ମାସିକ ଋତୁସ୍ରାବ ଓ ଏହାର 4ଟି ପର୍ଯ୍ୟାୟ

author img

By

Published : May 17, 2021, 6:21 PM IST

ମାସିକ ଋତୁସ୍ରାବ ଓ ଏହାର ଚାରିଟି ପର୍ଯ୍ୟାୟ

ମହିଳାଙ୍କ ମାସିକ ଚକ୍ର ଏକ ସ୍ୱାଭାବିକ ପ୍ରକ୍ରିୟା । ସାଧାରଣତଃ ଜଣେ ଝିଅ କିଶୋରାବସ୍ଥାରେ ପ୍ରବେଶ କଲେ ମାସିକ ଚକ୍ର ଆରମ୍ଭ ହୋଇଥାଏ । ଏହା ୪୦ରୁ ଅଧିକ ବୟସ ପର୍ଯ୍ୟନ୍ତ ଚାଲେ । ପ୍ରାୟ ସମସ୍ତ ମାସିକ ଋତୁସ୍ରାବ ସଂପର୍କରେ ଜାଣନ୍ତି । କିନ୍ତୁ ଅନେକ ହୁଏତ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ଓ ଏହା ସହ ସଂପୃକ୍ତ ୪ଟି ପର୍ଯ୍ୟାୟ ସଂପର୍କରେ ଅବଗତ ନ ଥିବେ । ଏ ସଂପର୍କରେ ଜଣାଇବା ପାଇଁ ଇଟିଭି ଭାରତ ସୁଖିଭବଃ ପ୍ରୟାସ କରିଛି ।

ମହିଳାଙ୍କ ମାସିକ ଚକ୍ର ଏକ ସ୍ୱାଭାବିକ ପ୍ରକ୍ରିୟା । ସାଧାରଣତଃ ଜଣେ ଝିଅ କିଶୋରାବସ୍ଥାରେ ପ୍ରବେଶ କଲେ ମାସିକ ଚକ୍ର ଆରମ୍ଭ ହୋଇଥାଏ । ଏହା ୪୦ରୁ ଅଧିକ ବୟସ ପର୍ଯ୍ୟନ୍ତ ଚାଲେ । ପ୍ରାୟ ସମସ୍ତ ମାସିକ ଋତୁସ୍ରାବ ସଂପର୍କରେ ଜାଣନ୍ତି । କିନ୍ତୁ ଅନେକ ହୁଏତ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ଓ ଏହା ସହ ସଂପୃକ୍ତ ୪ଟି ପର୍ଯ୍ୟାୟ ସଂପର୍କରେ ଅବଗତ ନ ଥିବେ । ଏ ସଂପର୍କରେ ଜଣାଇବା ପାଇଁ ଇଟିଭି ଭାରତ ସୁଖିଭବଃ ପ୍ରୟାସ କରିଛି ।

ଋତୁସ୍ରାବ ଚକ୍ର, ଋତୁସ୍ରାବ ବା ପିରିୟଡ୍‌ସ । ପ୍ରତ୍ୟେକ ମହିଳାଙ୍କ ଶାରୀରିକ ଅଭିବୃଦ୍ଧିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବେ ବିଚାର କରାଯାଏ । ଋତୁସ୍ରାବ ହେଉଛି ମହିଳାଙ୍କ ପ୍ରଜନନ ଅଂଗରୁ ବ୍ଲଡ ଡିସଚାର୍ଜ ହେବା । ବୟସ ବଢିବା ଆରମ୍ଭ କଲେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଏପରି ହୁଏ । ମାସିକ ଧର୍ମ ବେଳେ ଶରୀରରେ ହେଉଥିବା ପରିବର୍ତ୍ତନ ଓ ଏହାର ସଂପର୍କରେ ତ ସମସ୍ତେ ଜାଣିଥାଆନ୍ତି । କିନ୍ତୁ କାହିଁକି ମାସିକ ଋତୁସ୍ରାବ ବା ମେନଷ୍ଟ୍ରୁଏସନ ହୁଏ ଓ ଶରୀରରେ କଣ ସବୁ ପରିବର୍ତ୍ତନ ହୁଏ,ସେ ବାବଦରେ ହୁଏତ ସମସ୍ତେ ଜାଣି ନ ଥିବେ । କାରଣ ଏ ପ୍ରସଙ୍ଗରେ ମୁକ୍ତ ଭାବେ ଆଲୋଚନା କରାଯାଏ ନାହିଁ । ମହିଳାମାନେ ବି ସାମାଜିକ ଓ ଧାର୍ମିକ କାରଣରୁ ଓ ଲଜ୍ଜାବୋଧ କରି ଏଥିରୁ ଦୂରେଇ ରହନ୍ତି । ଆଜିକାଲି ସମୟ ଟିକେ ବଦଳିଛି । ଆଗ ଅପେକ୍ଷା ମହିଳାମାନେ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କମ୍ କୁଣ୍ଠା କରୁଛନ୍ତି ।

