Beautiful Hair Tips: ନଡିଆତେଲରେ ମିଶାନ୍ତୁ ତିନୋଟି ଉପାଦାନ, ଦୂର ହେବ କେଶ ଝଡିବା ସମସ୍ୟା

author img

By

Published : Sep 19, 2022, 7:23 PM IST

Beautiful Hair Tips: ନଡିଆତେଲରେ ମିଶାନ୍ତୁ ତିନୋଟି ଉପାଦାନ, ଦୂର ହେବ କେଶ ଝଡିବା ସମସ୍ୟା

ସମସ୍ୟାରେ ପକାଉଛି କି କେଶ ଝଡିବା ? ସୁନ୍ଦର ଓ ଘନ କେଶ(Beautiful Hair Tips) ପାଇଁ ନଡିଆତେଲରେ ମିଶାନ୍ତୁ ଏହି ତିନୋଟି ଉପାଦାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେଶ ଝଡିବା କିମ୍ବା ବୃଦ୍ଧି ନହେବା ଭଳି ସମସ୍ୟା ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖାଦେଉଛି । ସମସ୍ତେ ସୁନ୍ଦର କେଶ ଆଶା କରିଥାନ୍ତି, ମାତ୍ର ପରିବର୍ତ୍ତିତ ଜଳବାୟୁ ଏହି ଆଶାକୁ ଆଶାରେ ରଖି ଦେଉଛି । ଏଠାରେ କେଶ ଝଡିବା ରୋକିବା ନେଇ କେତେକ ଟିପ୍ସ ବାବଦରେ ଆଲୋଚନା କରାଯାଇଛି ।

ସାଧାରଣତଃ ନଡ଼ିଆ ତେଲ ସମସ୍ତ ପ୍ରକାରର କେଶ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବିବେଚନା କରାଯାଏ । ଏହା ସିଧାସଳଖ ଆପଣଙ୍କ କେଶ ଫୋଲିକଲରେ ପ୍ରବେଶ କରେ ଏବଂ ମୂଳରୁ କେଶ ସମସ୍ୟାକୁ ଦୂର କରିଥାଏ । ତେବେ ଏଥିରେ ତିନୋଟି ଉପାଦାନ ମିଶାଇ କେଶରେ ଲଗାଇବା ଦ୍ବାରା କେଶ ସୁନ୍ଦର ଓ ଘନ ହୋଇଥାଏ...

1. ନଡିଆ ତେଲ ଏବଂ ଭୁର୍ସଙ୍ଗା ପତ୍ର

ମୁଠାଏ ଭୁର୍ସଙ୍ଗା ପତ୍ର ନେଇ କିଛି ଦିନ ଖରାରେ ଶୁଖାଇ ଦିଅନ୍ତୁ । ଏହି ଶୁଖିଲା ପତ୍ରକୁ ନଡ଼ିଆ ତେଲରେ ଫୁଟାନ୍ତୁ । ମିଶ୍ରଣ ଥଣ୍ଡା ହେବା ପରେ ଏହାକୁ କେଶ ଏବଂ ତ୍ୱଚାରେ ମସାଜ୍ କରନ୍ତୁ । ଭୁର୍ସଙ୍ଗା ପତ୍ରରେ ବିଟା-କାରୋଟିନ୍ ଏବଂ ପ୍ରୋଟିନ୍ ଥାଏ, ଯାହା କେଶର ବୃଦ୍ଧିରେ ସହାୟକ ହୋଇଥାଏ । ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆମିନୋ ଏସିଡ୍ ଭରପୂର, ଭୁର୍ସଙ୍ଗା ପତ୍ର କେଶ ଝଡିବାକୁ ମଧ୍ୟ ରୋକିଥାଏ ।

2. ନଡିଆ ତେଲ ଏବଂ କଳା ଜୀରା

କଳା ଜୀରାର ଅନେକ ଉପକାରିତା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ, ଯାହା ଭିଟାମିନ୍ ଏ, ବି ଏବଂ ସିରେ ଭରପୁର ବୋଲି ଜଣାଶୁଣା । ଏହା ମ୍ୟାଗ୍ନେସିୟମ୍, ଜିଙ୍କ୍, ଆଇରନ୍, ପୋଟାସିୟମ୍ ଏବଂ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ପରି ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର । କଳାଜୀରାକୁ ପେଷ୍ଟ କରି ନଡିଆ ତେଳରେ ମିଶ୍ରଣ କରି ଲଗାଇବା ଦ୍ବାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।

ନଡିଆ ତେଲ ଏବଂ ମନ୍ଦାର ଫୁଲ

କିଛି ମନ୍ଦାର ଫୁଲ ନିଅନ୍ତୁ, ଥଣ୍ଡା ପାଣିରେ ଭଲ ଭାବରେ ଧୋଇବା ପରେ ଖରାରେ ଶୁଖାନ୍ତୁ । ଶୁଖିଗଲା ପରେ ନଡ଼ିଆ ତେଲ ଗରମ କରନ୍ତୁ ଏବଂ ଏଥିରେ ମନ୍ଦାର ଫୁଲ ମିଶାନ୍ତୁ । ମିଶ୍ରଣକୁ କମ୍ ଉତ୍ତାପରେ ଗରମ କରିବା ପରେ ଥଣ୍ଡା କରି ମୁଣ୍ଡରେ ଲଗାନ୍ତୁ । ଏକ ଘଣ୍ଟା ପରେ କେଶ ସଫା କରିଦିଅନ୍ତୁ । କେଶ ପାଇଁ ମନ୍ଦାର ଫୁଲ ବହୁତ ଉପକାରୀ । ଏହି ଫୁଲ କେବଳ ସୁସ୍ଥ କେଶର ବୃଦ୍ଧି ପାଇଁ ସହାୟକ ହୋଇନଥାନ୍ତି ବରଂ କେଶ ଝଡ଼ିବାକୁ ମଧ୍ୟ ରୋକିଥାନ୍ତି । ଏଥିରେ ଭିଟାମିନ୍ ଏ ଏବଂ ସି ରହିଥାଏ ।

Disclaimer: ଯେକୌଣସି ପ୍ରାକୃତିକ କିମ୍ବା କୃତିମ ଉପାଦାନ ବ୍ୟବହାର ପୂର୍ବରୁ ପ୍ରଥମେ ଆପଣଙ୍କ ସ୍କିନ୍ ପରୀକ୍ଷା ରଖିବା ଉଚିତ୍ । କାରଣ ଯଦିଓ ଆପଣଙ୍କର କୌଣସି ପ୍ରକାରର ଆଲର୍ଜି ଥାଏ, ତେବେ ଏହିପରି ଘରୋଇ ଉପାଦାନ କ୍ଷତିକାରକ ହୋଇପାରେ ! ତେଣୁ ବ୍ୟବାହର ପୂର୍ବରୁ ଡାକ୍ତର ପରାମର୍ଶ କରାଇନେବାକୁ ପରାମର୍ଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.