Headache Treatment: ଅସହ୍ୟ ମୁଣ୍ଡବ୍ୟଥା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

author img

By

Published : Mar 18, 2023, 2:10 PM IST

Headache

ଅସହ୍ୟ ମୁଣ୍ଡବ୍ୟଥା ହେଉଥିଲେ ଆଦୌ ଔଷଧ ଖାଆନ୍ତୁ ନାହିଁ । ଘରୋଇ ଉପଚାର ମାଧ୍ୟମରେ କିପରି ଉପଚାର କରିବେ, ଜାଣନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ କିଛିଲୋକ ବାମ୍‌(ଯନ୍ତ୍ରଣା ଉପଶମକାରୀ ମଲମ୍) ବ୍ୟବହାର କରୁଛନ୍ତି ତ ଆଉ କିଏ ଔଷଧ ଖାଉଛନ୍ତି । ହେଲେ ଏହି ଔଷଧ ପରବର୍ତ୍ତୀ ସମୟରେ ନକରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଏ । ଏଥିପାଇଁ ମୁଣ୍ଡବ୍ୟଥା ପାଇଁ ଔଷଧ ଖାଇବା ପରିବର୍ତ୍ତେ କିପରି ଘରୋଇ ଉପଚାର ମାଧ୍ୟମରେ ଉପଶମ ପାଇପାରିବେ, ଜାଣନ୍ତୁ

ଡାଲଚିନି:-ଏହି ସାଧାରଣ ମସଲା ପ୍ରାୟତଃ ରୋଷେଇରେ ବ୍ୟବହୃତ ହୁଏ । ଏହି ମସଲାକୁ ଚା'ରେ ମିଶାଇ କିମ୍ବା କପାଳରେ ଲଗାଇବା ଦ୍ବାରା ମୁଣ୍ଡବ୍ୟଥା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁଗନ୍ଧ ସ୍ନାୟୁ ପ୍ରଣାଳୀକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗ୍ରୀନ୍‌ ଟି'ରେ ଏକ ଚାମଚ ଡାଲଚିନି ମିଶାଇ ପିଅନ୍ତୁ । ଏଥିସହ ଡାଲଚିନି ଏବଂ ପାଣିର ଏକ ପେଷ୍ଟ ମଧ୍ୟ ପ୍ରସ୍ତୁତ କରିପାରିବେ, ଏହାକୁ କପାଳରେ ଲଗାଇବାର 30 ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟା ତତ୍‌କ୍ଷଣାତ ଆରାମ ଦେଇଥାଏ ।

ଅଦା:- ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର, ଏକ ଅଦା ଚା କିମ୍ବା ଅଦା ରସ ମୁଣ୍ଡବ୍ୟଥାରୁ ଉପଶମ ଦେଇପାରିବ । ଗରମ ଅଦା ଚା ପିଇଲେ ରକ୍ତ ନଳୀରେ ଫୁଲା କମିଯାଏ ଯାହା ମୁଣ୍ଡବିନ୍ଧାର କାରଣ ହୋଇଥାଏ । ତେଣୁ ଥଣ୍ଡା କିମ୍ବା ଜ୍ୱର କାରଣରୁ ମୁଣ୍ଡବିନ୍ଧା ହେଉଥିଲେ ଅଦା ରସ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ମିଶାଇ ଗରମ ପାଣିରେ ବାଷ୍ପ ଆକାରରେ ନେଇପାରିବେ । ଏହା ନାକ ବନ୍ଦ ହୋଇଯିବା ସମସ୍ୟାକୁ ଦୂର କରିପାରେ ।

ଲବଙ୍ଗ:- ଏହି ସାଧାରଣ ରୋଷେଇ ମସଲା ଏକ ଖରାପ ମୁଣ୍ଡବିନ୍ଧାକୁ ମଧ୍ୟ ଭଲ କରିପାରେ । ପୁଦିନା ପତ୍ର ଏବଂ ଲବଙ୍ଗ ସାହାଯ୍ୟରେ ଏକ ଚା' ପ୍ରସ୍ତୁତ କରିପାରିବେ । ଏହା ମୁଣ୍ଡର ରକ୍ତଭଣ୍ଡାରରେ ଯନ୍ତ୍ରଣାରୁ ଆରାମ ଦେଇଥାଏ । ଯେତେବେଳେ ଥଣ୍ଡା-କାଶ କାରଣରୁ ମୁଣ୍ଡବିନ୍ଧା ହୁଏ, ଏହି ସମୟରେ ଏକ କପଡା ନିଅନ୍ତୁ ଏବଂ କଳାଜୀରା ସହିତ ଲବଙ୍ଗ ରଖି କପଡାକୁ ବାନ୍ଧି ଦିଅନ୍ତୁ । ଏହି ତିନୋଟି ଉପାଦାନକୁ ଏକାଠି କରି ଏହାର ବାସ୍ନାକୁ ଶୁଙ୍ଘିବା ଫଳରେ ମୁଣ୍ଡବ୍ୟଥା ସମସ୍ୟା କେତେକାଂଶରେ ଦୂର ହୋଇଯାଇପାରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.