Diabetesକୁ ରଖନ୍ତୁ ଦୂରରେ, ଆପଣାନ୍ତୁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ

author img

By

Published : Sep 22, 2022, 2:37 PM IST

Diabetes ନିୟନ୍ତ୍ରଣ ପାଇଁ ଗ୍ରହଣ କରନ୍ତୁ ଏହିସବୁ ପ୍ରୋଟିନ୍

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆପଣ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଖାଦ୍ୟ ଖାଉଛନ୍ତି ତେବେ ରକ୍ତରେ ଗ୍ଲୁକୋଜ ବୃଦ୍ଧି ହେବାର ଆଶଙ୍କା ଅଛି । ଏହିସବୁ କାରଣ ପାଇଁ ବିଭିନ୍ନ ରୋଗ ସମସ୍ୟା ସୃଷ୍ଟି ହେବା ସହ ମଧୁମେହ(Diabetes) ମଧ୍ୟ ହୋଇଥାଏ । ତେବେ କେଉଁ କେଉଁ ଖାଦ୍ୟ କେତେ ପରିମାଣରେ ଏବଂ ଖାଦ୍ୟରେ କି କି ପରିବର୍ତ୍ତଣ ଆଣିଲେ ଡାଏବେଟିସ୍ ନିୟନ୍ତ୍ରଣରେ ରହିଥାଏ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇଦ୍ରାବାଦ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତୀୟଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଖାଦ୍ୟର ୬୦ ପ୍ରତିଶତରୁ ଅଧିକ କାର୍ବୋହାଇଡ୍ରେଟ୍ ରହିଛି । ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ, କାର୍ବସ୍ ୪୦ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ । ମାତ୍ର ଏହା ତୁଳନାରେ ଭାରତୀୟଙ୍କ ହାରାହାରି ପ୍ରୋଟିନ୍ ଗ୍ରହଣ ୧୨ ପ୍ରତିଶତ ରହିଛି, ଯାହା ଅତି କମରେ ୪୦ ପ୍ରତିଶତକୁ ବୃଦ୍ଧି କରାଯିବା ଉଚିତ୍ ।

ଅଧିକାଂଶ ଲୋକେ ପ୍ରିୟ ଖାଦ୍ୟ ଦେଖି ଭୋକ ଏବଂ ଲୋଭକୁ ନିୟନ୍ତ୍ରଣ କରିପାରିନଥାନ୍ତି, ଏପରିକି ସେଗୁଡିକ ଖାଇବା ପାଇଁ ଅପେକ୍ଷା କରିବାକୁ ମଧ୍ୟ ଚାହିଁନଥାନ୍ତି । ଡାକ୍ତରୀ ବିଶେଷଜ୍ଞମାନେ କହିବା ଅନୁଯାୟୀ, ଖାଦ୍ୟ ପ୍ରତି ଅତ୍ୟଧିକ ଲୋଭ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଆପଣ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଖାଦ୍ୟ ଖାଉଛନ୍ତି ତେବେ ରକ୍ତରେ ଗ୍ଲୁକୋଜ ବୃଦ୍ଧି ହେବାର ଆଶଙ୍କା ଅଛି ।

ଏହିସବୁ କାରଣ ପାଇଁ ବିଭିନ୍ନ ରୋଗ ସମସ୍ୟା ସୃଷ୍ଟି ହେବା ସହ ମଧୁମେହ ମଧ୍ୟ ହୋଇଥାଏ । ତେବେ କେଉଁ କେଉଁ ଖାଦ୍ୟ କେତେ ପରିମାଣରେ ଏବଂ ଖାଦ୍ୟରେ କି କି ପରିବର୍ତ୍ତଣ ଆଣିଲେ ଡାଏବେଟିସ୍ ନିୟନ୍ତ୍ରଣରେ ରହିଥାଏ, ସେ ବାବଦରେ ଚେନ୍ନାଇର ଆପୋଲୋ ସ୍ପେକ୍ଟ୍ରା ହସ୍ପିଟାଲର ସିନିୟର କନ୍ସଲଟାଣ୍ଟ ମେଡିକାଲ୍ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର ପି.ଜି ସୁନ୍ଦରାରମନ ଆଲୋଚନା କରିଛନ୍ତି ।

