ଏହି ସବୁ ଲକ୍ଷଣ ଥିଲେ ତୁରନ୍ତ କରନ୍ତୁ ଚିକିତ୍ସା ! ହୋଇପାରେ ଏକାଧିକ ଅଙ୍ଗ ଅକାମୀ

author img

By

Published : Mar 16, 2023, 5:40 PM IST

Etv Bharat

ମାର୍ଚ୍ଚ 15ରେ ଜଣାଶୁଣା ହାସ୍ୟ ଅଭିନେତା ସମୀର ଖାଖରଙ୍କ ମୃତ୍ୟୁ ଘଟିଛି । ଜାଣନ୍ତି କି ଶରୀରର ଏକାଧିକ ଅଙ୍ଗ ଅକାମୀ ତାଙ୍କ ମୃତ୍ୟୁର କାରଣ । ତେବେ କଣ ଏହି ରୋଗ, କାହିଁକି ହୁଏ ଏବଂ ଏହାର ଚିକିତ୍ସା ବାବଦରେ ଜାଣନ୍ତୁ

ହାଇଦ୍ରାବାଦ: ଶରୀରର ଏକାଧିକ ଅଙ୍ଗ ଅକାମୀ ହେତୁ ଆଜିକାଲି ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ Multiple Organ Failure ସମସ୍ୟା ବୋଲି କୁହାଯାଏ । ଯେତେବେଳେ ଶରୀରର ଦୁଇ କିମ୍ବା ଅଧିକ ଅଙ୍ଗ ଏକତ୍ର କାମ କରିବା ବନ୍ଦ କରିଦିଏ, ସେତେବେଳେ Multiple Organ Failure ଆଶଙ୍କା ବଢିଯାଏ । ତେବେ ଆସନ୍ତୁ ଜାଣିବା ଏହି Multiple Organ Failure ହେବାର କାରଣ କ'ଣ, ଏହାର ଲକ୍ଷଣ ଏବଂ କେଉଁମାନେ ଏଥିରେ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପ୍ରଥମେ କହି ରଖୁଛୁ ଯେ, ଅଧିକାଂଶ ଲୋକେ ଏହି ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଗତକାଲି(ମାର୍ଚ୍ଚ 15)ରେ ଜଣାଶୁଣା ହାସ୍ୟ ଅଭିନେତା ସମୀର ଖାଖର ଏହି କାରଣରୁ ପ୍ରାଣ ହରାଇଛନ୍ତି । 71 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ଏକାଧିକ ଅଙ୍ଗ ଅକାମୀ ଅର୍ଥାତ୍ ତାଙ୍କର Multiple Organ Failure ହୋଇଯିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:- Sameer Khakhar Passes Away: ଆରପାରିରେ ନୁକ୍କଡ ସିରିୟଲ ଅଭିନେତା ସମୀର ଖାଖର

ଏକାଧିକ ଅଙ୍ଗ ଅକାମୀ କ'ଣ ?

ଯେତେବେଳେ ସଂକ୍ରମଣ କିମ୍ବା ଆଘାତ ଦ୍ବାରା ପ୍ରଦାହ ହେତୁ ଦୁଇ କିମ୍ବା ଅଧିକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦିଏ, ଏହାକୁ ଏକାଧିକ ଅଙ୍ଗ ଅକାମୀ କୁହାଯାଏ । ଏହା ମଲ୍ଟିପଲ୍ ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ(MODS) ଭାବରେ ମଧ୍ୟ ଜଣାଶୁଣା । ଏହା ବିପଜ୍ଜନକ ଏବଂ ସାଂଘାତିକ ହୋଇପାରେ । ଏପରି ପରିସ୍ଥିତିରେ, ପ୍ରତିରକ୍ଷା ପ୍ରଣାଳୀ ସହିତ ସମଗ୍ର ଶରୀର ପ୍ରଭାବିତ ହୁଏ ।

ଏକାଧିକ ଅଙ୍ଗ ବିଫଳତାର କାରଣ

ଏକାଧିକ ଅଙ୍ଗ ବିଫଳତା କୌଣସି ଗୋଟିଏ କାରଣରୁ ହୋଇନପାରେ । ଏହାର ଅନେକ ପ୍ରମୁଖ କାରଣ ଥାଇପାରେ । ଆଘାତ, ସଂକ୍ରମଣ, ହାଇପରମେଟାବୋଲିଜିମ୍ ଏବଂ ହାଇପରଫ୍ୟୁଜନ୍ କାରଣରୁ ଏହି ସିଣ୍ଡ୍ରୋମ ହୁଏ । ଏଭଳି ପରିସ୍ଥିତିରେ ସାଇଟୋକାଇନ୍ କୋଷଗୁଡ଼ିକର ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: କମ୍ ବୟସରେ ଋତୁସ୍ରାବ ହୃଦୟ ସମସ୍ୟା ସହ ଜଡିତ ହୋଇପାରେ

ଏକାଧିକ ଅଙ୍ଗ ବିଫଳତାର ଲକ୍ଷଣ ମଧ୍ୟରେ...

ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ନହେବା ।

ଶରୀର ଫୁଲିଯିବା ଏବଂ ରକ୍ତ ଜମାଟ ବାନ୍ଧିବା ।

ଖୁବ୍ ଥଣ୍ଡା ଲାଗିବା ।

ମାଂସପେଶୀ ଯନ୍ତ୍ରଣା ।

ଦିନସାରା ପରିସ୍ରା ନ ଲାଗିବା ।

ନିଶ୍ୱାସ ନେବାରେ ଅଧିକ ଅସୁବିଧା ।

ଚର୍ମର ଦୁର୍ବଳତା ।

ମଲ୍ଟିପଲ୍ ଅର୍ଗାନ୍ ଫେଲୱେର୍ ଦ୍ୱାରା କେଉଁ ଅଙ୍ଗ ପ୍ରଭାବିତ ହୁଏ ?

ଫୁସଫୁସ, ହାର୍ଟ, କିଡନୀ, ଲିଭର, ମସ୍ତିଷ୍କ, ରକ୍ତ

ଏକାଧିକ ଅଙ୍ଗ ଅକାମୀର ଚିକିତ୍ସା

ଏକ ଅନୁସନ୍ଧାନ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କର ଅଙ୍ଗ ଅକାମୀ ହୁଏ, ତେବେ ଏହାର ଚିକିତ୍ସା ହୋଇପାରିବ । ଗତ 20 ବର୍ଷ ମଧ୍ୟରେ ଦେଖାଯାଏ, ଏହା ଦ୍ୱାରା ପ୍ରଭାବିତ ରୋଗୀଙ୍କ ମୃତ୍ୟୁ ହାରରେ ଯଥେଷ୍ଟ ହ୍ରାସ ଘଟିଛି । ଲକ୍ଷଣଗୁଡିକ ଠିକ୍ ସମୟରେ ଚିହ୍ନଟ ହୋଇପାରିଲେ ଚିକିତ୍ସା କରାଯାଇ ପାରିବ । ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କଲେ ସଠିକ୍ ଚିକିତ୍ସା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇ ପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.