Skin Care Secrets, ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇଁ ନିଅନ୍ତୁ ଏପରି ଯତ୍ନ

author img

By

Published : Sep 21, 2022, 9:15 AM IST

Skin Care Secrets, ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇଁ ଏହିପରି ନିଅନ୍ତୁ ଚର୍ମର ଯତ୍ନ

ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇଁ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ମାତ୍ର ପ୍ରାଥମିକସ୍ତରରେ ଯତ୍ନ ନ ନେଲା ଏହା ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିପାରେ । ତେବେ କିପରି ନେବେ ତ୍ବଚାର ଯତ୍ନ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇଦ୍ରାବାଦ: ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇଁ କିଏ ଟମାଟୋ ରସ ଲଗାଏ ତ ଆଉ କିଏ ହଳଦୀ-ବେସନ ! ମାତ୍ର ପ୍ରାଥମିକସ୍ତରରେ ତ୍ବଚାର ଯତ୍ନ ନିଆନଗଲେ, ଭବିଷ୍ୟତରେ କୌଣସି ଉପକରଣ ଫଳପ୍ରଦ ହୋଇନଥାଏ, ଯେପରିକି ଖରାରେ ଅଧିକ ସମୟ ବୁଲିବା ସହ ଧୂମ୍ରପାନ କରିବା ଦ୍ବାରା ତ୍ବଚାର ପ୍ରାକୃତିକ ଗୁଣ ହ୍ରାସ ପାଇବା ପରେ ଏଥିରେ ପରିବର୍ତ୍ତନ ଆସିନଥାଏ ! ତେବେ କିପରି ଭାବେ ଆକର୍ଷଣୀୟ ଏବଂ କୋମଳ ତ୍ବଚା ପାଇପାରିବେ ସେନେଇ ନିମ୍ନରେ କେତେକ ଟିପ୍ସ ଦିଆଯାଇଛି...

ବାହାରକୁ ଯିବା ପୂର୍ବରୁ ପ୍ରତିଦିନ ସନ୍‌ସ୍କ୍ରିନ୍ ଲଗାନ୍ତୁ:-

ଚର୍ମର ବାର୍ଦ୍ଧକ୍ୟ ପଣକୁ ହ୍ରାସ କରିଥାଏ ସନ୍‌ସ୍କ୍ରିନ୍ । ଏଥିସହ ଏହା ଚର୍ମ କର୍କଟକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏପରି ଏକ ସନ୍‌ସ୍କ୍ରିନ୍ ବାଛନ୍ତୁ, ଯାହାକି ବ୍ରୋଡ୍-ସ୍ପେକ୍ଟ୍ରମ୍ ସୁରକ୍ଷା, SPF 30(କିମ୍ବା ଅଧିକ) ଏବଂ ଜଳ ପ୍ରତିରୋଧ ପ୍ରଦାନ କରୁଥିବ । ଶିଶୁମାନଙ୍କର ଚର୍ମକୁ ସୂର୍ଯ୍ୟଙ୍କଠାରୁ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । 6 ମାସ ଏବଂ ତଦୁର୍ଦ୍ଧ୍ୱ ପିଲାମାନଙ୍କ ଶରୀରରେ ସନ୍‌ସ୍କ୍ରିନ୍ ବ୍ୟବହାର କରିପାରିବେ ।

ଧୂମପାନ କରନ୍ତୁ ନାହିଁ:-

ଧୂମପାନ ତ୍ୱଚାକୁ ଦ୍ରୁତଗତିରେ ବୃଦ୍ଧ କରିଦେଇଥାଏ । ଧୂମପାନ କରିବା ଦ୍ବାରା ଚର୍ମର କୌଣସି କ୍ଷତ ଭଲ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଧୂମପାନ ସୋରିୟାସିସ୍ ଏବଂ ହାଇଡ୍ରାଡେନାଇଟିସ୍ ସୁପୁରାଟିଭା ସମେତ କେତେକ ଚର୍ମ ରୋଗ ସୃଷ୍ଟି କରିଥାଏ ।

ଚର୍ମରେ ବିଶେଷ ପରିବର୍ତ୍ତନ ଦେଖିଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ:-

ଯଦି ଆପଣ ଚର୍ମରେ ଏକ ନିର୍ଦ୍ଦିଷ୍ଟ ଦେଖୁଛନ୍ତି, ଯାହା ଅନ୍ୟମାନଙ୍କଠାରୁ ଭିନ୍ନ ତେବେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ । ଚର୍ମରେ ଯଦି, ନିର୍ଦ୍ଦିଷ୍ଟ କୁଞ୍ଚନ ଦେଖିବାକୁ ମିଳେ କିମ୍ବା ରକ୍ତସ୍ରାବ ହୁଏ, ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । କାରଣ ଏସବୁ ଲକ୍ଷଣ ସ୍କିନ୍ କ୍ୟାନ୍ସର ହୋଇଥାଇପାରେ !