ଆମ ଶରୀର ସାଧାରଣତଃ ଦୁଇ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ କରେ । ସେଥିମଧ୍ୟରୁ ଗୋଟିଏ ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍(Micronutrients), ଏଗୁଡିକ ଅଳ୍ପ ପରିମାଣରେ ଯଥେଷ୍ଟ । ଦ୍ୱିତୀୟ ପ୍ରକାର ହେଉଛି ମାକ୍ରୋନ୍ୟୁଟ୍ରିଏଣ୍ଟସ୍ । କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଫ୍ୟାଟ୍ ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ । କାର୍ବୋହାଇଡ୍ରେଟ୍ ସହଜରେ ହଜମ କରେ ଏବଂ ରକ୍ତରେ ଗ୍ଲୁକୋଜକୁ ଶୀଘ୍ର ମୁକ୍ତ କରିଥାଏ ।

ଖାଦ୍ୟ ହଜମ ହୋଇ ଗ୍ଲୁକୋଜରେ ପରିଣତ ହୁଏ, ଯାହା କୋଷରେ ପ୍ରବେଶ କରି ଶକ୍ତି ଯୋଗାଇଥାଏ । ଏହି ପ୍ରକ୍ରିୟା ସୁରୁଖୁରୁରେ ହେବା ପାଇଁ, ଜଣେ ସାଧାରଣ ଲୋକ ଦିନକୁ ତିନିଥର ଖାଇବା ଅଭ୍ୟାସ କରିବା ଉଚିତ୍ । ଏହା ବ୍ୟତୀତ ଏହି ଭୋଜନଗୁଡିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗ୍ରହଣ କରିବା ଉଚିତ୍ । ପ୍ରତିଦିନ ସମାନ ସମୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବା ଉଚିତ୍ । ସନ୍ଧ୍ୟା ୭.୩୦ ପୂର୍ବରୁ ଖାଇବା ସ୍ୱାସ୍ଥ୍ୟକର । ଯଦି ଆପଣ ସଠିକ୍ ସମୟ ଅନୁସରଣ କରନ୍ତି, ରକ୍ତରେ ଗ୍ଲୁକୋଜ୍ ସ୍ତର ନିୟନ୍ତ୍ରଣ ହୋଇପାରିବ ।

କାହିଁକି ପଡୁନି ଇନସୁଲିନ୍ ପ୍ରଭାବ ?

ଆମେ ଖାଉଥିବା ଖାଦ୍ୟରୁ ଗ୍ଲୁକୋଜ୍ ଯଥା ଶୀଘ୍ର କୋଷକୁ ବିତରଣ ହେବା ଆବଶ୍ୟକ । ଇନସୁଲିନ୍ ତାହା କରେ । ଯଦି ଆପଣ ଅନେକ କାର୍ବୋହାଇଡ୍ରେଟ୍ ଖାଆନ୍ତି, ତେବେ ଗ୍ଲୁକୋଜ୍ ଉତ୍ପାଦନ ବଢିଯାଏ । ତେଣୁ ଗ୍ଲୁକୋଜ୍‌କୁ ଶୀଘ୍ର କୋଷକୁ ପଠାଇବା ପାଇଁ ଏକ ଉଚ୍ଚ ମାତ୍ରାରେ ଇନସୁଲିନ୍ ଆବଶ୍ୟକ ପଡେ । ଫଳରେ ଗ୍ଲୁକୋଜ ରକ୍ତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏହା ଅଗ୍ନାଶୟ ଉପରେ ଚାପ ପକାଇବା ସହ ଇନସୁଲିନ୍ ଉତ୍ପାଦନକୁ ପ୍ରତିରୋଧ କରେ ।

ଫଳରେ ଧୀରେ ଧୀରେ, ଇନସୁଲିନ୍ କାର୍ଯ୍ୟ କମିଯାଏ । ଫଳରେ ରକ୍ତରେ ଗ୍ଲୁକୋଜର ସ୍ତର ବୃଦ୍ଧି ପାଇବା ସହ ମଧୁମେହ ସୃଷ୍ଟି ହୋଇତାଏ । ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ ନଥିବାବେଳେ ଭିଟାମିନ୍ B12 ଅଭାବ ହୁଏ । ଏଥିପାଇଁ ମଧୁମେହ ରୋଗୀମାନଙ୍କୁ ଅଧିକ ସତେଜ ପନିପରିବା ଏବଂ ପତ୍ରଯୁକ୍ତ ଶାଗ ଖାଇବାକୁ ପରାମର୍ଶ ଦିଆଯାଏ ।

