Raisins Water: ନିୟମିତ ବ୍ୟବହାର କରନ୍ତୁ କିସ୍‌ମିସ୍ ପାଣି, ତ୍ବଚାରେ ପାଇବେ ଏହି ଫରକ୍

author img

By

Published : Sep 21, 2022, 1:33 PM IST

Raisins Water: ନିୟମିତ କରନ୍ତୁ କିସ୍‌ମିସ୍ ପାଣି ବ୍ୟବହାର, ତ୍ବଚାରେ ପାଇବେ ଏହି ଫରକ୍

କିସ୍‌ମିସ୍‌ ସହ କିସ୍‌ମିସ୍ ପାଣି(Raisins Water) ମଧ୍ୟ ଚର୍ମ ଉପକାରୀ ବୋଲି ଜାଣିଛନ୍ତି କି ? ଆଜ୍ଞା ହଁ ଏଥିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । କେମିତି କରିବେ କିସ୍‌ମିସ୍ ପାଣିର ବ୍ୟବହାର, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ହାଇଦ୍ରାବାଦ: କିସ୍‌ମିସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ଭାବେ ବିବେଚନା କରାଯାଏ । କିସ୍‌ମିସ୍‌ ପାଣି(Raisins Water) ମଧ୍ୟ ଚର୍ମ ଉପକାରୀ ବୋଲି ଜାଣିଛନ୍ତି କି ? ଆଜ୍ଞା ହଁ... ଏଥିରେ ଅନେକ ପୋଷକ ତତ୍ତ୍ବ ଭରି ରହି ଥିବାବେଳେ ଏହାକୁ ପାଣିରେ ଭିଜାଇ ସେହି ପାଣିକୁ ପିଇବା ଦ୍ବାରା ଚର୍ମ ସ୍ବାସ୍ଥ୍ୟ ଭଲ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, କିସମିସ୍ ତ୍ବଚାର ରଙ୍ଗରେ ଉନ୍ନତ ଆଣିବା ସହ ସୁସ୍ଥ ରଖିଥାଏ । ତେବେ କିପରି କିସ୍‌ମିସ୍ ପାଣି ବ୍ୟବହାର କରିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

କିସମିସ୍ ପାଣି କିପରି ତିଆରି କରିବେ:-

କିସମିସ୍ ପାଣି ତିଆରି କରିବା ପାଇଁ ରାତିରେ କିଛି କିସମିସ୍ ନେଇ ପାଣିରେ ଭିଜାନ୍ତୁ । ଏହି ପାଣିରେ ଥିବା ଉପାଦାନଗୁଡ଼ିକୁ ମିଶ୍ରଣ କରି ସକାଳେ କିମ୍ବା ପରଦିନ ମୁହଁରେ ଲଗାନ୍ତୁ । ଏହି ପାଣିକୁ ମଧ୍ୟ ପିଇପାରିବେ । ଯଦି ପେଟ ସୁସ୍ଥ ଥାଏ, ତେବେ ଚେହେରାର ଚମକରେ କୌଣସି ପ୍ରତିବନ୍ଧକ କ ନଥାଏ, ତେଣୁ ସର୍ବଦା ପେଟ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

କିସମିସ୍ ପାଣିରେ ସ୍କ୍ରବ୍:-

ଓଟସ୍ ଏବଂ କିସମିସ୍ ପାଣିର ଏକ ସ୍କ୍ରବ୍ ପ୍ରସ୍ତୁତ କରିପାରିବେ । ଚର୍ମରୁ ମୃତ କୋଷକୁ ବାହାର କରିବା ପାଇଁ ଏକ ପ୍ରସ୍ତୁତ କିସମିସ୍ ପାଣିରେ ଓଟସ୍ ପାଉଡର୍ ମିଶାନ୍ତୁ । ଏଥିରେ ମହୁ ମଧ୍ୟ ମିଶାଇ ପାରିବେ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ତା’ପରେ ସ୍କ୍ରବ୍ କରନ୍ତୁ । ଏହା ପରେ ନିଶ୍ଚିତ ଭାବେ ମଶ୍ଚରାଇଜର ଲଗାନ୍ତୁ ଏବଂ ଫରକ ଅନୁଭବ କରନ୍ତୁ ।

କିସମିସ୍ ଟୋନର:-

କିସମିସ୍ ପାଣି ମଧ୍ୟ ଏକ ଟୋନର ଭାବରେ ବ୍ୟବହାର କରାଯାଇପାରିବ । ଦୁଇ ଦିନ ଭିଜାଇଥିବା କିସମିସ୍‌କୁ ବାହାର କରି ସେହି ପାଣିରେ ଗୋଲାପ ଜଳ ମିଶାନ୍ତୁ, ଏହାକୁ ଏକ ସ୍ପ୍ରେ ବୋତଲରେ ରଖିବା ପରେ ଫ୍ରିଜରେ ରଖନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ପାଣିକୁ ସ୍କିନ୍‌ରେ ସ୍ପ୍ରେ କରନ୍ତୁ ।

କିସମିସ୍ ପାଣିର ଉପକାରିତା:-

ଯଦି ଆପଣ ନିୟମିତ ଭାବେ କିସମିସ୍ ପାଣି ବ୍ୟବହାର କରନ୍ତି, ତେବେ ଏହା ସ୍କିନ୍ ସମସ୍ୟାକୁ ଦୂର କରିଥାଏ । ଏହା ବ୍ୟତୀତ ଚର୍ମରେ ଥିବା ଦାଗ ମଧ୍ୟ ଦୂର ହୋଇଯିବ । ଆହୁରି ମଧ୍ୟ, ଚର୍ମକୁ ହାଇଡ୍ରେଟେଡ୍ କରିବା ସହ ବାର୍ଦ୍ଧକ୍ୟ ଲକ୍ଷଣ ମଧ୍ୟ ଦୂରେଇଯିବ ।

Disclaimer: ଏହିସବୁ ଘରୋଇ ଉପଚାର ସାଧାରଣ ଚିକିତ୍ସା ନିମନ୍ତେ । ଆପଣଙ୍କ ତ୍ବଚାରେ ଯଦି କୌଣସି ଜଟିଳ ସମସ୍ୟା ଥାଏ କିମ୍ବା ଏଲର୍ଜି ଥାଏ, ତେବେ କୌଣସି ଉପାଦାନ ବ୍ୟବହାର ପୂର୍ବରୁ ଡାକ୍ତରୀ ପରାମର୍ଶ କରାଇ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.