ଶରୀର ଓ ମନର ସୁସ୍ଥତା ପାଇଁ ‘ପିଙ୍କ୍ ସଲ୍ଟ’

author img

By

Published : Apr 18, 2021, 10:33 AM IST

ପିଙ୍କ୍ ସଲ୍ଟ

ହିମାଳର ପର୍ବତମାଳାରେ ପାଦଦେଶରେ ଏହି ଲବଣ ଉତ୍ପାଦନ କରାଯାଏ । ହିମାଳୟ ଲବଣରେ ଶତାଧିକ ଅତ୍ୟାବଶ୍ୟକ ପୋଷତ ତତ୍ତ୍ବ ରହିଛି , ଯାହା କି ଏହି ଲୁଣକୁ ଗୋଲାପୀ ବର୍ଣ୍ଣ ଦେଇଥାଏ । ପୂର୍ବରୁ କରାଯାଇଥିବା ଗବେଷଣା ଅନୁସାରେ, ହିମାଳୟ ଲବଣ ପୃଥିବୀର ଶୁଦ୍ଧ ଲବଣ ମଧ୍ୟରୁ ଅନ୍ୟତମ ।ଅଧିକ ପଢନ୍ତୁ...

‘ହିମାଳୟ ଲବଣ’ର ଲୋକପ୍ରିୟତା ପଛରେ ରହିଛି ଅନେକ କାରଣ । ତେବେ ଏହାର ଉପକାରିତା ସଂପର୍କରେ ଜାଣିବା ପୂର୍ବରୁ ହିମାଳୟ ଲବଣ ପ୍ରକୃତରେ କଣ ତାହା ଜାଣିବା ଦରକାର ।

‘ହିମାଳୟ ଲବଣ’ କ’ଣ ?

ହିମାଳୟ ଲବଣ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ମିଳେ । ହିମାଳର ପର୍ବତମାଳାରେ ପାଦଦେଶରେ ଏହି ଲବଣ ଉତ୍ପାଦନ କରାଯାଏ । ହିମାଳୟ ଲବଣରେ ଶତାଧିକ ଅତ୍ୟାବଶ୍ୟକ ପୋଷତ ତତ୍ତ୍ବ ରହିଛି , ଯାହା କି ଏହି ଲୁଣକୁ ଗୋଲାପୀ ବର୍ଣ୍ଣ ଦେଇଥାଏ । ପୂର୍ବରୁ କରାଯାଇଥିବା ଗବେଷଣା ଅନୁସାରେ, ହିମାଳୟ ଲବଣ ପୃଥିବୀର ଶୁଦ୍ଧ ଲବଣ ମଧ୍ୟରୁ ଅନ୍ୟତମ । ଏହି ଲବଣ ରୋଷେଇ, ସ୍ନାନ ଆଦି ପାଇଁ ବ୍ୟବହାର ହୁଏ ।ୟୁମିଆନୋ ପ୍ରତିଷ୍ଠାତା ଲଭଲିନ ଗମ୍ଭୀର ହିମାଳୟ ଲବଣର ୪ଟି ଉପକାରିତା ସଂପର୍କରେ ଉଲ୍ଲେଖ କରିଛନ୍ତି ।

ଶରୀରକୁ ପ୍ରଦୂଷଣ ମୁକ୍ତ ରଖିବାରେ ସହାୟକ ହୁଏ – ହିମାଳୟ ଲବଣ ଖଣିଜ, ପୋଟାସିୟମ, ଆଇରନ ଓ କ୍ୟାଲସିୟମର ସମୃଦ୍ଧ ଉତ୍ସ । ଖଣିଜ ଓ ଅନ୍ୟ ଉପାଦାନ ଆମ ଶରୀରରେ ସ୍ବଭାବିକ ବିଷହରଣ ବ୍ୟବସ୍ଥାରେ ସହାୟକ ହୋଇଥାଆନ୍ତି । ବ୍ୟାକ୍ଟେରିଆ ମାରିବାରେ ବି ହିମାଳୟ ଲବଣ ସହାୟକ ହୁଏ ।

ରକ୍ତଚାପ ହ୍ରାସ କରେ – ସାମୁଦ୍ରିକ ଲବଣ ରିଫାଇନ୍ ହୋଇଥାଏ । ଏଥିରେ ଖଣିଜ ବହୁତ କମ୍ ପରିମାଣରେ ଥାଏ। ଏହାଛଡା ହିମାଳୟ ଲବଣ ଅପେକ୍ଷା ସାମୁଦ୍ରିକ ଲବଣରେ ସୋଡିୟମ ବି ବହୁତ କମ ପରିମାଣରେ ଥାଏ । ଆପଣ ଯଦି ସାମୁଦ୍ରିକ ଲବଣ ବଦଳରେ ହିମାଳୟ ଲବଣ ବ୍ୟବହାର କରିବେ, ତାହା ହେଲେ ଏହା ଶାରୀରିକ ପ୍ରକ୍ରିୟା ସହ ବେଶ ସହଜରେ ଖାପ ଖୁଆଇପାରିବ ।

ହିମାଳୟ ଲବଣରେ ପ୍ରାକୃତିକ ଆୟୋଡିନର ମାତ୍ରା ବି ଅଧିକ ରହିଥାଏ, ଯାହା କି ଶରୀର ପାଇଁ ବେଶ ଉପାଦେୟ। ଶରୀରରେ ଇଲେକ୍ଟ୍ରୋଲାଇଟ୍ ଇକ୍ୱିଲିବ୍ରିୟମ ସୃଷ୍ଟି କରିବାରେ ପ୍ରାକୃତିକ ଆୟୋଡିନ ସହାୟକ ହୁଏ। ଏହାଦ୍ବାରା ଅନ୍ଥଃନଳୀରେ ପୋଷକ ସହଜରେ ମିଳାଇଯାଏ ଓ ରକ୍ତଚାପ ହ୍ରାସ ହୁଏ ।

ହଜମ ଶକ୍ତି ବୃଦ୍ଧି କରେ – ହିମାଳୟ ଲବଣରେ ଉଚ୍ଚ ମାତ୍ରାରେ ଖଣିଜ ରହିଥିବାରୁ ଶରୀରର ପିଏଚ୍ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଏ । ଏହାଦ୍ବାରା ହଜମ ଶକ୍ତି ବୃଦ୍ଧି ପାଏ ।

ଶ୍ବସନ ସ୍ବାସ୍ଥ୍ୟ ବଜାୟ ରଖେ - ଅନେକ ଲୋକଙ୍କ ବିଶ୍ବାସ ଯେ, ସଲଟ୍ ଥେରାପି ଦ୍ବାରା ଫୁସଫୁସ ଜନିତ ଉତ୍କଟ ସମସ୍ୟା ଠିକ୍ ହୋଇପାରେ । ଏହି ଥେରାପି ସହାୟତାରେ ଲବଣଯୁକ୍ତ ବାୟୁ ଗ୍ରହଣ କରାଯାଇଥାଏ । ଏସଂପର୍କରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । କିନ୍ତୁ ଏ କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଟେବୁଲ୍ ସଲ୍ଟ ପରିବର୍ତ୍ତେ ଗୋଲାପୀ ହିମାଳୟ ଲବଣ ଭଲ ବିକଳ୍ପ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.