କୋଷଗୁଡ଼ିକ ମଧ୍ୟରେ ଥିବା ସମସ୍ତ ମେଟାବୋଲିଜିମ୍ ପ୍ରୋଟିନ୍ ସାହାଯ୍ୟରେ କରାଯାଇଥାଏ । ନେଟାବୋଲିଜମ୍ ହେଉଛି ଏକ ପ୍ରକ୍ରିୟା ଯାହା ଦ୍ବାରା ଜଣେ ବ୍ୟକ୍ତି ଯାହା ଖାଇଥାଏ ଏବଂ ପିଇଥାଏ ତାହା ଶକ୍ତିରେ ପରିଣତ ହୁଏ । ମାଂସପେଶୀ କୋଷଗୁଡ଼ିକରେ ଗ୍ଲୁକୋଜ୍ ଜମା ପାଇଁ ମଧ୍ୟ ଏହା ଉପଯୋଗୀ । ଅଣ-ମାଂସପେଶୀ କୋଷଗୁଡ଼ିକ ଗ୍ଲୁକୋଜ ପରିବହନ ପାଇଁ ଇନସୁଲିନ୍ ଆବଶ୍ୟକ କରନ୍ତି ।

ପ୍ରତିଦିନ ଚାଲିବା ଏକ ଅଭ୍ୟାସ କରନ୍ତୁ । ନିୟମିତ ବ୍ୟାୟାମ ଏବଂ ଚାଲିବା ଦ୍ୱାରା ମାଂସପେଶୀର ଶକ୍ତି ବୃଦ୍ଧି ହୁଏ ଏବଂ ଇନସୁଲିନ୍ ଉପରେ ଭାର କମ ହୋଇପାରେ । ଶାରୀରିକ କାର୍ଯ୍ୟକଳାପ ମାଧ୍ୟମରେ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ ।

କଠିନ ପରିଶ୍ରମ କରିବା ଏବଂ ମଧ୍ୟମ ପରିମାଣରେ ଖାଇବା ଆମର ମୂଳ ମୂଳ ଲକ୍ଷ୍ୟ ହେବା ଉଚିତ୍ । ଯଦି ଆପଣ ଇନସୁଲିନ୍ ସଟ୍ସ ନେଉଛନ୍ତି, ତେବେ ଦିନକୁ ତିନିଥର ହାଲୁକା ଭୋଜନ(light meals) ଏବଂ ଦିନକୁ ତିନିଥର ମଧ୍ୟମ ଭାରି ଖାଦ୍ୟ ଖାଇବା(heavy meals) ଉଚିତ୍ ।

ଓଜନ ବୃଦ୍ଧି ନକରିବାକୁ ନିଶ୍ଚିତ କରନ୍ତୁ:-

ଖାଇବା ପୂର୍ବରୁ ତିନୋଟି କାରଣ ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ରଥମ-ଇନସୁଲିନ୍ ସମ୍ବେଦନଶୀଳତା, ଅର୍ଥାତ୍ ଆମେ ଖାଉଥିବା ଖାଦ୍ୟ ଇନସୁଲିନ୍ ମୁକ୍ତ କରିବାକୁ ଅଗ୍ନାଶୟକୁ ଉତ୍ତେଜିତ କରେ କି ? ଦ୍ୱିତୀୟତ- ଇନସୁଲିନ୍ କ୍ଷରଣ, ଅର୍ଥାତ୍ ଷ୍ଟିମୁଲେଟେଡ ହେଲେ କେତେ ଇନସୁଲିନ୍ ଉତ୍ପନ୍ନ ହୁଏ ? ଏବଂ ତୃତୀୟତ-ଗ୍ଲୁକୋଜ୍ ନିଷ୍କାସନ ସମୟ, ଅର୍ଥାତ୍ ରକ୍ତରେ ନିର୍ଗତ ଗ୍ଲୁକୋଜ୍ କେତେ ଶୀଘ୍ର କୋଷକୁ ପଠାଯାଇପାରିବ ।

ଏହିସବୁ ବିଷୟକୁ ବିଚାରକୁ ନେଇ, ଏହା ସିଦ୍ଧାନ୍ତ ନିଆଯାଇପାରେ ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ଡାଏଟ୍ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ । ଖାଦ୍ୟର ଗଠନ ବିଭିନ୍ନ ପ୍ରକାରର ହେବା ଉଚିତ୍ । ତଥାପି ଏହିସବୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.