ମାସିକ ଚକ୍ର ଓ ପ୍ରକ୍ରିୟା

ଯୌବନର ପାଦ ଦେଲେ ମହିଳାଙ୍କ ଶରୀରର ଓଭାରୀ ଦ୍ୱାର ଏଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ ନାମକ ହରମୋନ ପ୍ରସ୍ତୁତ ହୁଏ । ଏସବୁ ହରମୋନ ଯୋଗୁଁ ଜରାୟୁର ଆବରଣ ପ୍ରତିମାସରେ ଥରେ ମୋଟା ହେବାକୁ ଲାଗେ । ଆଉ କିଛି ହରମୋନ ଡିମ୍ବାଶୟକୁ ଅଣ୍ଡା ଉତ୍ପାଦନ ପାଇଁ ସଂକେତ ଦେଇଥାଆନ୍ତି । ଏଥିସହ ଅବାଂଛିତ ଅଣ୍ଡା ଶରୀରରୁ କାଢି ଦିଅନ୍ତି । ଯଦି ଜଣେ ଝିଅ ବା ମହିଳା ମେନଷ୍ଟ୍ରୁଏସନ ବେଳେ ଯୌନ ସଂପର୍କ ନ ରଖନ୍ତି, ତାହା ହେଲେ ଗର୍ଭଧାରଣ ପାଇଁ ପ୍ରସ୍ତୁତ ଥିବା ଗର୍ଭାଶୟର ଆବରଣ ଭାଙ୍ଗିଯାଏ ଓ ରକ୍ତରେ ବାହାରିଯାଏ । ଏହି ରକ୍ତରେ କିଛି ଟିସୁ ରହିଥାଏ, ଯାହା କି ଏହି ପ୍ରକ୍ରିୟାଲେ ଧ୍ୱଂସ ପାଇଯାଏ । ଏହି ଚକ୍ର ପ୍ରତିମାସରେ ହୋଇଥାଏ । ତେଣୁ ଏହା ମାସିକ ଚକ୍ର ଭାବେ ବି ଜଣାଶୁଣା ।

ମାସିକ ଧର୍ମ ଚକ୍ର ବେଳେ ପ୍ରସ୍ତୁତ ହେଉଥିବା ହରମୋନ ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିମାସରେ ଏସବୁ ହରମୋନ ମହିଳାଙ୍କ ଶରୀରକୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ ରଖିଥାଆନ୍ତି । ଦୁଇ ମାସିକ ଚକ୍ର ମଧ୍ୟରେ ସମୟ ବ୍ୟବଧନା ସାଧାରଣତଃ ୨୮ରୁ ୩୫ ଦିନ ରହିଥାଏ । ଝିଅମାନଙ୍କ ବୟସ ୧୨ ବା ୧୩ ବର୍ଷ ହେଲେ ମେନଷ୍ଟ୍ରୁଏସନ ଆରମ୍ଭ ହୋଇଯାଏ । କିନ୍ତୁ ବିଭିନ୍ନ କାରଣରୁ ଆଉ କିଛି ଝିଅଙ୍କ ପିରିୟଡ୍ସ ବିଳମ୍ବିତ ହୋଇଥାଏ । କିଛି ମହିଳାଙ୍କ ମାସିକ ଧର୍ମ ୩ରୁ ୫ ଦିନ ଧରି ରହେ । ଆଉ କେତେକଙ୍କ କ୍ଷେତ୍ରରେ ଏହା ୨ରୁ ୭ ଦିନ ଧରି ରହେ । ୪୦ ବର୍ଷ ପରେ ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ,ଯାହାକୁ ମେନୋପଜ୍ କୁହାଯାଏ । ମେନୋପଜ୍ ସହ ମହିଳାଙ୍କ ପ୍ରଜନନ ସାଇକେଲରେ ବିରାମ ଲାଗେ । ସେହି ସ୍ଥିତିରେ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ ।


