Longevity diet: ବିଶେଷଜ୍ଞଙ୍କ ପରାମର୍ଶ, ଆପଣାଇଲେ ଆୟୁବୃଦ୍ଧିରେ ହେବ ସହାୟକ

author img

By

Published : Sep 23, 2022, 12:55 PM IST

Longevity diet ଅନୁସରଣ କଲେ ଜଣେ ବ୍ଯକ୍ତି 120 ବର୍ଷ ଜୀବିତ ରହିପାରିବେ !

ଅଧିକାଂଶ ଲୋକେ କେଟୋ ଡାଏଟ୍(Keto diet) ଏବଂ ମେଡିଟେରାନିଆନ ଡାଏଟ୍ (Mediterranean diet) ବାବଦରେ ଜାଣିଥିବେ । ବର୍ତ୍ତମାନ ସମୟରେ କିନ୍ତୁ ଅନ୍ୟ ଏକ ପ୍ରକାର ଡାଏଟ ଯାହାକି ଅଧିକ ଶୁଣାଯାଏ ତାହା ହେଉଛି ଦୀର୍ଘାୟୁ ଖାଦ୍ୟ (Longevity Diet) । ଅଧିକ ପଢନ୍ତୁ

ଆଡିଲେଡ୍: ପୁଷ୍ଟିକର ଖାଦ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଏହା ଆୟୁଷ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ତେଣୁ, ଏକ ସୁସ୍ଥ ଜୀବନ ପାଇଁ ଏକ ଉପଯୁକ୍ତ ଖାଦ୍ୟ ଏକାନ୍ତ ଆବଶ୍ୟକ । ଅଧିକାଂଶ ଲୋକେ କେଟୋ ଡାଏଟ୍(Keto diet) ଏବଂ ମେଡିଟେରାନିଆନ ଡାଏଟ୍ (Mediterranean diet) ବାବଦରେ ଜାଣିଥିବେ । ବର୍ତ୍ତମାନ ସମୟରେ କିନ୍ତୁ ଅନ୍ୟ ଏକ ପ୍ରକାର ଡାଏଟ ଯାହାକି ଅଧିକ ଶୁଣାଯାଏ ତାହା ହେଉଛି 'ଦୀର୍ଘାୟୁ ଖାଦ୍ୟ' (Longevity Diet) ।

ୱାଲ୍ଟର ଲୋଙ୍ଗୋ ନାମକ ଜଣେ ବାୟୋକେମିଷ୍ଟ ଲଙ୍ଗେଭିଟି ଡାଏଟ ପ୍ରସ୍ତୁତ କରିଥିଲେ । ଲୋଙ୍ଗୋ କହିଛନ୍ତି ଯେ, ଡାଏଟ୍ ମନୁଷ୍ୟର ଆୟୁ ବୃଦ୍ଧିରେ ସାହାଯ୍ୟ କରେ । ଜିନ୍ ଉପରେ ପୋଷକ ତତ୍ତ୍ୱର ପ୍ରଭାବ ଏବଂ ଉପବାସର ଫଳାଫଳ ଉପରେ ଲୋଙ୍ଗୋ ଅନେକ ଗବେଷଣା କରିଛନ୍ତି । ସେହି ଅନୁଯାୟୀ, ସେ ଲୋକଙ୍କ ପାଇଁ ଦୀର୍ଘାୟୁ ଖାଦ୍ୟକୁ ସୁପାରିଶ କରିଛନ୍ତି । ଲଙ୍ଗିଭିଟି ଡାଏଟକୁ ସଠିକ୍ ଭାବେ ଅନୁସରଣ କରିପାରିଲେ ଜଣେ ବ୍ୟକ୍ତି ୧୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ବୋଲି ଲୋଙ୍ଗୋ କହିଛନ୍ତି ।

ଡାଏଟ୍ ମୁଖ୍ୟତଃ ବୃଦ୍ଧମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଯୁବକମାନେ ମଧ୍ୟ ଏହାକୁ ଅନୁସରଣ କରିପାରିବେ । ସବୁଜ ପତ୍ରଯୁକ୍ତ ପନିପରିବା, ଫଳ, ବିନ୍ସ ଏବଂ ବାଦାମ, ଆଲମଣ୍ଡ, ଅଲିଭ୍ ତେଲ ଏବଂ ସାମୁଦ୍ରିକ ଖାଦ୍ୟ ଯାହା ମର୍କ୍ୟୁରୀରେ କମ୍ ଥାଏ ତାହା ଦୀର୍ଘାୟୁ ଖାଦ୍ୟ ବା ଲଙ୍ଗେଭିଟି ଡାଏଟ । ଉଦ୍ଭିଦ ଭିତ୍ତିକ ଖାଦ୍ୟରେ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ସହ ଫ୍ୟାଟ୍ ଏବଂ ଲୁଣର କମ୍ ଥିବା ଖାଦ୍ୟ ମେଡିଟେରାନିଆନ ଅନ୍ତର୍ଭୂକ୍ତ ।