ଚର୍ମ ଉପଯୋଗୀ ସ୍କିନ୍ କେୟାର୍ ବ୍ୟବହାର କରନ୍ତୁ:-

ପ୍ରଥମେ ଆପଣଙ୍କ ଚର୍ମ କେଉଁ ପ୍ରକାରର, ତାହା ବିବେଚନା କରିବା ଉଚିତ୍ । ତେଲିଆ, ଶୁଖିଲା, ନର୍ମାଲ, କମ୍ବିନେସନ, କିମ୍ବା ସେନ୍ସିଟିଭ୍ ସ୍କିନ୍ ପାଇଁ ଭିନ୍ନ ଭିନ୍ନ ସ୍କିନ୍ କେୟାର୍ ଉପଯୋଗୀ ହୋଇଥାଏ । ଚର୍ମ ଉପଯୋଗୀ ସ୍କିନ୍ କେୟାର ତ୍ବଚାକୁ ସର୍ବୋତ୍ତମ ଅନୁଭବ ଦେଇଥାଏ । ତେଣୁ ଚର୍ମ ଉପଯୋଗୀ ସ୍କିନ୍ କେୟାର୍ ବାଛନ୍ତୁ ।

ଜୋରରେ ସ୍କ୍ରବ୍ କରନ୍ତୁ ନାହିଁ:-

ଯଦି ଆପଣଙ୍କର ଅତ୍ୟଧିକ ଝାଳ ବୋହୁଛି କିମ୍ବା ଏକ ଗମ୍ଭୀର ବ୍ରଣ ସମସ୍ୟା ଅଛି, ତେବେ ତ୍ୱଚାକୁ କୌଣସି କପଡାରେ ବଳ ପ୍ରୟୋଗ କରି ପୋଛିବାକୁ ମନହୁଏ । ଏପରି କରନ୍ତୁ ନାହିଁ ! ସ୍କ୍ରବିଙ୍ଗ୍ ତ୍ୱଚାକୁ ପ୍ରଭାବିତ କରିଥାଏ, ଯାହା ବ୍ରଣ ସମେତ ଯେକୌଣସି ଚର୍ମର ଅବସ୍ଥାକୁ ଖରାପ କରିପାରେ । ତେଣୁ ଅଯଥା ସ୍କ୍ରବିଙ୍ଗ୍ ଠାରୁ ଦୂରେଇ ରହନ୍ତୁ ।

ନିଦରୁ ଉଠିବା ପରେ, ଶୋଇବା ପୂର୍ବରୁ ଏବଂ ଝାଳ ବୋହିବା ପରେ ତ୍ବଚାକୁ ସଫା କରନ୍ତୁ:-

ନିଦରୁ ଉଠିବା ପରେ, ଶୋଇବାକୁ ଯିବା ପୂର୍ବରୁ ମୁହଁରେ ଲାଗିଥିବା ମଇଳା ଏବଂ ଜୀବାଣୁକୁ ସଫା କରିବା ନିହାତି ଜରୁରୀ । ଶୋଇବା ପୂର୍ବରୁ, ଯେପରି ମେକଅପ୍ ଏବଂ ମଇଳା ସଫା କରିବାକୁ ଚାହାଁନ୍ତି, ସେହିପରି ଝାଳ ବୋହିବା ପରେ ମଧ୍ୟ ମୁହଁକୁ ସଫା କରିବା ଆବଶ୍ୟକ ।

ଚାପ ଠାରୁ ଦୂରେଇ ରହନ୍ତୁ:-

ଚାପଠୁ ଦୂରେଇ ରହି ତ୍ବଚାକୁ ଆକର୍ଷଣୀୟ କରିବା ପାଇଁ ପନ୍ଥା ବାଛନ୍ତୁ । କାରଣ ସୋରିୟାସିସ୍ ଏବଂ ଆଟୋପିକ୍ ଡର୍ମାଟାଇଟିସ୍ (ଏକଜିମା) ପରି କେତେକ ଚର୍ମ ରୋଗ ଚାପଗ୍ରସ୍ତ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଚାପ, ବ୍ରଣ, ଏକଜେମା, ସୋରିୟାସିସ୍ ଏବଂ ରୋସେସିଆ ଚର୍ମ ଉପରେ ପ୍ରଭାବ ପକାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.