ମାସିକ ଚକ୍ରର ୪ଟି ପର୍ଯ୍ୟାୟ

୧. ମାସିକ ଋତୁସ୍ରାବ –ଯେତେବେଳେ ଜଣେ ଝିଅ ୧୧ରୁ ୧୫ ବର୍ଷ ବୟସର ହୁଏ, ସେତେବେଳେ ଓଭାରି ଅଣ୍ଡା ଉତ୍ପାଦନ ପାଇଁ ସମର୍ଥ ହୁଏ । ପ୍ରତିମାସରେ ଓଭାରିରେ ଏକ ପରିପକ୍ୱ ଅଣ୍ଡା ପଂହଚେ । ରକ୍ତ ଓ ଶ୍ଲେଷରେ ମିଶି ପ୍ରସ୍ତୁତ ହୋଇଥିବା ଆବରଣ ଏହି ଅଣ୍ଡା ସହ ଭାଙ୍ଗିଯାଏ । ଏଥିସହ ବ୍ଲିଡିଂ ହୁଏ ଓ ମାସିକ ଧର୍ମ ଆରମ୍ଭ ହୋଇଯାଏ ।

୨. ଫଲିକୁଲାର ପର୍ଯ୍ୟାୟ - ପିରିୟଡର ପ୍ରଥମ ଦିନରୁ ଏହି ପର୍ଯ୍ୟାୟ ଆରମ୍ଭ ହୁଏ ଓ ହୋ ଓଭ୍ୟୁଲେଟ୍ ଯାଏଁ ରହେ । ଏହି ପ ର୍ଯ୍ୟାୟରେ ୫-୨୦ ସାକ୍ ଫଲିକ୍ଲ୍‌ସ ଉତ୍ପାନ୍ନ ହୁଏ । ପ୍ରତି ଫଲିକ୍ଲରେ ଅପରିପକ୍ୱ ଅଣ୍ଡା ଥାଏ ।ଏଥିମଧ୍ୟରୁ ଗୋଟିଏ ଓ ବେଳେ ବେଳେ ୨ଟି ଅଣ୍ଡା ପରିପକ୍ୱ ହୋଇ ସମ୍ଭୋଗ ସମୟରେ ସ୍ପର୍ମ ସଂସ୍ପର୍ଶରେ ଆସେ । ଫଳରେ ମହିଳା ଗର୍ଭବତୀ ହୁଅନ୍ତି ।

୩. ଓଭ୍ୟୁଲେସନ ପର୍ଯ୍ୟାୟ- ଏହି ପର୍ଯ୍ୟାୟରେ ମହିଳାମାନେ ଗର୍ଭବତୀ ହେବା ସମ୍ଭାବନା ତୁଳନାତ୍ମକ ଭାବେ ଅଧିକ ଥାଏ । ମେନଷ୍ଟ୍ରୁଏଆଲ୍ ସାଇକେଲର ଚତୁର୍ଦ୍ଦଶ ଓ ପଂଚଦଶ ଦିନରେ ଓଭାରୀରୁ ଗୋଟିଏ ପରିପକ୍ୱ ଅଣ୍ଡା ଫାଲୋପିଆନ ଟ୍ୟୁବରେ ଆସି ଗର୍ଭାଶୟରେ ପଡେ । ଫଳରେ ଏହା ସ୍ପର୍ମ ସଂସ୍ପର୍ଶରେ ଆସିଥାଏ । ଏହା ଦ୍ୱାରା ମହିଳା ଗର୍ଭଧାରଣ କରିପାରିବେ । ଏହି ପରିପକ୍ୱ ଅଣ୍ଡା ୨୪ ଘଂଟା ସକ୍ରିୟ ରହିଥାଏ । ଫର୍ଟିଲାଇଜ୍ ନ ହେଲେ ଏହା ମରିଯାଏ ଓ ଶରୀରରୁ ବାହାରିଆସେ ।

