National Voters Day: ସଚେତନ ରହିଲେ ମତଦାତା, ସୁଦୃଢ ରହିବ ଗଣତନ୍ତ୍ର

author img

By

Published : Jan 25, 2023, 10:59 AM IST

Updated : Jan 25, 2023, 11:21 AM IST

National Voters Day

ଆଜି(ଜାନୁଆରୀ 25) ଜାତୀୟ ମତଦାତା ଦିବସ(National Voters Day) । ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହେବେ, ଅବାଧ ଓ ମୁକ୍ତ ମତଦାନ କରିବେ ତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହେଉଛି ଏହି ଦିବସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହେବେ, ଅବାଧ ଓ ମୁକ୍ତ ମତଦାନ କରିବେ ତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜି(ଜାନୁଆରୀ 25) ଦିନରେ ପାଳନ ହୁଏ ଜାତୀୟ ମତଦାତା ଦିବସ(National Voters Day) । ମତଦାନ ସେମସ୍ତଙ୍କ ଅଧିକାର । ଭୋଟ ଦେବାର ଅଧିକାରରୁ କୌଣସି ଜଣେ ବ୍ୟକ୍ତି ବଞ୍ଚିତ ହେବା ସମ୍ବିଧାନ ପାଇଁ ହାନିକାରକ । ଏ ତ୍ରୁଣ-ମୂଳସ୍ତରରେ ନାଗରିକମାନେ ସଚେତନ ହେଲେ ହିଁ ଦେଶ ସମୃଦ୍ଧ ହେବ । ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରମାନଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଉଛି । ବିଶେଷ କରି ଯୁବବର୍ଗର ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

1950, ଜାନୁଆରୀ 26ରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହାର ଠିକ୍ ଦିନକ ପୂର୍ବରୁ ଅର୍ଥାତ୍ 1950 ଜାନୁଆରୀ 25 ରେ ନିର୍ବାଚନ କମିଶନ ଗଠନ ହୋଇଥିଲା । ତେଣୁ ଜାନୁଆରୀ 25କୁ ମତଦାତା ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାର ପ୍ରତିଷ୍ଠା ଦିବସ ସ୍ମୃତିରେ ମତଦାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ 2011 ରୁ ଏହି ଦିବସ ପାଳନ ହୋଇଆସୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ଆଇନ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଏହି ଅନୁମୋଦନ କ୍ରମେ ପ୍ରତି ଭାରତୀୟ ନାଗରିକ ୧୮ ବର୍ଷ ପରେ ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହୋଇପାରିବେ ଅର୍ଥାତ୍ ମତଦାନ କରିପାରିବେ ।

ଚଳିତ ବର୍ଷ ଭାରତର ନିର୍ବାଚନ କମିଶନ(Election Commission of India) ଦେଶର 13ତମ ଜାତୀୟ ମତଦାତା ଦିବସ ପାଳନ କରୁଛନ୍ତି । ପ୍ରତିବର୍ଷ ଏହି ଦିନଟିକୁ ନେଇ ନୂଆନୂଆ ବିଷୟବସ୍ତୁ ରହିଥାଏ । ଚଳିତ ବର୍ଷ ଦିବସର ବିଷୟବସ୍ତୁ ରହିଛି "Nothing Like Voting, I Vote for Sure" ଅର୍ଥାତ୍ "ମତଦାନ ସଦୃଶ ଆଉ କିଛି ନାହିଁ, ମୁଁ ନିଶ୍ଚୟ ମତଦାନ କରିବି" । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଲଗୋ ଉନ୍ମୋଚନ କରାଯାଇଛି । ସଚେତନ ନାଗରିକଙ୍କ ଦ୍ବାରା କିପରି ଗଣତାନ୍ତ୍ରିକ ସରକାର ଏହାକୁ ସୂଚାରୁରୂପେ କାର୍ଯ୍ୟ କରିଥାନ୍ତି ଏବଂ ଦେଶର ବିକାଶଧାରା ଅବ୍ୟାହତ ରହିଥାଏ ତାହା ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ ରହିଥାଏ ।

Last Updated :Jan 25, 2023, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.