ମାଂସ ଏବଂ ଦୁଗ୍ଧଜାତ ଖାଦ୍ୟ ବ୍ୟତୀତ ଅତ୍ୟଧିକ ଚିନି ସେବନକୁ ଲଙ୍ଗେଭିଟି ଡାଏଟରୁ ବାଦ୍ ଦିଆଯାଇଛି, ଏହାକୁ ଅଧିକ ପରିମାରଣର ଗ୍ରହଣ ନ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଦୁଗ୍ଧଜାତ ଦ୍ରବ୍ୟକୁ ଏଡାଇ ପାରିବେ ନାହିଁ ସେମାନେ ଗାଈ, ଛେଳି ଏବଂ ମେଣ୍ଡା କ୍ଷୀର ଗ୍ରହଣ କରିପାରିବେ । ଆମେ ଗୋଟିଏ ଦିନରେ ଗ୍ରହଣ କରୁଥିବା ସମସ୍ତ ଖାଦ୍ୟ କେବଳ ୧୨ ଘଣ୍ଟା ମଧ୍ୟରେ ଖାଇବା ଉଚିତ୍, ଉଦାହରଣ ସ୍ୱରୂପ ସକାଳ ୬ରୁ ସନ୍ଧ୍ୟା ୬ଟା ମଧ୍ୟରେ ।

ଶୋଇବାର ତିନିରୁ ଚାରି ଘଣ୍ଟା ପୂର୍ବରୁ କିଛି ନ ଖାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଏକ ଉପାୟ ହେଉଛି ସପ୍ତାହରେ ଦୁଇ ଦିନ ପାଇଁ ଦୁଇରୁ ତିନି ହଜାର କିଲୋଜୁଲରୁ କମ୍ ଖାଇବା ଏବଂ ଅନ୍ୟ ପାଞ୍ଚ ଦିନ ପାଇଁ ଅଳ୍ପ ଖାଇବା । ଲୋଙ୍ଗୋଙ୍କ କହିବାନୁସାରେ, ଏହା ରକ୍ତ ଗ୍ଲୁକୋଜର ସ୍ତରକୁ ଭଲ ନିୟନ୍ତ୍ରଣ କରିବ, ଟାଇପ୍-୨ ଡାଇବେଟିସ୍, ମେଦବହୁଳତା ଏବଂ ହୃଦ୍‌ରୋଗର ଆଶଙ୍କା ହ୍ରାସ କରିବ ।

ଲଙ୍ଗେଭିଟି ଡାଏଟରେ, ପ୍ରୋଟିନ୍ ଗ୍ରହଣର ପରିମାଣ ବ୍ୟକ୍ତିର ଶରୀରର ଓଜନ ଉପରେ ନିର୍ଭର କରେ । ପ୍ରତି କିଲୋଗ୍ରାମରେ ୦.୬୮-୦.୮୦ ଗ୍ରାମରୁ ଅଧିକ ପ୍ରୋଟିନ୍ ନ ଖାଇବାକୁ ପରାମର୍ଶ ଦିଆଯାଇଛି । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ୭୦ କିଲୋଗ୍ରାମ ଓଜନ ଥାଆନ୍ତି, ତେବେ ସେ ପ୍ରତିଦିନ ୪୭-୫୬ ଗ୍ରାମରୁ ଅଧିକ ପ୍ରୋଟିନ୍ ଖାଇବା ଉଚିତ୍ ନୁହେଁ । ଲଙ୍ଗେଭିଟି ଡାଏଟରେ ପ୍ରତି ୩-୪ ଦିନରେ ମଲ୍ଟିଭିଟାମିନ୍ସ ଏବଂ ମିନେରାଲ୍ ସପ୍ଲିମେଣ୍ଟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, "ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ସେଗୁଡିକ ଗ୍ରହଣ କରିବା ଅନୁଚିତ । କାରଣ ଯଦି ସେହି ସପ୍ଲିମେଣ୍ଟଗୁଡିକ ଅଧିକ ଗ୍ରହଣ କରାଯାଏ ତେବେ କର୍କଟ ଏବଂ ହୃଦରୋଗର ଆଶଙ୍କା ବଢିପାରେ । ଜଣାଇ ଦେଉଛୁ ଯେ, ଲଙ୍ଗେଭିଟି ଡାଏଟରେ ବ୍ୟାୟାମ ବିଷୟରେ ଉଲ୍ଲେଖ କରାଯାଇନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.