତ୍ତମ ଖାଦ୍ୟ ଯୋଜନା ବିଷୟରେ ଅନେକ ସମୟରେ ଦ୍ୱନ୍ଦ୍ୱ ରହିଥାଏ। ଏହି ସମୟରେ, ସାଉଥ୍ ବିଚ୍ ଡାଏଟ୍ ଏକ ଟ୍ରେଣ୍ଡରେ ପରିଣତ ହେଉଛି। ଏହାକୁ ଗ୍ରହଣ କରିବା ପରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଓଜନ 4 ରୁ 6 କିଲୋଗ୍ରାମ ହ୍ରାସ ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି।
ସାଉଥ ବିଚ ଡାଏଟ: ଓଜନ ହ୍ରାସ ପାଇଁ ଏହା ଉତ୍ତମ ଡାଏଟ ଅଟେ। ଏହି ଡାଏଟ ଅନୁସରଣ କରିବା ଦ୍ବାରା ଓଜନ ହ୍ରାସ ହୋଇଥାଏ ବୋଲି କୁହାଯାଇଛି। ସାଉଥ୍ ବିଚ୍ ଡାଏଟରେ କମ୍ପ୍ଲେକ୍ସ କାର୍ବସ୍, ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବିର ସନ୍ତୁଳନ ରହିଛି। ଏଥିରେ ଫାଇବର ଏବଂ ପ୍ରୋଟିନ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ। କମ୍ପ୍ଲେକ୍ସ କାର୍ବସରେ ଫଳ, ପନିପରିବା, ପୁରା ଶସ୍ୟ, ବିନ୍ସ ଏବଂ ଫଳ ଅନ୍ତର୍ଭୁକ୍ତ। ସାଉଥ୍ ବିଚ୍ ଡାଏଟ୍ ସୂଚିତ କରେ ଯେ ସୁସ୍ଥ ଚର୍ବି ଥିବା ଖାଦ୍ୟ ଅଧିକ ଖାଇବା ଉଚିତ ଏବଂ ଅସ୍ୱାସ୍ଥ୍ୟକର ଚର୍ବି ଥିବା ଖାଦ୍ୟ ସୀମିତ ରହିବା ଉଚିତ। ତେବେ ଡାଏଟ ଅନୁକରଣ କରିବା ସହିତ ବ୍ୟାୟାମର ମଧ୍ୟ ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ସାଉଥ୍ ବିଚ୍ ଡାଏଟ୍ ଅନୁଯାୟୀ, ନିୟମିତ ବ୍ୟାୟାମ ମେଟାବୋଲିଜିମ(ହଜମ ଶକ୍ତି ବୃଦ୍ଧି ପାଇଥାଏ) ଏବଂ ଦ୍ରୁତ ଓଜନ ହ୍ରାସ କରିଥାଏ।
ସାଉଥ ବିଚ ଡାଏଟରେ କଣ ରହିଛି:
- ଜଳଖିଆ- ସ୍ମୋକଡ ସ୍ଲେଲମ ସହିତ ଓମଲେଟ କିମ୍ବା ଶାଗ ଖାଇପାରିବେ। ଏହାସହିତ ସିଝା ଅଣ୍ଡା ମଧ୍ୟ ଖାଇପାରିବେ। ଏହାପରେ ଗୋଟିଏ କପ କଫି କିମ୍ବା ଚା' ପିଅନ୍ତୁ।
- ମଧ୍ୟାହ୍ନ ଭୋଜନ - ଆଇସିଡ୍ ଚା କିମ୍ବା ସ୍ପାର୍କଲିଂ ଓ୍ବାଟର ଏବଂ ପନିପରିବା ସାଲାଡ
- ରାତ୍ରୀ ଭୋଜନ- ଗ୍ରିଲ ଟୁନା(ମାଛ) ସନ୍ତୁଳା କିମ୍ବା ସାଲାଡ
- ମିଠା- ରିକୋଟା ଚିଜେକେକ୍ କିମ୍ବା କୋଲ୍ଡ ଏସପ୍ରେସୋ କଷ୍ଟାର୍ଡ
- ସ୍ନାକ୍ସ: ମ୍ୟୁଏନଷ୍ଟର ଚିଜ ଏବଂ ଟର୍କି ରୋଲ-ଅପ ଏବଂ ବାଦାମ ଖାଇପାରିବେ
ସାଉଥବିଚ ଡାଏଟରେ କେତେ ଓଜମ କମିଥାଏ: ଏକ ରିପୋର୍ଟରେ କୁହାଯାଇଛି ଯେ, ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ଡାଏଟ ଆପଣାଇବା ଦ୍ବାରା 3.6 ରୁ 5.9 କିଲୋ କମିବାର ସମ୍ଭାବନା ରହିଥାଏ। କୁହାଯାଏ ଏହି ଡାଏଟ ଫଲୋ କରିବା ଦ୍ବାରା ପେଟର ଚର୍ବି କମ ହେବା ସହିତ ପେଟର ଆଖପାଖରେ ଜମିଥିବା ଚର୍ବି ମଧ୍ୟ କମ ହୋଇଥାଏ।
ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ। ଏହି ଡାଏଟ ପ୍ଲାନ ଅନୁକରଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
