କୋଭିଡ କଟକଣା ହଟିବା ପରେ ଦୁଇଗୁଣା ବଢିଛି ଆସ୍ଥମା ରୋଗୀଙ୍କ ସଂଖ୍ୟା

author img

By

Published : Nov 25, 2022, 12:49 PM IST

କୋଭିଡ କଟକଣା ହଟିବା ପରଠୁ ବୟସ୍କଙ୍କୁ ଦୁଇଗୁଣା ସଂକ୍ରମଣ କରୁଛି ଆସ୍ଥମା

କୋଭିଡ କଟକଣା ହଟିବା ପରେ ଆସ୍ଥମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି(Severe asthma attacks doubled after Covid restrictions lifted) । ନିକଟରେ ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋଭିଡ କଟକଣା ହଟିବା ପରେ ବୟସ୍କ ରୋଗୀ ଦୁଇଗୁଣା ଆସ୍ଥମା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏକଥା ଆମେ କହୁନୁ, ନିକଟରେ ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । କୋଭିଡ କଟକଣା ହଟିଯିବା ପରେ ବୟସ୍କଙ୍କୁ ଗୁରୁତର ଭାବରେ ଆସ୍ଥମା ସଂକ୍ରମିତ କରୁଛି(Severe asthma attacks doubled after Covid restrictions lifted) । ଏନେଇ ଥୋରାକ୍ସ ପତ୍ରିକା(Thorax Journal)ରେ ରିପୋର୍ଟ ପ୍ରକାଶ ପାଇଛି ।

ଏହାର ମୁଖ୍ୟ କାରଣ, କୋଭି଼ଡ କଟକଣା ହଟିବା ପରେ ଅଧିକାଂଶ ଲୋକେ ଫେସ୍ ମାସ୍କ ପିନ୍ଧିବା ଅଭ୍ୟାସ ଛାଡିବା ସହ ସାମାଜିକ ଦୂରତା ନିୟମକୁ ମଧ୍ୟ ମାନିନଥିଲେ । ଫଳରେ କୋଭିଡ୍ -19 ଏବଂ ଅନ୍ୟାନ୍ୟ ତୀବ୍ର ଶ୍ବାସକ୍ରିୟା ସଂକ୍ରମଣର ଆଶଙ୍କା ଅଧିକ ଥିଲା ବୋଲି ଅନୁସନ୍ଧାନକାରୀ କହିଛନ୍ତି । ପ୍ରଫେସର ଆଡ୍ରିଆନ୍ ମାର୍ଟିନେଓ କହିଛନ୍ତି ଯେ, ଏହା ଦର୍ଶାଉଛି ଯେ, କୋଭିଡ-19 ପ୍ରତିବନ୍ଧକ ହଟାଇବା ଦ୍ୱାରା ଆସ୍ଥମା ସଂକ୍ରମଣ ହେବାର ଆଶଙ୍କା ବଢିଯାଇଛି ।

ଏହି ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ମହାମାରୀ ସମୟରେ ପ୍ରବର୍ତ୍ତିତ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗୁଡ଼ିକ, ଯେପରିକି ଫେସ୍ ମାସ୍କ ପିନ୍ଧିବା, ସାନିଟାଇଜ୍ କରିବା ଇତ୍ୟାଦି ଅନ୍ୟାନ୍ୟ ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗକୁ ହ୍ରାସ କରିବାରେ ସହାୟକ ହୋଇପାରେ ।

ଏପ୍ରିଲ୍ 2021 ରେ, ଯେତେବେଳେ ସାମାଜିକ ଦୂରତା ପ୍ରତିବନ୍ଧକ ଏବଂ ଫେସ୍ ମାସ୍କ ନିୟମ ହଟାଇ ଦିଆଯାଇଥିଲା, ସେତେବେଳେ 1.7 ପ୍ରତିଶତ ଭୟଙ୍କର ଆସ୍ଥମା ସଂକ୍ରମଣରେ ପୀଡିତ ହୋଇଥିବା ଜଣାଇଥିଲା । ଜାନୁଆରୀ 2022ରେ, ଏହି ଅନୁପାତ ଦ୍ୱିଗୁଣିତ ହୋଇ 3.7 ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଅଧ୍ୟୟନ ନଭେମ୍ବର 2020ରୁ ଏପ୍ରିଲ 2022 ମଧ୍ୟରେ ରାଣୀ ମରିୟମଙ୍କ COVIDENCE UKରେ କରାଯାଇଥିଲା । ଏଥିରେ 2,312 ବ୍ରିଟେନର ବୟସ୍କମାନଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.