ମହାମାରୀ ସମୟରେ ସେଲ୍ଫ-ମେଡିକେସନ ଚିନ୍ତାଜନକ

author img

By

Published : May 27, 2021, 9:45 AM IST

ମହାମାରୀ ସମୟରେ ସେଲଫ୍-ମେଡିକେସନ

କୋଭିଡ ମହାମାରୀ ସମୟରେ ଶରୀରରେ କମୁଥିବା ଇମ୍ୟୁନିଟି ମୃତ୍ୟର କାରଣ । ଏହି କାରଣରୁ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନନେଇ ଘରୋଇ ଚିକିତ୍ସାରେ ବିଶ୍ବାସ ରଖୁଛନ୍ତି, ଯାହା ଅଧିକାଂଶ ମୃତ୍ୟର କାରଣ ପାଲଟିଛି । ଇଟିଭି ଭାରତର ସୁଖିଭବଃ ଟିମ୍ ଫାର୍ମା ଷ୍ଟ୍ରାଟେଜିକ୍ ପରାମର୍ଶଦାତା ସ୍ବରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ।

ସଂକ୍ରମିତ ରୋଗରେ ମୃତ୍ୟୁହାର ଭାରତରେ ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟସେବା ବିଶେଷଜ୍ଞ ଏବଂ ଗବେଷକମାନେ SARS-CoV-2ର ମୁକାବିଲା କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏହି ରୋଗକୁ ଉପଶମ କରିବା ପାଇଁ ଯଥା ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି କିନ୍ତୁ ସମଗ୍ର ଦେଶରେ କୋଭିଡ ଜରୁରୀକାଳୀନ ଚିକିତ୍ସାର ଉପଲବ୍ଧତା ନାହିଁ । ଏଭଳି କ୍ଷେତ୍ରରେ ସେଲଫ-ମେଡିକେସନ ଚିନ୍ତାଜନକ ।

  1. ନିରାକରଣ ଉପାୟ
  2. ଉପଚାରର ବିକଳ୍ପ
  3. କିଛି ରୋଗୀ, ଡାକ୍ତରଙ୍କ ନିୟମ ପାଳନ କରନ୍ତି ଓ କିଛି ନିଜେ ନିଜର ଚିକିତ୍ସା କରନ୍ତି
  4. ଯେଉଁ ରୋଗୀମାନେ ସୁସ୍ଥ ହେବାର 15 ଦିନ ପରେ ବି ପଜିଟିଭ୍ ବାହାରନ୍ତି, ସେମାନେ ଭାବନ୍ତି ଯେ ଘରେ ରହି ଆବଶ୍ୟକୀୟ ଉପଚାର କରିପାରିବେ

ଲୋକେ ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ମାମଲାରେ କୋଭିଡ-19 ର ପାଇଁ ଅଧିକ ସଚେତନ ଅଟନ୍ତି । ଅଧିକାଂଶ ଲୋକେ ଏହି ରୋଗ ସମ୍ବନ୍ଧୀୟ ଅତ୍ୟାଧୁନିକ ତଥା ଅପଡେଟ୍ ସୂଚନା ପାଇବାକୁ ବୈଦୁତିକ ମିଡିଆ ଏବଂ ସୋସିଆଲ୍ ନେଟୱାର୍କିଂ ଉପରେ ନିର୍ଭର କରନ୍ତି । ଅନ୍ୟପକ୍ଷେ ଡାକ୍ତରଖାନାର ଶଯ୍ୟା ଅଭାବ, ଅମ୍ଳଜାନ ଉପଲବ୍ଧ ନହେବା,ଔଷଧ ଏବଂ କୋଭିଡ-19 ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି।