୪. ଲଟଇୟଲ ପର୍ଯ୍ୟାୟ – ଏହି ପର୍ଯ୍ୟାୟରେ ଅଣ୍ଡା ଫଲିକ୍ଲରୁ ବାହାରି ଆସିବା ପରେ କର୍ପସ ଲୁଟିୟମରେ ପରିଣତ ହୋଇଯାଏ । ଫଳରେ ଏଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ ସ୍ତର ବୃଦ୍ଧି ପାଏ । ଏହି ଦୁଇ ହରମୋନର ସହାୟତାରେ ଗର୍ଭାଶୟର ଆବରଣ ମୋଟା ହୋଇଯାଏ , ଯାହା କି ଗର୍ଭଧାରଣର ସମ୍ଭାବନା ସୃଷ୍ଟି କରେ । ଗର୍ଭଧାରଣ ବେଳେ ହ୍ୟୁମାନ କ୍ରନିକ ଗୋନାଡୋଟ୍ରୋପିନ ( ଏସସିଜି ) ହରମୋନ ଶରୀରରେ ପ୍ରସ୍ତୁତ ହୁଏ । ଏହା ଗର୍ଭାଶୟର ଆବରଣ ମୋଟା ହେବାରେ ସହାୟକ ହୁଏ । ଛୁଆ ଜନ୍ମ ପରେ ପ୍ରଜେଷ୍ଟେରୋନର ସ୍ତର ହ୍ରାସ ହେବା ଆରମ୍ଭ ହୁଏ । ଆଉ ଗର୍ଭାଶୟର ଆବରଣ ବି ସ୍ୱାଭାବିକ ସ୍ଥିତିକୁ ଫେରିଆସେ । ଆଉ ମାସିକ ଚକ୍ର ପୁଣି ଥରେ ଆରମ୍ଭ ହୁଏ ।


ଅନିୟମିତ ଋତୁସ୍ରାବର ମୁଖ୍ୟ କାରଣ

-ଗର୍ଭଧାରଣ

-ଗର୍ଭାଶୟରେ ନିଓପ୍ଲାସିଆ ବା ଫାଇବ୍ରୋଏଡର ଉପସ୍ଥିତି

-ପଲିକାଇଷ୍ଟିକ୍ ଓଭାରିଆନ ଡିଜିଜ୍ ( ପିସିଓଡି )

-ଗର୍ଭ ନିରୋଧକ ନେବା

ମାସିକ ଧର୍ମ ସଂପର୍କିତ ସାଧାରଣ ସମସ୍ୟା

. ତଳିପେଟରେ ଯନ୍ତ୍ରଣା, ବ୍ଲୋଟିଂ, ଜଳାପୋଡା, ମୁଣ୍ଡବ୍ୟଥା , କ୍ଲାନ୍ତି, ପିଠି ଯନ୍ତ୍ରଣା ଭଳି ସାଧାରମ ଲକ୍ଷଣ ମହିଳାଙ୍କଠାରେ ଦେଖାଯାଏ । ହରମୋନାଲ୍ ପରିବର୍ତ୍ତନ ଯୋଗୁଁ ଏସବୁ ହୋଇଥାଏ । ମାସିକ ଧର୍ମ ପୂର୍ବରୁ ଏହି ପର୍ଯ୍ୟାୟକୁ ପ୍ରିମେନଷ୍ଟ୍ରୁଆଲ୍ ସିଂଡ୍ରୋମ-ପିଏମଏସ ବୋଲି କୁହାଯାଏ ।

. ତଳିପେଟରେ ଯନ୍ତ୍ରଣା ବା ପୀଡା ହେବା ଅନେକ ଝିଅ ଅଭିଯୋଗ କରନ୍ତି । ଏହି ସ୍ଥିତିତୁ ଡିସମେନୋରିଆ କୁହାଯାଏ ।

. ମାସିକ ଧର୍ମବେଳେ କିଛି ମହିଳାଙ୍କ ସ୍ୱାଭାବିକଠାରୁ ଅଧିକ ରକ୍ତସ୍ରାବ ହୁଏ ।

.ମାସିକ ଧର୍ମ ନ ହେବା ସ୍ଥିତିକୁ ଆମିନୋରିଆବୋଲି କୁହାଯାଏ । ଏଭଳି ସ୍ଥିତିରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.