ଏପରି ପରିସ୍ଥିତିରେ ଯେତେବେଳେ ବି ଜଣେ ବ୍ୟକ୍ତି କୋଭିଡ-19 ପଜିଟିଭ୍ ଚିହ୍ନଟ ହୁଏ, ତେବେ ତାଙ୍କ ମନରେ ଏକ ଭୟ ରହିଥାଏ । ସେଭଳି ସ୍ଥିତିରେ ଜଣେ ବ୍ୟକ୍ତି କୋଭିଡ-19 ରୁ ମୁକ୍ତି ପାଇବା ପାଇଁ ଔଷଧ ପାଇଁ ଦୌଡିବା ଆରମ୍ଭ କରନ୍ତି । ଦୁର୍ଭାଗ୍ୟବଶତଃ ଔଷଧ ବିଷୟରେ ଅନେକ ଭୁଲ ତଥ୍ୟ ରହିଛି । ନିର୍ଦ୍ଦିଷ୍ଟ ପ୍ରକାରର ଔଷଧ, ଔଷଧର ଡୋଜ୍ ରେ ପରିବର୍ତ୍ତନ, କୋଭିଡ-19 ର ଗମ୍ଭୀରତା, ମଧୁମେହ ଭଳି କୋମୋରବିଡିଟିସ୍ ଏବଂ ଅନ୍ୟାନ୍ୟ ଅନେକ କାରଣ ରହିଛି ତେଣୁ ଗୋଟିଏ ପ୍ରେସକ୍ରିପସନରେ ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଇପାରିବ ନାହିଁ ।

ଡାକ୍ତରଙ୍କ ବିନା ପରାମର୍ଶରେ ରେମଡିସିଭିର ପରି ଆଣ୍ଟିଭାଇରାଲ ଇଞ୍ଜେକ୍ସନ ଦେବା ସହିତ ଆଣ୍ଟିଭାଇରାଲ୍, ଷ୍ଟେରଏଡ ଏବଂ ଆଣ୍ଟିବାୟୋଟିକ୍ ଦେବା ଦ୍ବାରା ଆଣ୍ଟିମାଇକ୍ରୋବାୟଲ୍-ପ୍ରତିରୋଧକ ମାଇକ୍ରୋଅର୍ଗାନ୍ସ, ହାଇପରସେନ୍ସିଟିଭିଟି ପ୍ରତିକ୍ରିୟା କାର୍ଡିଓଟକ୍ସାଇସିଟି ଏବଂ ହେପାଟୋକ୍ସିସିଟି ଭଳି ସମସ୍ୟା ସୃଷ୍ଟି କରିପାରେ। ଆଣ୍ଟିମାଇକ୍ରୋବାୟଲ୍-ପ୍ରତିରୋଧୀ ମାଇକ୍ରୋବସ୍ ଦ୍ବାରା ହେଉଥିବା ସଂକ୍ରାମକ ରୋଗ କଷ୍ଟସାଧ୍ୟ ଏବଂ କେତେକ କ୍ଷେତ୍ରରେ ଚିକିତ୍ସା କରିବା ଅସମ୍ଭବ ଅଟେ । ଏହା ଦ୍ବାରା କୋଭିଡ ରୋଗୀଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।

ଷ୍ଟେରଏଡ ଶରୀରରେ ଭୂତାଣୁର ସଂଖ୍ୟାକୁ ବଢାଇପାରେ । ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ନିଆଯାଏ ତେବେ ଏହା ଭୂତାଣୁ ଦ୍ବାରା ହୋଇଥିବା କ୍ଷତିର ଗମ୍ଭୀରତା ବଢାଇପାରେ । ଷ୍ଟେରଏଡର ଅନୁପଯୁକ୍ତ ବ୍ୟବହାର ଦ୍ବାରା ବ୍ଲାକ୍ ଫଙ୍ଗସ୍ ରୋଗୀ ମଧ୍ୟ ବଢୁଛନ୍ତି । ସଂଗରୋଧ ଥିବା ରୋଗୀଙ୍କ ପାଇଁ କୌଣସି ଉପଶମ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଗୁରୁତ୍ବପୂର୍ଣ୍ଣ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.